ହରିଣ ସହିତ ସ୍କୁଲ ଅଟୋ ଧକ୍କା : ୧୫ରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ଆହତ,
ଅଣ୍ଟା ଭଙ୍ଗା ହରିଣକୁ ଉଦ୍ଧାର କଲେ ବନବିଭାଗ କର୍ମଚାରୀ
ଖଲ୍ଲିକୋଟ : ଦର୍ଶନ ସମୀକ୍ଷା
ଖଲ୍ଲିକୋଟ ଥାନା ଅନ୍ତର୍ଗତ ମାଣିକ ପୁର ଠାରୁ କୈରାଶି ସ୍ଥିତ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରକୁ ଏକ ସ୍କୁଲ ଅଟୋ ସାହାଯ୍ୟରେ ଛାତ୍ରଛାତ୍ରୀମାନେ ଯାତାୟାତ କରୁଥିବା ବେଳେ କୈରାଶି ଛକ ନିକଟରେ ଏକ ହରିଣ ସହିତ ଅଟୋର ଧକ୍କା ହେବା ଫଳରେ ଭାରସାମ୍ୟ ହରାଇ ଉକ୍ତ ଅଟୋଟି ଘଟଣାସ୍ଥଳରେ ଓଲଟି ପଡିବାରୁ
ସେଥିରେ ବସିଥିବା ୧୫ ରୁ ଉର୍ଦ୍ଧ୍ବ ଛାତ୍ର ଛାତ୍ରୀ ଆହତ ହୋଇଥିଲେ । ସମସ୍ତ ଆହତ ଛାତ୍ର ଛାତ୍ରୀଙ୍କୁ ଖଲ୍ଲିକୋଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ଅଟୋ ଡ୍ରାଇଭର ମଧ୍ୟ ଗୁରୁତର ଭାବେ ଆହତ ହୋଇଅଛନ୍ତି। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଚଳାଇଛି। ଅନ୍ୟପକ୍ଷରେ ଅଟୋ ସହ ଧକ୍କା ହୋଇ ହରିଣଟିର ମଧ୍ୟ ଅଣ୍ଟା ଭାଙ୍ଗି ଯାଇଥିବା ବେଳେ ବନ ବିଭାଗ କର୍ମଚାରୀ ପହଞ୍ଚି ଗୁରୁତର ଆହତ ହରିଣକୁ ଉଦ୍ଧାର କରି ଚିକିତ୍ସା ପାଇଁ ଖଲ୍ଲିକୋଟ ଆଣିଛନ୍ତି।












Leave a Reply