କୋରୁକୋଣ୍ଡା ବ୍ଲକର ବିଭିନ୍ନ ମତ୍ସ୍ୟ ପ୍ରକଳ୍ପ ପରିଦର୍ଶନ କଲେ ବିଭାଗ ନିର୍ଦ୍ଦେଶକ ଓ ଜିଲ୍ଲପାଳ
ମାଲକାନଗିରି :ଦର୍ଶନ ସମୀକ୍ଷା (ମନୋଜ ଦେବ ପାଙ୍ଗି)
ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ଓ ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ବିଭିନ୍ନ ବିକାଶମୂଖୀ ପ୍ରକଳ୍ପ ଓ ମତ୍ସ୍ୟଚାଷ ଯୋଜନାଗୁଡ଼ିକ ପରିଦର୍ଶନ କଲେ ଓଡିଶା ସରକାରଙ୍କ ମତ୍ସ୍ୟ ବିଭାଗ ନିର୍ଦ୍ଦେଶକ ମହମ୍ମଦ ସିଦ୍ଦିକ ଆଲମ। ପରିଦର୍ଶନ ସମୟରେ ମତ୍ସ୍ୟ ଉତ୍ପାଦନ ବୃଦ୍ଧି, ଚାଷୀଙ୍କ ଆୟବୃଦ୍ଧି, ଜଳାଶୟ ବ୍ୟବହାର, ଏକ୍ୱାକଲ୍ଚର ମଡେଲ୍ ଆଦି ବିଷୟରେ ମୂଳ୍ୟାଙ୍କନ କରି ଶୀଘ୍ର କାର୍ଯ୍ୟାନୁଷ୍ଠାନ ପାଇଁ ଅନେକ ଦିଗରେ ନିର୍ଦ୍ଦେଶ ଜାରି
କଲେ।ଏହି ପରିଦର୍ଶନରେ ଜିଲ୍ଲାପାଳ ସୋମେସ କୁମାର ଉପାଧ୍ୟାୟ , ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ନରେଶ ଚନ୍ଦ୍ର ଶବର, ଜିଲ୍ଲା ଅନୁସୂଚିତ ଜନଜାତି ସଶକ୍ତିକରଣ ଓ ଜୀବିକା ନିର୍ବାହ ପ୍ରକଳ୍ପ ପ୍ରଶାସକ ହଳଧର ଶବର, ଜିଲ୍ଲା ମତ୍ସ୍ୟ ଅଧିକାରୀ ସୁଧାଂଶୁ କୁମାର ମଲ୍ଲିକ, କୋରୁକୋଣ୍ଡା ଗୋଷ୍ଠି ଉନ୍ନୟନ ଅଧିକାରୀ ଅମୂଲ୍ୟ କୁମାର ସାହୁ ଓ କୋରୁକୋଣ୍ଡା ବ୍ଲକ ସହକାରୀ ମତ୍ସ୍ୟ ଅଧିକାରୀ ସୌମେନ୍ଦ୍ର କୁମାର ବେହେରା ପ୍ରମୁଖ ଉପସ୍ଥିତ
ଥିଲେ।ନିର୍ଦ୍ଦେଶକ ଗୁରୁବାର ଦିନ ବିଭିନ୍ନ ମାଛ ଚାଷ ପୋଖରୀ, ଏକ୍ୱାକଲ୍ଚର ୟୁନିଟ୍, କୋରୁକୋଣ୍ଡା ଗ୍ରାମର ମା ଗାୟତ୍ରୀ ମହିଳା ସ୍ୱୟଂସହାୟକ ଗୋଷ୍ଠୀ ଦ୍ବାରା ପରିଚାଳିତ ହେଉଥିବା ମତ୍ସ୍ୟ ଉତ୍ପାଦନ ପ୍ରକଳ୍ପ, ମାଛ ପୋଷଣ କେନ୍ଦ୍ର ଓ ଯଶୋଦା ପରିଡ଼ାଙ୍କ ମତ୍ସ୍ୟ ଯାଆଁଳା ଉତ୍ପାଦନ କେନ୍ଦ୍ର ମଧ୍ୟ ପରିଦର୍ଶନ କରିଛନ୍ତି । ଗ୍ରାମାଞ୍ଚଳରେ ମତ୍ସ୍ୟ ଚାଷ ହେଉଥିବା ପୋଖରୀମାନଙ୍କର ପାଣି ଗୁଣବତ୍ତା, ଆହାର ବ୍ୟବସ୍ଥା, ଚାଷୀଙ୍କ ସମସ୍ୟା ଓ ପ୍ରଶିକ୍ଷଣ ଆବଶ୍ୟକତା ହେଉଥିବା ନେଇ ଅଧିକାରିମାନଙ୍କୁ ସୂଚନା ମଧ୍ୟ
ଦେଇଥିଲେ।ମତ୍ସ୍ୟ ଚାଷକୁ ଆଧୁନିକ ମଡେଲ୍ରେ ପରିବର୍ତ୍ତନ କରିବା, ଗ୍ରାମ୍ୟ ଯୁବମାନଙ୍କୁ ଏକ୍ୱାକଲ୍ଚର ମାଧ୍ୟମରେ ରୋଜଗାର ସୃଷ୍ଟି, ଓ ମହିଳା ସ୍ୱୟଂସହାୟକ ଗୋଷ୍ଠୀ ମାନଙ୍କୁ ସଶକ୍ତ କରିବା ସରକାରଙ୍କ ପ୍ରାଥମିକ ଲକ୍ଷ୍ୟ ବୋଲି ସେ କହିଥିଲେ
ପରିଦର୍ଶନ ଶେଷରେ ନିର୍ଦ୍ଦେଶକ କହିଛନ୍ତି ଯେ, କୋରୁକୋଣ୍ଡା ବ୍ଲକରେ ମତ୍ସ୍ୟ ଉତ୍ପାଦନ ବୃଦ୍ଧିର ବହୁତ ସମ୍ଭାବନା ଅଛି ଓ ଏହାକୁ ଆଧୁନିକ ପ୍ରକଳ୍ପ, ପ୍ରଶିକ୍ଷଣ ଏବଂ ସାହାଯ୍ୟ ଦ୍ବାରା ଆହୁରି ଅଧିକ ଶକ୍ତିଶାଳୀ କରାଯିବ ବୋଲି ସେ କହିଥିଲେ।












Leave a Reply