ଅସ୍ମିତା କେବଳ ଗୋଟିଏ ଜାତିର ଆର୍ଥିକ ସମ୍ବଳର ଇସ୍ତାହାର ନୁହେଁ, ଭାଷାର ଇସ୍ତାହାର ନୁହେଁ । ଏହା ଗୋଟିଏ ଭୌଗଳିକ ଭୂଖଣ୍ଡର ସାମଗ୍ରିକ କ୍ରିୟାକଳାପ । ଏଥିରେ ଭାଷା, ସଂସ୍କୃତି, ପୋଷାକ, ସାଂସ୍କୃତିକ ବିଚାରବୋଧ, ଭୋଜନ , ଉପାସନା, କଳା ସ୍ଥାପତ୍ୟ ସମାହିତ । ସମୟ ସ୍ରୋତରେ ସେଇ କ୍ରିୟାକଳାପ ପରିବର୍ତ୍ତିତ ହେଇ ଚାଲେ । ନୂତନ ରୂପରେ ଆବିର୍ଭୂତ ହୁଏ । ଏହାର କଦାପି
ପଶ୍ଚାତଗମନ ନଥାଏ ।ଏହା ସର୍ବଦା ଅଗ୍ରଗମନ କରୁଥାଏ ।
ଏଣୁ ଯେଉଁମାନେ ନିର୍ବାଚନ ଆସିଲେ ଓଡ଼ିଆ ଅସ୍ମିତାକଥା ଉଠେଇ ମିଡ଼ିଆରେ ପରିବେଶକୁ ଉତପ୍ତ କରିବାକୁ ଚାହୁଁଛନ୍ତି, ସେମାନଙ୍କର ଉଦ୍ଦେଶ୍ୟ ଭିନ୍ନ ଓ ନିର୍ବାଚନ ପରେ ଏସବୁ ମଉଳିଯିବ।( ବିଜୟ ସାହୁ)
ମୋ କର୍ତ୍ତୁକ ପ୍ରମାଣ:-
2017 ମସିହାରେ “ପାଇକ ବିଦ୍ରୋହ’ର ଦ୍ୱିଶତତମ ଉତ୍ସବ ପାଳନ” ଅବସରରେ ତା16.04.2017ରିଖରେ ଆମ ମୂଖ୍ୟମନ୍ତ୍ରୀ ନବୀନଜୀ
କେନ୍ଦ୍ର ସରକାରଙ୍କ ପାଖକୁ ‘ପାଇକ ବିଦ୍ରୋହକୁ ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମ ମାନ୍ୟତା ଦିଆଯାଉ’ଭଳି ଦାବିଟିଏ କରିଥିଲେ ।
ବିଜେଡିର ରାଜ୍ୟସଭା ସାଂସଦ ଶ୍ରୀ ପ୍ରଶାନ୍ତ ନନ୍ଦଙ୍କ ଦ୍ବାରା ରାଜ୍ୟସଭାରେ ପଚରାଯାଇଥିବା ‘ ଆମ ମାନନୀୟ ମୂଖ୍ୟମନ୍ତ୍ରୀ ନବୀନଜୀଙ୍କଦ୍ୱାରା -ପାଇକ ବିଦ୍ରୋହକୁ ଭାରତର ପ୍ରଥମ ସ୍ୱାଧୀନତା
ସଂଗ୍ରାମ ମାନ୍ୟତା ଦିଆଯିବା ଦାବୀ କଣ ହେଲା’ ଉପରେ ମୋଦିଜୀଙ୍କ ସରକାରଙ୍କ ତରଫରୁ କେନ୍ଦ୍ରୀୟ ସଂସ୍କୃତିମନ୍ତ୍ରୀ
ତା09.11.2022 ରିଖରେ ‘ଏପରି ହୋଇପାରିବ ନାହିଁ ‘ବୋଲି
କୁହାଯିବା ପରେ ଏବେ ଅସ୍ମିତା ଉଦ୍ରେକକାରୀଗଣ ଚୁପ ରହିଥିବା କଣ ଦର୍ଶାଏ?ଓଡିଶା ସରକାରଙ୍କ ଭାଷା ଓ ସଂସ୍କୃତି ବିଭାଗ, କେନ୍ଦ୍ର
ସରକାରଙ୍କଦ୍ୱାରା ଏଭଳି ମନାକରାଯିବା ବାବଦରେ ଅବଗତ ନଥିବା କଥାଟି ଜଣେ ବିଭାଗୀୟ ଅତିରିକ୍ତ ସଚିବ , ଏ ବାବଦରେ ମୋର ନବୀନଜୀଙ୍କ ପାଖକୁ ଏକ ଚିଠି ଉପରେ ମୋତେ ଫୋନ ଜରିଆରେ ଜଣାଇଥିଲେ ମଧ୍ୟ, ମୋର ଟେଲିଫୋନଯୋଗେ ବାରମ୍ବାର ଅନୁରୋଧ ତଥା ସୂଚନା ଅଧିକାର ଆଇନ ଜରିଆରେ ପଚରାଯିବା ସତ୍ତ୍ବେ ଲିଖିତ ଉତ୍ତର ଦେଉନାହାନ୍ତି ।-
ଓଡ଼ିଆ ଅସ୍ମିତାର ପାଇକାରୀ ବେପାର (Dealership) ନେବାର ପ୍ରଚେଷ୍ଟା ନ ହେଉ । ମଣିଷ ସମାଜ ଆଦିମ କାଳରୁ ଅସ୍ମିତା ସହ ସାମିଲ ହେଇ ଏଯାଏଁ ଯେତେବେଳେ ଆସିଲାଣି, ଆଗକୁ ମଧ୍ୟ ଯିବ ।
ବେଶି ବ୍ୟସ୍ତ ବିବ୍ରତ ଅଦରକାରୀ ।
ଏହି ବ୍ୟସ୍ତତା ଏକ ମଧ୍ୟବିତ୍ତ ଶ୍ରେଣୀର ମନସ୍ତାତ୍ତ୍ବିକ ସ୍ଥିତିର ପରିଚାୟକ ।( ବିଜୟ ସାହୁ)