Spread the love

🌺 ମାଆ ବାଟ ମଙ୍ଗଳା ଙ୍କ ମନ୍ଦିର 🌺

ମାଆ ବାଟ ମଙ୍ଗଳା ମନ୍ଦିର ଟି ଓଡ଼ିଶା ର ପୁରୀ ଜିଲ୍ଲା ରେ ଅବସ୍ଥିତ ।ପୁରୀ କୁ ପ୍ରବେଶ ପଥ ର କଡ ରେ ଏହା ସ୍ଥିତ।ଭୁବନେଶ୍ୱର ରୁ ପୁରୀ କୁ ଯାଇଥିବା ଜାତୀୟ ରାଜପଥ କଡ଼ରେ ଏହା ଅବସ୍ଥିତ।ଏହା ଏକ ପ୍ରାଚୀନ ହିନ୍ଦୁ ଦେବୀ ମନ୍ଦିର ଓ ଶାକ୍ତ ପୀଠ। ଅଠର ନଳା ଠାରୁ 3 କି. ମି . ଏବଂ ପୁରୀ ଠାରୁ 7 କି. ଦୂରରେ ଏହା ଅବସ୍ଥିତ । ଏଠାରେ ଆରାଧ୍ୟା ମା ବାଟ ମଙ୍ଗଳା ପର୍ଯ୍ୟଟକ ଓ ତୀର୍ଥ ଯାତ୍ରୀ ଙ୍କୁ ଜଗନ୍ନାଥ ମନ୍ଦିର କୁ ବାଟ ବା ମାର୍ଗ ଦର୍ଶନ କରି ଯାତ୍ରା ନିରାପଦ କରନ୍ତି।

ଏହି ମନ୍ଦିର ରେ ମା ବାଟ ମଙ୍ଗଳା ବିଗ୍ରହ ଙ୍କ ର ଦୁଇଟି ହାତ ଓ ତିନିଟି ଆଖି ରହିଛି। ମା ହସୁଥିବା ମୁଁହ ସହିତ ପଦ୍ମାସନ ରେ ଅଛନ୍ତି।କଳା ମୁଗୁନି ପଥର ରେ ନିର୍ମିତ କିନ୍ତୁ ପ୍ରତିଦିନ ଚନ୍ଦନ ବେଶ ରେ ମା ଙ୍କ ମୁଖ ମଣ୍ଡଳ ଚନ୍ଦନ ରେ ସଜ୍ଜିତ ଥାଏ।ଏହାଙ୍କୁ ଦୁର୍ଗା ମନ୍ତ୍ର, ମଙ୍ଗଳା ମନ୍ତ୍ରରେ ପୂଜା କରାଯାଏ।ଦଶହରା,ଚୈତ୍ର ମଙ୍ଗଳ ବାର ଏଠାର ପାଳିତ ପର୍ବ।ଏହି ଦେବୀ ଶ୍ରୀକ୍ଷେତ୍ର ର ରକ୍ଷାକାରିଣୀ।ବାଟ କଡ଼ରେ ଥାଇ ଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିର କୁ ବାଟ ଦେଖାନ୍ତି ତେଣୁ ବାଟ ମଙ୍ଗଳା ନାମରେ ନାମିତ।ପଥିକ ମାନେ ନିରାପଦ ଯାତ୍ରା ଓ ସହଜ ଜଗନ୍ନାଥ ଦର୍ଶନ ନିମନ୍ତେ ମା ଙ୍କ ଠାରୁ ଆଶୀର୍ବାଦ ନେଇ ଶ୍ରୀକ୍ଷେତ୍ର ରେ ପ୍ରବେଶ କରନ୍ତି।ଦୁଃଖ ଦୁର୍ଦ୍ଦଶା ରୁ ଭକ୍ତ ଙ୍କ ରକ୍ଷା କରନ୍ତି।ନୂତନ ଯାନ କିଣିଲେ ଭକ୍ତ ମାନେ ଏଠାରେ ପୂଜା କରି ଆଶୀର୍ବାଦ ନିଅନ୍ତି।

କିମ୍ବଦନ୍ତୀ

ପ୍ରଥମ କିମ୍ବଦନ୍ତୀ ଅନୁସାରେ ସୃଷ୍ଟି ଆରମ୍ଭ ସମୟ ରେ ମହା ବିଷ୍ଣୁ ଙ୍କ ନାଭି କମଳ ମଧ୍ୟ ରୁ ବାହାରି ବାହାରକୁ ଆସିବା ପାଇଁ ବ୍ରହ୍ମା ବାଟ ନ ପାଇ ଭ୍ରମିତ ହେଉ ଥିଲା ବେଳେ ଏହି ଦେବୀ ତାଙ୍କୁ ବାହାର କୁ ବାଟ ଦେଖାଇ ଥିଲେ।ତେଣୁ ବ୍ରହ୍ମା ବାଟ ମଙ୍ଗଳା ନାମ ଦେଇ ଥିଲେ।

ଦ୍ଵିତୀୟ କିମ୍ବଦନ୍ତୀ=ରାଜା ଇନ୍ଦ୍ରଦ୍ୟୁମ୍ନ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ନିମିତ୍ତ ସ୍ୱର୍ଗ ରୁ ବ୍ରହ୍ମା ଙ୍କୁ ନିମନ୍ତ୍ରଣ କରିବାକୁ ଯାଇଥିଲେ।ସେଠାରୁ ଦୁହେଁ ପୃଥିବୀ କୁ ଆସି ଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିର କୁ ବାଟ ନ ପାଇ ଭ୍ରମିତ ହେଉ ଥିବା ବେଳେ ଏହି ସ୍ଥାନ ରେ ଏହି ଦେବୀ ଆବିର୍ଭୁତ ହୋଇ ସେମାନଙ୍କୁ ଜଗନ୍ନାଥ ମନ୍ଦିର କୁ ବାଟ ଦେଖାଇ ଥିଲେ।ତେଣୁ ସେହଦିନଠାରୁ ବ୍ରହ୍ମା ବାଟ ମଙ୍ଗଳା ନାମ କରଣ କରି ଏହାଙ୍କୁ ଏଠାରେ ପ୍ରତିଷ୍ଠା କରିଥିଲେ।

ଆଉ ଏକ କିମ୍ବଦନ୍ତୀ ରହିଛି ଦାରୁ ସନ୍ଧାନ ସମୟ ଏହି ଦେବୀ ମା ହୁଳହୁଳି ପକାଇ ବାଟ ଦେଖାଇ ଥିଲେ।

ଜଗତ ଗୁରୁ ଶଙ୍କରାଚାର୍ଯ୍ୟ ଶ୍ରୀକ୍ଷେତ୍ର ବାହାର କୁ ଗଲେ ପ୍ରଥମେ ଏହି ଦେବୀ ଙ୍କୁ ଦର୍ଶନ ଓ ଆରାଧନା କରି ଯାଆନ୍ତି।

ନବକଳେବର ସମୟରେ ଶ୍ରୀଜୀଉ ମାନଙ୍କର ନୂତନ ବିଗ୍ରହ ନିମିତ୍ତ ଦାରୁ ସଂଗୃହିତ ହେବା ପରେ ସେହି ମହାଦାରୁ ଚାରି ଚକ ବିଶିଷ୍ଟ ଶଗଡ଼ି ରେ ଆସି ପ୍ରଥମେ ଏହି ବାଟ ମଙ୍ଗଳା ଙ୍କ ପାଖରେ ରଖାଯାଇ ପୂଜା ଅର୍ଚ୍ଚନା ହୁଏ।ତାପରେ ପୁରୀ କୁ ନିଆଯାଏ।

Leave a Reply

Your email address will not be published. Required fields are marked *