Spread the love

ଅଣୁ ଚିନ୍ତନ —–ସ୍ଵାଧୀନ ଇତର ଜୀବିତ

               ମଣିଷ  କଣ ସବୁ ଜୀବ ମାନେ ସ୍ଵାଧୀନତା  ର ସ୍ଵାଦୁ ଚାଖିବା ପାଇଁ ଚତୁରତା ଓ  ତତ୍ପରତା ପ୍ରକାଶ କରନ୍ତି ।

ଏପରିକି ଯେଉଁ ପଶୁ ଓ ପକ୍ଷୀମାନେ ପୋଷା ମାନନ୍ତି ସେମାନେ
ମଧ୍ୟ ;କାରଣ ପଶୁ ମାନଙ୍କପାଇଁ ଅରଣ୍ୟ ସହ ବିସ୍ତୀର୍ଣ୍ଣ ସ୍ଥଳ ଭାଗ,ଜଳଚର ଜୀବ ଙ୍କ ପାଇଁ ସମୁଦ୍ର,ନଦୀ,ପୁଷ୍କରିଣୀ ,କୂପ,
ହ୍ରଦ ପରି ଜଳାଶୟ ମାନ ଜଗତରେ ସବୁ ଅଞ୍ଚଳରେ ରହିଛି,
ପତଙ୍ଗ ଓ ପକ୍ଷୀମାନ ଙ୍କ ଉଡିବୁଲିବା ପାଇଁ ସବୁଠାରୁ ଅଧିକ ଖୋଲା ମେଲା ବିସ୍ତୀର୍ଣ୍ଣ ଆକାଶ ରହିଛି। ଏମାନେ ଗମନାଗମନ
ବା ଚଳପ୍ରଚଳ ପାଇଁଁ କୈ।ଣସି ଅଞ୍ଚଳ ନିଜ ନିଜର ନାମ ରେ ପଟ୍ଟା କରିବା ଦରକାର ପଡେନାହିଁ,କାରଣ ଚଳପ୍ରଚଳ କଲା
ସମୟରେ କିଏ କାହାପଥରେ ବାଧା ସୃଷ୍ଟି କରନ୍ତିନି;ବସବାସ ଲକ୍ଷେତ୍ରରେ ମଧ୍ଯ‌ ସେପରି । ଶାସନ ବା ଆଇନ ଏମାନଙ୍କୁ ଲାଗୁ ହେବା ଆବଶ୍ୟକ ପଡ଼ୁନାହିଁ , କାରଣ ଏମାନେ‌ ସେତେଟା ଉଦ୍ଭ୍ରାନ୍ତ ବା ଉତ୍ଶୃଙ୍ଖଳ ନୁହନ୍ତି । କଦବା ଯଦି ସେମାନଙ୍କ ମଧ୍ଯରେ ସମ୍ୟକ୍ ଉତ୍ପାତ ଦେଖାଦିଏ,ବଳେ ବଳେ ଏହି ଵିଶୃଙ୍ଖଳିତ ଙ୍କୁ ନିଜ ନିଜମଧ୍ୟରେ ସେମାନେ ହିଁ ପରିସ୍ଥିତି ସହ ନିଜନିଜକୁ ଖାପ
ଖୁଆଇ ଦେବାରେ ଅବସ୍ଥା ସମ୍ଭଳା ପଡ଼ିଯାଏ ,ଅନ୍ଯ ଗୋଷ୍ଠିର ଅନୁପ୍ରବେଶ ପ୍ରାୟ ଦରକାର ହୁଏନାହିଁ ।

କେବଳ ମଣିଷ ଅଚ୍ଯନ୍ତ ଚାଲାକ୍, ଚିନ୍ତାଶୀଳ ଓ ବିବେକୀ ହୋଇ ମଧ୍ଯ ଷଡରିପୁଙ୍କ କବଳରେ କବଳିତ ହୋଇ ଅନ୍ତର୍ଦ୍ଵନ୍ଦ୍ଵ ଓ ମନ-ଅମେଳ ହେତୁ ଯେଉଁ ବିଶୃଙ୍ଖଳା ସୃଷ୍ଟି ହୋଇଥାଏ ,ତାର ସମାଧାନ ଲୋଡିଥାଏ; ଆଇନ ଆଉ ଶାସନ ର ଜବରଦସ୍ତି ଅନୁପ୍ରବେଶ ଏମିତି କେତେକ’ଣ । ମଣିଷ ର ଆବଶ୍ୟକତା ତା ମନ ର ପ୍ରଭାବ ହେତୁ ଅସୀମ। ଅନ୍ଯ ଜୀବ ଗୋଷ୍ଠି ଙ୍କ ସସୀମ ।

ଏଥର ଦେଖିବା ପକ୍ଷୀ ମାନଙ୍କ ବିଷୟ । କେତେକ ପକ୍ଷୀ ଆମିଷାଶୀ ବେଳେ ଅନ୍ୟ ମାନେ ନିରାମିଷାଶୀ । ଯେଉଁ
ମାନେ ନିରାମିଷାଶୀ ସେମାନେ ଉଦ୍ଭିଦ ଗୋଷ୍ଠି ଉପରେ ନିର୍ଭର
କଲାବେଳେ ଆମିଷାଶୀ ପକ୍ଷୀ ମାନେ ମଲା ଜୀବ ମାନଙ୍କ ମାନଶ, ଜିଅନ୍ତା ଛୋଟଛୋମାଛ କୀଟ ପତଙ୍ଗ ଙ୍କୁ ମାରି ଖାଇ ଥାଆନ୍ତି । ଏପରି ପକ୍ଷୀମାନଙ୍କ ମଧ୍ୟରେ ମାଟିଆ ତିଲ, ଶଙ୍ଖ ଚିଲ,ଶାର୍ଗୁଣା,ପ୍ରଭୃତି ସାଧାରଣରେ ବଡ଼ ବଡ ଗଣ୍ଠି ଗଛ
ମାନଙ୍କ କୋଟର ଭିତରେ ଓ ଶାଖା ସନ୍ଧି ମାନଙ୍କରେ କାଠି,ପତ୍ର
ଦ୍ଵାରା ଛନ୍ଦାଛନ୍ଦି କରି ତିଆରି କରିଥିବା ବସା ଭିତରେ ବସବାସ
କରିଥାନ୍ତି । ଏମାନେ ନିଜ ପକ୍ଷ ବା ଡେଣା ସାହାଯ୍ୟରେ ଖୋଲା
ଆକାଶରେ ,ଜଳାଶୟ ମାନଙ୍କ ଉପରେ ଉଡ଼ି ବୁଲିବାକୁ ପସନ୍ଦ
କରିଥାନ୍ତି ଓ ଏଥିରୁ ଅଫୁରନ୍ତ ଆନନ୍ଦ ପାଇଥାନ୍ତି । ଏମାନଙ୍କର ଦୂରଦୃଷ୍ଟି ଶକ୍ତି ଖୁବ୍ ପ୍ରଖର । ଏଣୁଜଳାଶୟର ଉପର ଭାଗରେ ଡିଆଁ ଡେଇଁ ଖେଳୁଥିବା ମାଛ ବହୁ ଦୂରରୁ ଦେଖି ଝାମ୍ପ ମାରି ତାଙ୍କ ଥଣ୍ଟ‌ରେ ନେଇଛି ଡାଳରେ ବସିଆରାମରେ ଖୁମ୍ପି ଖାଇଥାନ୍ତି । ବେଳେବେଳେ ଏକ ଠାରୁ ତିନି କିମି ଉଚ୍ଚ ଆକାଶରେ ମଧ୍ଯ ଚକ୍କର କାଟି ବହୁତ ସମୟ ପର୍ଯ୍ୟନ୍ତ
ଉଡୁଥିବା ମଧ୍ଯ ଦେଖାଯାଏ। ଏହି ସମୟରେ ସେମାନେ ବହୁ
ଦୂରବର୍ତ୍ତି ସ୍ଥାନ ପ୍ରତି ତାଙ୍କର ତୀକ୍ଷ୍ଣ ନଜର ପକାଇ ସେ ସେ ଅଞ୍ଚଳରେ ପଡ଼ିଥିବା ଜୀବ ଙ୍କ ଶବକୁ ଚିହ୍ନଟ କରିଥାନ୍ତି। ଶବ
ଯେତେ ଦୂରରେ ପଡ଼ିଥିଲେ ମଧ୍ଯ ସେମାନେ ସେହି ନିର୍ଦ୍ଦିଷ୍ଟ
ସ୍ଥାନରେ ଖାଦ୍ୟ ଉଦ୍ଦେଶ୍ଯରେ ପହଞ୍ଚି ଯାଇଥାନ୍ତି , କ୍ଳାନ୍ତ ହୁଅନ୍ତି
ନାହିଁ ।କହିବାକୁ ଗଲେ ,ଏ ପ୍ରକାର ଆମିଷାଶୀ ପକ୍ଷୀ ମାନେ ଆମ ପରିବେଶ କୁ ସଫା ରଖାଇବାରେ ଆମକୁ ଯଥେଷ୍ଟ
ସହାୟକ ଅଟନ୍ତି । ଜୀବଜନ୍ତୁ ଙ୍କ ସଖ୍ୟା ଓ ପରିବେଶ ସନ୍ତୁଳନରେ ଇଏପରମେଶ୍ଵର ଙ୍କ ଏକ ସୁନ୍ଦର ବ୍ୟବସ୍ଥା ମାତ୍ର ।
@ଅଣୁଚିନ୍ତନ ଏଠି ଶେଷ ।
ପାରଦ କୁମାର ପାଢ଼ୀ, ଅବସରପ୍ରାପ୍ତ ଶିକ୍ଷକ ,
ରାଜା ସାହି, ହିଞ୍ଜିଳିକାଟୁ, ୭୮୭୩୩୨୨୪୨୪ ।

Leave a Reply

Your email address will not be published. Required fields are marked *