କଟକ ସଦର ଥାନା ଅନ୍ତର୍ଗତ ହରିଅନ୍ତା ନିକଟରେ ପୁର୍ଣ୍ଣପ୍ରତିଭା ସର୍ଭିସ୍ ନାମକ ନୂତନ ପେଟ୍ରୋଲ ପମ୍ପ ଲୋକାର୍ପିତ ହୋଇଯାଇଛି । ଏହି ଲୋକାର୍ପଣ ସମାରୋହରେ ମୁଖ୍ୟ ଅତିଥି ଭାବେ କଟକ ସଦର ଥାନା ଆଇଆଇସି ତୁଷାର କାନ୍ତ ସେଠୀ ସମ୍ମାନିତ ଅତିଥି ଭାବେ ଯୋଗଦେଲେ

Spread the love

ପୁର୍ଣ୍ଣପ୍ରତିଭା ପେଟ୍ରୋଲ ପମ୍ପ ଲୋକାର୍ପିତ

ଫୁଲନଖରା ୪/୧୨(ଦର୍ଶନ ସମୀକ୍ଷା)

କଟକ ସଦର ଥାନା ଅନ୍ତର୍ଗତ ହରିଅନ୍ତା ନିକଟରେ ପୁର୍ଣ୍ଣପ୍ରତିଭା ସର୍ଭିସ୍ ନାମକ ନୂତନ ପେଟ୍ରୋଲ ପମ୍ପ ଲୋକାର୍ପିତ ହୋଇଯାଇଛି । ଏହି ଲୋକାର୍ପଣ ସମାରୋହରେ ମୁଖ୍ୟ ଅତିଥି ଭାବେ କଟକ ସଦର ଥାନା ଆଇଆଇସି ତୁଷାର କାନ୍ତ ସେଠୀ ସମ୍ମାନିତ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ପଦ୍ମିନୀ ପ୍ରଧାନ, ସମାଜ ସେବୀ ଲକ୍ଷ୍ମୀଧର ପ୍ରଧାନ ପ୍ରମୁଖ ଯୋଗଦେଇ ଆନୁଷ୍ଠାନିକ ଭାବେ ଫିଲିଂଷ୍ଟେସନକୁ ଉଦଘାଟନ କରିଥିଲ । ଏହି ଅଞ୍ଚଳରେ ୧୦ କିଲୋମିଟର ପରିଧି ମଧ୍ୟରେ ପେଟ୍ରୋଲ ପମ୍ପ ନଥିବାରୁ ସାଧାରଣତଃ ଲୋକମାନେ ଦୈନନ୍ଦିନ ଯାତାୟତ ତଥା ଚାଷୀମାନେ ଚାଷ କରିବାପାଇଁ ବିଭିନ୍ନ ସମୟରେ ଆବଶ୍ୟକ ହେଉଥିବା ପେଟ୍ରୋଲ, ଡିଜେଲ ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ । ଏହି ସମସ୍ୟାକୁ ସମାଧାନ କରିବା ଆଶାରେ ପୁର୍ଣ୍ଣଚନ୍ଦ୍ର ଦାଶଙ୍କ ମାଲିକାନାରେ ଥିବା ଜମିରେ ମ୍ୟାନେଜିଂ ଡାଇରେକ୍ଟର ପଦାରବିନ୍ଦ ଦାଶ ଓ ସୂର୍ଯ୍ୟକାନ୍ତ ସାହୁ ନିଜସ୍ଵ ଉଦ୍ୟମରେ ଏହି ଫିଲିଂ ଷ୍ଟେସନ ସ୍ଥାପନ କରିବାରେ ସଫଳ ହୋଇଛନ୍ତି । ଏହି ସମସ୍ତ କାର୍ଯ୍ୟକୁ ସୂର୍ଯ୍ୟକାନ୍ତ ସାହୁ ପରିଚାଳନା କରିଥିଲାବେଳେ ଉଦଘାଟନୀ ସମାରୋହରେ କମ୍ପାନୀର କର୍ମକର୍ତ୍ତା, ସ୍ଥାନୀୟ ବହୁ ବିଶିଷ୍ଟ ବ୍ୟକ୍ତିମାନେ ଉପସ୍ଥିତ ହୋଇଥିଲେ ।

Leave a Reply

Your email address will not be published. Required fields are marked *