Spread the love

ପ୍ରେସ ବିଜ୍ଞପ୍ତି
ଏକାମ୍ର ଓ୍ଵାକ୍ସରେ ମନ ମୋହିବ ରବିବାର
ଓଡିଆ ଭାଷାର ଗୌରବ ଗାଥା ସାହିତ୍ୟ ଟ୍ରେଲ୍ ଓ ଓଡ଼ିଆ ଫିଲ୍ମ ପାନୋରାମା
ଭୁବନେଶ୍ୱର, ୧୨।୧୨: (ଦର୍ଶନ ସମୀକ୍ଷା) ଏକାମ୍ର ଓ୍ଵାକ୍ସରେ ଆସନ୍ତା ରବିବାର ଓଡ଼ିଶାର ସମୃଦ୍ଧ ଐତିହ୍ୟକୁ ସାଂସ୍କୃତିକ ଅନୁଭୂତି ପ୍ରଦାନ କରୁଥିବା ଓଡ଼ିଆ ଓଡିଆ ଭାଷାର ଗୌରବ ଗାଥା ସାହିତ୍ୟ ଟ୍ରେଲ୍ ଏବଂ ଫିଲ୍ମ ସ୍କ୍ରିନିଂ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ସକାଳ ୧୧ଟା ୩୦ ରେ ଓଡିଆ ଭାଷାର ଗୌରବ ଗାଥା ସାହିତ୍ୟ ସହିତ ଆରମ୍ଭ ହେବ ଏବଂ ସନ୍ଧ୍ୟା ୫ଟା ୩୦ ରେ କଳାଭୂମିରେ ଓଡ଼ିଆ ଫିଲ୍ମ ପାନୋରାମା ସହିତ ଶେଷ ହେବ।

ଏହାର ସକାଳ ଅଧିବେଶନଟି ‘ଓଡିଆ ଭାଷାର ଗୌରବ ଗାଥା’ର
ଓଡ଼ିଆ ସାହିତ୍ୟ ଯାତ୍ରାରେ ବହୁତ ସୁନ୍ଦର ଗପ୍‌ କହିବା ଅଧିବେଶନ ହେବ। ଯାହା, ବିଖ୍ୟାତ ଓଡ଼ିଆ ଗପ୍ “ସ୍ୱପ୍ନଭଙ୍ଗ” ଉପରେ ଆଧାରିତ ରହିବ। ଏଥିରେ ସମସ୍ତେ ଏକାଠି ବସି ଗପ୍ ଶୁଣି ଆନନ୍ଦ ନେଇପାରିବେ। ପରସ୍ପରେ ପ୍ରଶ୍ନ ପଚାରି, ନିଜର ମତ କହି ଏହାକୁ ଆହୁରି ରୋଚକ କରିପାରିବେ। ଯାହା , ସାହିତ୍ୟ ପ୍ରେମୀଙ୍କ ପାଇଁ ଏକ ଉଷ୍ମ ଏବଂ ଆକର୍ଷଣୀୟ ପରିବେଶ ସୃଷ୍ଟି କରିବ ।
ପୁରା ମାହୋଲ ହସଖୁସି ଭରିଦେବ। ସେହିପରି ଏଥିରେ ତାଳବହୁଳ କଳା, ଢାପ୍‌ର ତାଳେ ତାଳେ ଆଉ ଗଭୀର ସାଂସ୍କୃତିକ ମହତ୍ତ୍ୱ ରହିଥିବା କନ୍ଧ ସମ୍ପ୍ରଦାୟର ପାରମ୍ପରିକ ଢାପ୍ ନୃତ୍ୟ ମଧ୍ୟ ଦେଖିବାକୁ ମିଳିବ । ଏକାଠି ଗପ୍ ଓ ଆଉ ଢାପ୍ ନାଚର ସମିଶ୍ରଣ ଦର୍ଶକଙ୍କ ଦିନର ଆରମ୍ଭକୁ ଏକ ସୁନ୍ଦର ଅନୁଭୂତି ପ୍ରଦାନ କରିବ !

ଅନ୍ୟପଟେ ଡିସେମ୍ବର ୧୪ ତାରିଖ ସନ୍ଧ୍ୟା ୫ଟା ୩୦ରେ କଳାଭୂମିରେ ହେବାକୁ ଥିବା ସନ୍ଧ୍ୟା ଅଧିବେଶନର ଓଡ଼ିଆ ଚଳଚ୍ଚିତ୍ର ପରିକ୍ରମାରେ ସୁନ୍ଦର ଓଡ଼ିଆ ଫିଲ୍ମ “ଅହଲ୍ୟା” ପ୍ରଦର୍ଶିତ ହେବ।
ଏ ଫିଲ୍ମଟି ପୌରାଣିକ ଚରିତ୍ର ଅହଲ୍ୟାଙ୍କ ନୂଆ ଭାବେରେ ଚିତ୍ରଣ ହୋଇଛି । ଯେଉଁଥିରେ ମହିଳାମାନେ କିଭଳି ମନ ଭିତରେ କଥା ଲୁଚାଇ ରଖନ୍ତି, କେତେ ଯନ୍ତ୍ରଣା ଚୁପ୍‌ଚାପ୍ ସହନ୍ତି ଆଉ କେତେ ବଞ୍ଚନ୍ତି, ସେସବୁ ଉପରେ ବହୁତ ମିଠା ଆଉ ଗଭୀର ଭାବେ ଚିତ୍ରଣ ହୋଇଛି । ଯାହା, ଦେଖିଲେ ମନ ଭରିଯିବ। ଅଧିବେଶନରେ ଫିଲ୍ମର ଡାଇରେକ୍ଟର ବିଜୟ କେତନ ମିଶ୍ର ଉପସ୍ଥିତ ରହିବେ ଏବଂ ଦର୍ଶକଙ୍କ ସହ କଥା ହେବେ ଓ ଓ ସେମାନଙ୍କ ପ୍ରଶ୍ନର ଉତ୍ତର ଦେବେ। ଇଛୁକ ସାହିତ୍ୟ ଓ ସିନେ ପ୍ରେମୀ ekamra-walks.com ରେ ସିଟ୍ ବୁକ୍ କରିବା ନେଇ ଏକାମ୍ର ଓ୍ଵାକ୍ସର ଆୟୋଜକଙ୍କ ପକ୍ଷରୁ କୁହାଯାଇଛି।

Leave a Reply

Your email address will not be published. Required fields are marked *