ଆଲୋଚନା——ହେ କଳାବଦନ କମଳଲୋଚନ
ପାରଦ କୁମାର ପାଢୀ,ଅବସରପ୍ରାପ୍ର ଶିକ୍ଷକ,
ହିଞ୍ଜିଳିକାଟୁ, ଗଞ୍ଜାମ ।
卐ॐ卐ॐ卐ॐ卐ॐ卐ॐ卐ॐ卐ॐ卐ॐ卐
ଆଲୋଚନା ପ୍ରାରମ୍ଭରେ ବୁଝନ୍ତୁ ଶୀର୍ଷକ ଯାହା କହୁଛି ଉଭୟ
ନାମ ବିଷ୍ଣୁଙ୍କର । ହିନ୍ଦୁ ଧର୍ମ ମତରେ “କଳାବଦନ”ଜଗତଠାକୁର
ପତିତ ଉଦ୍ଧାରକ ଓଡିଆଙ୍କ ମଉଡମଣି “ଜଗନ୍ନାଥ “ଙ୍କୁ ବୁଝାଇବା ବେଳେ “କମଳଲୋଚନ” ରଘୁକୁଳ ତିଳକ ଦଶରଥ ନନ୍ଦନ ପ୍ରଜାନୁରଞ୍ଜକ ମର୍ଯ୍ଯାଦା ପୁରୁଷୋତ୍ତମ ରାଣୀକୌଶଲ୍ଯା ଙ୍କ ଔରସରୁ ଜାତ ରାମଚନ୍ଦ୍ରଙ୍କୁ ବୁଝାଉଛି । ବୈଷ୍ଣବ ମତ ର ଭକ୍ତମାନଙ୍କ ହୃଦୟରେ ଉଭୟ ଦେବତା ସମାନ ଆରାଧ୍ଯ ଅଟନ୍ତି,
ଯଦିଓ ତେତିଶ କୋଟି ଦେବ ଦେବୀ କୌଣସି ବାବଦରେ କମ୍ ନୁହନ୍ତି। ସୃଷ୍ଟି ସର୍ଜନା,ପାଳନ ଓ ଆବଶ୍ଯକ ବେଳେ ସଂହାର
କ୍ଷେତ୍ରରେ ସମସ୍ତଙ୍କର ସମାନ କର୍ତ୍ତୃତ୍ବ ଅଛି ।
ଜଗନ୍ନାଥ ଯଦିଓ ବିଷ୍ଣୁଙ୍କର ଅବତାର ନୁହନ୍ତି,ଚାରି ଧାମ
ମଧ୍ଯରୁ ଗୋଟିଏ ଧାମ ଶ୍ରୀକ୍ଷେତ୍ରରେ ଶ୍ରୀମନ୍ଦିର ମଧ୍ଯରେ ସେ
ତାଙ୍କ ବଡ ଭାଇ ବଳଭଦ୍ର ଓ ଅଲିଅଳି ଭଉଣୀ ସୁଭଦ୍ରା ତଥା ପତ୍ନି ଜଗତ୍ଧାତ୍ରୀ ମା ମହାଲକ୍ଷ୍ମୀ ଙ୍କ ସହ ସାରାଜଗତ ର ପ୍ରାଣୀ
ସମାଜ ଭକ୍ତିର ସହ ଆରତ ଶୁଣିବା ନିମନ୍ତେ କାନ ନଥିବା
ଏଡେ ଏଡେ ଚକା ଚକ୍ଷୁ ସାହାଯ୍ଯରେ ବୁଝନ୍ତି।ଚକ୍ଷୁ ଯୁଗଳ ସାହାଯ୍ଯରେ ସମଗ୍ର ଜଗତ ଅବଲୋକନ କରି ସମସ୍ତଙ୍କ ସବୁ ଅଭାବ ଦୁଃଖ କ୍ଳେଶ ନିବାରଣ କରନ୍ତି, କେବଳ କାହାର ଅହଂ ଭାବକୁ ବରଦାସ୍ତ କରନ୍ତି ନାହିଁ ଏଦୃଷ୍ଟିରୁ ବିଚାର କଲେ ସେ ନିଜେ ହିଁ ବିଷ୍ଣୁ ଶ୍ରୀକ୍ଷେତ୍ର ପୁରୀଧାମ ବା ଦ୍ବିତୀୟ ବୈକୁଣ୍ଠକୁ ଆସି ଅଧିଷ୍ଠିତ ଅଛନ୍ତି। ଉତ୍କଳୀୟ ସଂସ୍କୃତି କହେ କଳିଯୁଗୀ ମଣିଷ ଙ୍କୁ ଅତିଶୟ ପାପ କର୍ମରେ ଲିପ୍ତ ନହେବାପାଇଁ ନିୟନ୍ତ୍ରଣ କରିବାକୁ ତତ୍କାଳୀନ ରାଜା ଇନ୍ଦ୍ରଦ୍ୟୁମ୍ନ ସମୁଦ୍ର ବକ୍ଷରେ ଭାସୁଥିବା ପ୍ରଭୁଙ୍କ ବ୍ରହ୍ମକୁ ସ୍ବପ୍ନାଦେଶ ମାନି ବଡ଼ଦେଉଳରେ ବିଗ୍ରହ ସ୍ଥାପନ କରିଥିଲେ ।
ପାଳନ କର୍ତ୍ତା ବିଷ୍ଣୁଙ୍କ ଅବତାର ତ୍ରେତୟା ର ରାମଚନ୍ଦ୍ର ଯୁଗ
ଅବସାନ ପରେ ଦ୍ବାପରରେ ଶ୍ରୀକୃଷ୍ଣ ଏବଂ ସଂପ୍ରତି ଚାଲିଥିବା କଳିଯୁଗରେ କଳ୍କି ଅବତାର ନେଇଛନ୍ତି ବୋଲି କୁହାଯାଏ । ଏହି
ସାଂପ୍ରତିକ ଅବତାର ର ଆରାଧ୍ଯ ଦେବ ଦେବୀ ମାନେ ଦେଉଳ
ମାନଙ୍କରେ ବିଗ୍ରହ ଆକାରରେ ପୂଜା ଆରଧନା ପାଉଛନ୍ତି। ତାଙ୍କର ଆଶୀଷ ଯୁଗ ଯୁଗ ଧରି ପ୍ରାପ୍ତ ହୋଇ ପ୍ରାଣୀ ସଭ୍ଯତା ବଞ୍ଚିରହିଛି। ସଭ୍ଯତା ମଧ୍ଯରୁ ଆସୁରିକ ଶକ୍ତି ଧ୍ବଂସ କରି ଶାନ୍ତି
ଶୃଙ୍ଖଳା ପ୍ରତିଷ୍ଠା ଦିଗରେ ସବୁ ଦେବ ଦେବୀଙ୍କର ଅକ୍ଳାନ୍ତ ପରିଶ୍ରମ ସହାୟକ ହୋଇ ଚଉଦ ଭୁବନକୁ ସୁରକ୍ଷା ଦେଇ
ପ୍ରଭୂତ ଉପକାର ସୃଷ୍ଟିପାଇଁ କରିଛନ୍ତି ।
କବିତା—-ହେ କଳାବଦନ କମଳଲୋଚନ
ଅପରାଧି ପାରଦ କୁମାର ପାଢୀ,ଅବସରପ୍ରାପ୍ର ଶିକ୍ଷକ,
ହିଞ୍ଜିଳିକାଟୁ, ଗଞ୍ଜାମ ।
ହେ କଳା ବଦନ କମଳ ନୟନ
ଗଣି କେ ପାରିବ ପ୍ରଭୁ,
କେତେ ଯେ ନାମରେ ଡାକିଲେ ତୁମକୁ
ତୁମେ ବୁଝିଯିବ ସବୁ ।
ବୁଝିବି ସବୁକୁ ପାଉନାଇଁ ଜ୍ଞାନ
ଅଟ ତୁମେ ଶ୍ରେଷ୍ଠ ଗୁରୁ,
ଚେତେଇ ଦେଇକି ଜ୍ଞାନ ଟିକେ ଟିକେ
ମୋତେ ଦିଅ କରେ ସୁରୁ ।
କେଉଁ ସୃଷ୍ଟ ଦ୍ରବ୍ଯ ତତ୍ତ୍ବ ହୀନ ନୁହେଁ
ନିବେଦେ ଜଣାଇ ଦିଅ ,
ସବୁଥିର ମୂଲ୍ଯ ରହିଛି ଜାଣୁଛି
କେତେ କିନ୍ତୁ ମତେ କୁହ ।
ତଥାପି ଜାଗ୍ରତ ନେବାର ଜାଣୁନି
ନଷ୍ଟ କରି ଯାଏ ମନେ ,
ଭାବୁଛି ତାଙ୍କର କ୍ଷତି ସହି ଯିବା
କାଳ ନେବ ଶମଶାନେ।
ସମୟ ହେଲାଣି ଖୋଜିବି ମୁଁ କେବେ
କେଉଁଠିକୁ ଯିବି ଆଉ ,
ଜଗତଟା ମୋତେ ସୀମିତ ଲାଗଇ
ରବର ନୁହଁ ତ ଆଉ ;
ଚାରିଦିଗେ ଲମ୍ବା ଅବା ଓସାରରେ
ବୁଲି ହେଲିଣି ମୁଁ ଶ୍ରାନ୍ତ ,
ପରିଧି ପଥଟା ବାକି ଅଛି ଆଉ
ବୁଲିବା ହେବକି ଭ୍ରାନ୍ତ ?
ତଥାପି ନିରାଶ ହୋଇନାହିଁ ମୁହିଁ
ଅଶା ଅନାମ ଙ୍କ ଠାରେ ,
ଥରୁଟିଏ ମତେ କାନ ମୋଡି ରଙ୍ଗ
କଲେ ସୁଧୁରିବି ପରେ ।