ଲାଞ୍ଚ//ଲାଞ୍ଚ ବିଦ୍ୟାଟି ବହୁ ପୁରାତନ ଏହା ଏପରି ଏକ ଶବ୍ଦ ଯାହା ଥରେ ଉଚ୍ଚାରଣ କଲେ ଉପରେ ଗୋଟିଏ ଭାବ ଓ ଭିତରେ ଆଉ ଗୋଟିଏ ଭାବ ସ୍ଵତଃ ସୃଷ୍ଟି ହୋଇଯାଏ

Spread the love

ଲାଞ୍ଚ
ଲାଞ୍ଚ ଏପରି ଏକ ଶବ୍ଦ ଯାହା ଥରେ ଉଚ୍ଚାରଣ କଲେ ଉପରେ ଗୋଟିଏ ଭାବ ଓ ଭିତରେ ଆଉ ଗୋଟିଏ ଭାବ ସ୍ଵତଃ ସୃଷ୍ଟି ହୋଇଯାଏ।ଏଇ ଲାଞ୍ଚ ସୃଷ୍ଟିର ପ୍ରାରମ୍ଭରୁ ଏପର୍ଯ୍ୟନ୍ତ ଚାଲି ଆସିଛି ଏବଂ ସୃଷ୍ଟିର ଶେଷ ପର୍ଯ୍ୟନ୍ତ ଚାଲିଥିବ ମଧ୍ୟ।
ପୁରାଣ ଯୁଗରୁ ଏ ପର୍ଯ୍ୟନ୍ତ ଏହି ଲାଞ୍ଚ ନହେବା କାମକୁ କରିବାରେ ସମର୍ଥ ହୋଇଛି।
ଭକ୍ତ ଭଗବାନଙ୍କ ମଧ୍ୟରେ ଏହି ଲାଞ୍ଚ ଭକ୍ତିରୁ ଆଶିର୍ବାଦ ପର୍ଯ୍ୟନ୍ତ ଉଭୟ ପକ୍ଷଙ୍କୁ ସଂମ୍ପର୍କରେ ବାନ୍ଧି ରଖିବାରେ ସକ୍ଷମ ହୋଇଛି।
ବାପ ପୁଅ, ସ୍ଵାମୀ ସ୍ତ୍ରୀ, ମାଆ ଝିଅ ଏମିତି ଦୁନିଆଁରେ ଯେତେ ସମ୍ପର୍କ ରହିଛି ତା ମୂଳରେ ଏହି ଲାଞ୍ଚ ଅଲଗା ଅଲଗା ରୂପରେ ସମ୍ପର୍କକୁ ଯୋଡିଛି ପୁଣି ଏଇ ଲାଞ୍ଚରେ ଟିକିଏ କମ୍ ବେଶି ହେଲେ ସଂମ୍ପର୍କରେ ତିକ୍ତତା ସୃଷ୍ଟି ହୋଇ ସଂମ୍ପର୍କରେ ସେତୁକୁ ଭାଙ୍ଗି ଚୂରମାର କରି ଦେଇଛି ତାର ଉଦାହରଣ ପୁରାଣ ପୃଷ୍ଠାରୁ ଆରମ୍ଭ କରି ଇତିହାସ ପର୍ଯ୍ୟନ୍ତ ଲମ୍ଵି ଯାଇଛି।
ଲାଞ୍ଚ ଭକ୍ତ ଭଗବାନଙ୍କ ଭିତରେ ପୂଜା ଆରାଧନା,ଭକ୍ତି ନୈବେଦ୍ୟ,ଭୋଗରାଗ,ଦାନ ଦକ୍ଷିଣା, ମନ୍ତ୍ର ସ୍ତୁତି ବନ୍ଦନା ଅର୍ଚ୍ଚନା ପ୍ରାର୍ଥନା ଆମନ୍ତ୍ରଣ ଆବାହନ ଇତ୍ୟାଦି ହୋଇ ରହିବା ଭିତରେ ଆଶିର୍ବାଦ,କଲ୍ୟାଣ, ଅନୁକମ୍ପା ଅନୁଗ୍ରହ ଇତ୍ୟାଦିର ରୂପ ନେଇଛି।ଲାଞ୍ଚ ଏକ ବହୁରୂପି ସଫଳତାର ସିଡି ହୋଇ ଯୁଗ ଯୁଗ ପାଇଁ ନିଜର କାୟା ବିସ୍ତାର କରି ଚାଲିଛି।
ଯେଉଁଠି ଭକ୍ତ ଭଗବାନଙ୍କ ଭିତରେ ଲାଞ୍ଚର ଭୂମିକା ଏପରି ଅବିଚ୍ଛେଦ୍ୟ ହୋଇ ରହିଛି ସେଠି ସୁଖ ସମୃଦ୍ଧି କ୍ଷମତାର ଲାଳସାରେ ଥିବା ମଣିଷ ଯେ ସେଇ ଲାଞ୍ଚର ବହୁରୂପୀ ମାର୍ଗର ଜଣେ ଶୀକାର ହୋଇନଥିବ ଏହା କିପରି ସମ୍ଭବ ହେବ?ନେତା,ବକ୍ତା,ଶ୍ରୋତା ଠାରୁ ଆରମ୍ଭ କରି ଅଭିବକ୍ତା ଅଭିନେତା, ପିତା,ମାତା, ପ୍ରବକ୍ତା କର୍ତ୍ତା ଉପଭୋକ୍ତା ଉଦ୍ୟୋକ୍ତା ଦାତା ,ଗ୍ରହିତା ପର୍ଯ୍ୟନ୍ତ କେହି ହେଲେ ସେଇ ଲାଞ୍ଚ କବଳରୁ ମୁକ୍ତ ନୁହଁନ୍ତି। ସେହି ଲାଞ୍ଚ କେତେବେଳେ ନିର୍ଦୋଷକୁ ଦେଷୀ ସଜାଇ ଦିଏ ତ କେତେବେଳେ ଦୋଷୀକୁ ନିର୍ଦ୍ଦୋଷ ସାବ୍ୟସ୍ତ କରେ ତାହା ସୃଷ୍ଟିର ଏକ ବିଚିତ୍ର ବ୍ୟବସ୍ଥା।
✍️ ସଞ୍ଜୟ ରଥ ଭୁବନେଶ୍ୱର

Leave a Reply

Your email address will not be published. Required fields are marked *