ଭୁବନେଶ୍ୱର//ଉତ୍କଳ ହସ୍ପିଟାଲରେ ଫାୟାର ସେଫ୍ଟୀ ମକ୍ ଡ୍ରିଲ୍ ଆୟୋଜିତ

Spread the love

ଉତ୍କଳ ହସ୍ପିଟାଲରେ ଫାୟାର ସେଫ୍ଟୀ ମକ୍ ଡ୍ରିଲ୍ ଆୟୋଜିତ

ଭୁବନେଶ୍ୱର, ୨୧ ନଭେମ୍ବର ୨୦୨୫: ଦର୍ଶନ ସମୀକ୍ଷା
ନିଲାଦ୍ରି ବିହାର, ଭୁବନେଶ୍ୱରରେ ଅବସ୍ଥିତ ଓଡ଼ିଶାର ପ୍ରମୁଖ multispeciality ହସ୍ପିଟାଲ, ଉତ୍କଳ ହସ୍ପିଟାଲରେ ଆଜି ଫାୟାର ଆଣ୍ଡ ଏମର୍ଜେନ୍ସି ବିଭାଗ, ଓଡ଼ିଶା ସରକାରଙ୍କ ସହ ଯୋଗରେ ଏକ ଫାୟାର ସେଫ୍ଟି ମକ୍ ଡ୍ରିଲ୍ ସଫଳଭାବରେ ଆୟୋଜିତ ହୋଇଯାଇଅଛି।

ଏହି ଡ୍ରିଲ୍‌ରେ ପ୍ରାୟ ୩୦ ଜଣ ଅଧିକାରୀ ଏବଂ ଉଦ୍ଧାରକର୍ମୀ ଅଂଶଗ୍ରହଣ କରିଥିଲେ। ଏହାର ପ୍ରମୁଖ ଉଦ୍ଦେଶ୍ୟ ହେଉଛି–ଜରୁରୀକାଳୀନ ପରିସ୍ଥିତିରେ ପ୍ରସ୍ତୁତି, ସାଧାରଣ ଓ ରୋଗୀ ସୁରକ୍ଷା ବୃଦ୍ଧି, ଏବଂ ଅଗ୍ନିନିର୍ବାପଣ ସମ୍ପର୍କିତ ପ୍ରାକଟିକାଲ୍ ଶିକ୍ଷା ପ୍ରଦାନ କରିବା।

Oplus_131072

ଏହି ଅଭ୍ୟାସରେ ନିମ୍ନଲିଖିତ ଧରଣର ଡେମୋନ୍ଷ୍ଟ୍ରେସନ୍ କରାଯାଇଥିଲା—

ଉଚ୍ଚତଳୀୟ ଭବନରୁ ଉଦ୍ଧାର ପ୍ରକ୍ରିୟା

ଆଧୁନିକ ଅଗ୍ନିନିର୍ବାପଣ ଯନ୍ତ୍ରପାତିର ବ୍ୟବହାର

LPG ସିଲିଣ୍ଡର ଅଗ୍ନି ନିୟନ୍ତ୍ରଣ ପ୍ରକ୍ରିୟା

ଫାୟାର ଏକ୍ସଟିଙ୍ଗୁଇସର୍ ବ୍ୟବହାର ଏବଂ ହସ୍ପିଟାଲ ଭିତରେ ଓ ବାହାରେ ଅଗ୍ନି ପରିଚାଳନା ପ୍ରକ୍ରିୟା

ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ଥିଲା— ହସ୍ପିଟାଲ କର୍ମଚାରୀମାନଙ୍କ ମଧ୍ୟରେ ସଚେତନତା ବୃଦ୍ଧି କରି,ତତ୍କାଳୀନ ସମୟରେ ଦ୍ରୁତ ଏବଂ ସଠିକ୍ ପ୍ରତିକ୍ରିୟା ସମ୍ଭବ କରାଇବା।

ଏହି ଡ୍ରିଲ୍‌ର ନେତୃତ୍ୱ କରିଥିଲେ:

ଶ୍ରୀ ନାରାୟଣ ଦାଶ, DFO, ଭୁବନେଶ୍ୱର ସର୍କିଲ୍

ଶ୍ରୀ ଚିନ୍ମୟ ବାରିକ, ସ୍ଟେସନ୍ ଅଫିସର୍

ଶ୍ରୀ କୁନୁ ନାୟକ, AFO

ଶ୍ରୀ ମନୋରଞ୍ଜନ ରାଉତ, A.F.O.

ଏହା ସହିତ ପ୍ରଶିକ୍ଷିତ ଫାୟାର ଫାଇଟର୍ ଟିମ୍ ଅଂଶଗ୍ରହଣ କରିଥିଲେ।

ଉତ୍କଳ ହସ୍ପିଟାଲର ପ୍ରମୁଖ କର୍ତ୍ତୃପକ୍ଷ ଏବଂ କର୍ମଚାରୀମାନେ ମଧ୍ୟ ଏହି ଅବସରରେ ଉପସ୍ଥିତ ଥିଲେ, ସେମାନଙ୍କ ମଧ୍ୟରେ—

ଶ୍ରୀ ବି. କେ. ସୁବୋଧ ସିଂହ, CEO, ଉତ୍କଳ ହସ୍ପିଟାଲ

ଶ୍ରୀ ସେଖ୍ ସିକନ୍ଦର, G.M. (ପ୍ରୋଜେକ୍ଟ ଏବଂ ମେଣ୍ଟେନlନ୍ସ)

ଶ୍ରୀ ସତ୍ୟଜିତ ସାହୁ, ଫାୟାର ଅଫିସର୍

ଶ୍ରୀ ଅରୁଣ ଖିଲାର, CFO

ଶ୍ରୀ ସନ୍ଦୀପ ନାୟକ, H.R. Head

ଶ୍ରୀ ତନ୍ମୟ ଚୌଧୁରୀ, G.M. (ହସ୍ପିଟାଲିଟି ଏବଂ ଆଡମିନିଷ୍ଟ୍ରେସନ୍)

ଡ଼ଃ ଜ୍ୟୋତିସ୍ମୟ ମହାପାତ୍ର, Senior Manager (Operations)

ଶ୍ରୀ ବିଶ୍ୱଜିତ ଦାଶ, ଚିଫ୍ ସିକ୍ୟୁରିଟି ଅଫିସର୍

Leave a Reply

Your email address will not be published. Required fields are marked *