Spread the love

* ଆଜିଠାରୁମହାପ୍ରଭୁଙ୍କଅଣସରନୀତି *

ଶ୍ରୀମନ୍ଦିରରେ ପଟିଦିଅଁ
ପନ୍ଦର ଦିନ ଯାଏ ମୋତେ
ରଖିବୁ ଗୁପ୍ତ ଭାବେ ନିତ୍ୟେ

ନୀଳ ଜଳଦ ତନୁ ବର୍ଣ୍ଣ
ହସ୍ତ ରେ ଶଙ୍ଖ ଚକ୍ର ଚିହ୍ନ ||
କୋଟି ଆଦିତ୍ୟ ଜିଣି ତେଜ
ସୁନ୍ଦର ଶୋହେ ଚର୍ତୁଭୁଜ ||

ଶ୍ରୀଜିଉ ମାନେ ପବିତ୍ର ସ୍ନାନ ପୂର୍ଣ୍ଣିମା ରେ ୧୦୮ କୁମ୍ଭ ଜଳ ଲାଗି ପରେ ଜ୍ଵର ଅନୁଭବ ହୁଏ | ମାନବୀୟ ଲୀଳା କରୁଛନ୍ତି ଦାରୁବ୍ରହ୍ମ..

କଳାହାଟ ଦ୍ୱାର ଠାରୁ ଚନ୍ଦନ ଅର୍ଗଳି ମଧ୍ୟସ୍ଥ ଏକ ପିଣ୍ଡିରେ ଅବସ୍ଥାନ କରନ୍ତି | ଅନବସର ପିଣ୍ଡି. ୧୫ ଦିନ ଧରି ମହାପ୍ରଭୁ ଗୁପ୍ତ ଭାବରେ ପୂଜା ଅର୍ଚନା କରାଯାଏ |

ଭକ୍ତ ମହାପ୍ରଭୁ ଙ୍କ ଦର୍ଶନ ନ ପାଇ ନରେନ୍ଦ୍ର ପୁଷ୍କରିଣୀ ଠାରୁ ବାମ ପାର୍ଶ୍ବ ପୁରୀ-ସାତପଡା ଦେଇ ବ୍ରହ୍ମଗିରି ନିକଟ ରେ ଅଲାରନାଥ ଦେବଙ୍କୁ ମହାପ୍ରଭୁ ସ୍ଵରୂପ ଦର୍ଶନ କରେ..

ଏହି ସମୟରେ ଶ୍ରୀମନ୍ଦିରରେ ମହାପ୍ରଭୁ ପଟି ଦିଅଁ ଭାବରେ ପୂଜାର୍ଚ୍ଚନା ଆଦି ଅଣସର ନୀତି କ୍ରାନ୍ତି ଅନୁଷ୍ଠିତ ହୋଇଥାଏ |

ଉକ୍ତ ତିନି ବାଡ଼ର ଦେବତାମାନେ —

ବଡ଼ ମଣିମା ବଳଭଦ୍ରଙ୍କ ବାଡ଼ରେ

୧- ବାସୁଦେବ
୨- ରାମ
୩ -କୃଷ୍ଣ .
୪-ନୃସିଂହ .

🔸

କାମ୍ପିଲ୍ୟବାସିନୀ ମା’ ସୁଭଦ୍ରାଙ୍କ ବାଡ଼ରେ

୫- ଭୁବନେଶ୍ଵରୀ .
୬- ଶ୍ରୀଦେବୀ .
୭- ଭୂଦେବୀ .

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବାଡ଼ରେ

୮- ନାରାୟଣ .
୯- ମଦନମୋହନ .
୧୦ -ଦୋଳଗୋବିନ୍ଦ .

ଏମାନେ ଦଶ ଅବତାର ଭାବରେ ଉକ୍ତ ସମୟ ଅନବସର ପାଇଁ ବିଦିତ । ଏହି ସମୟରେ ପଟିଦିଅଁ ପ୍ରଭୁଙ୍କର ନୀତି ପୂର୍ବବତ୍ତ ହୋଇଥାଏ ||

ଜୟ ଜୟ ଜଗନ୍ନାଥ ଜୟ ଜୟ ଜଗନ୍ନାଥ ଜୟ ଜୟ ଜଗନ୍ନାଥ

Related Post

Leave a Reply

Your email address will not be published. Required fields are marked *