କାଳୀ ପୂଜା ପାଇଁ ଉତ୍ସବମୁଖର ଏମଭି -୩୫ ଗ୍ରାମ
ତୋରଣ ସାଜସଜ୍ଜାରେ ଝଲସୁଛି ପୂଜା ମଣ୍ଡପ
ମାଲକାନଗିରି:(ଦର୍ଶନ ସମୀକ୍ଷା) ମନୋଜ ଦେବ ପାଙ୍ଗି
ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ପୋଟ୍ରେଲ ପଞ୍ଚାୟତ ଅଧିନସ୍ତ ଏମଭି-୩୫ ଗ୍ରାମରେ ଗତକାଲି ବୁଧବାର ମଧ୍ୟ ରାତ୍ରୀ
ଠାରୁ ମା’ କାଳୀଙ୍କ ପୂଜା ରୀତିନୀତି ଅନୁସାରେ ଆରମ୍ଭ ହୋଇଛି। ସରା ରାଜ୍ୟରେ ଦୀପାବଳୀରେ କାଳୀଙ୍କ ପୂଜା ଅନୁଷ୍ଠିତ ହେଉଥିବା ବେଳେ ମାଲକାନଗିରି ଜିଲ୍ଲାରେ ବସବାସ କରୁଥିବା ବାଙ୍ଗୀୟ ସମ୍ପରଦାୟ ପକ୍ଷରୁ
ବର୍ଷ ତମାମ ପର୍ଯ୍ୟାୟ କ୍ରମେ ବିଭିନ୍ନ ଗ୍ରାମରେ ମା’ କାଳୀଙ୍କ ଅବାହାନ କରାଯାଇଥାଏ।ଦୀର୍ଘ ପ୍ରାୟ ୬୧ବର୍ଷ ଧରି ଗ୍ରାମରେ ହେଉଥିବା ଏପରି ଭିନ୍ନ ପରମ୍ପରା ଶତାଧିକ ଶ୍ରଦ୍ଧାଳୁଙ୍କ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଛି।
ଏହି ଅବସରରେ ଗ୍ରାମର ମହିଳା ମାନେ ଏକ କଳସ ଶୋଭାଯାତ୍ରାରେ
ଗ୍ରାମ ପରିକ୍ରମା କରିଥିଲେ। ପୂଜା ମଣ୍ଡପରେ ଶୁଭ କଳସ ସ୍ଥାପନ ପରେ ରୀତିନୀତି ଅନୁସାରେ ମା’ କାଳୀଙ୍କ ପୂଜାର୍ଚ୍ଚନା ଆରମ୍ଭ ହୋଇଥିଲା। ପୂଜାରେ ଗ୍ରାମବାସୀଙ୍କ ସମେତ ଆଖ
ପାଖ ଗ୍ରାମର ଶତାଧିକ ଲୋକେ ଉପସ୍ଥିତ ଥିଲେ। ପୂଜା ମଣ୍ଡପ ସମେତ ମୂଖ୍ୟ ରାସ୍ତାରେ ବଡ ବଡ ତୋରଣ ସାଙ୍ଗକୁ ପୁରା ଅଞ୍ଚଳକୁ ରଙ୍ଗ ବେରଙ୍ଗ ଆଲୋକମାଳାରେ ସଜା ଯାଇଛି। ଗ୍ରାମ ପରିମଳ କମିଟିର ସଭାପତି ଗୋବିନ୍ଦ ସ୍ୱର୍ଣ୍ଣକାର ଏବଂ ପୂଜା ପରିଚାଳନା କମିଟିର ସଭାପତି
ସଞ୍ଜୟ ବିଶ୍ୱାସ, ଉପ ସଭାପତି
ନାରାୟଣ କର, ସମ୍ପାଦକ ମହାନନ୍ଦ ଠାକୁର, କୋଷାଧକ୍ଷ ସମୀର ସୁତାର, ବରିଷ୍ଠ ସଦସ୍ୟ ତପନ ରାୟ, ଆନନ୍ଦ ମଣ୍ଡଳ, ସାଧନ ମଣ୍ଡଳ, ରାଜା ମଣ୍ଡଳଙ୍କ ସମେତ ଅନ୍ୟ ସମସ୍ତ ସଦସ୍ୟ ମାନଙ୍କ ନେତୃତ୍ୱରେ ପୂଜା ମଣ୍ଡପ ସମ୍ମୁଖରେ ପ୍ରତିଦିନ ସନ୍ଧ୍ୟାରେ
ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି କମିଟି ପକ୍ଷରୁ ସ୍ଥିର କରାଯାଇଛି। ଖାଲି ଏତିକି ନୁହେଁ ପୂଜା ମଣ୍ଡପ ସମ୍ମୁଖରେ ଷ୍ଟେସେନାରୀ ଦୋକାନ, ବହୁ ହୋଟେଲ, ଡ୍ରେସ ଦୋକାନ , ଖେଳଣା ଦୋକାନ ସମେତ ଶତାଧିକ ବିଭିନ୍ନ ପ୍ରକାର ଅସ୍ଥାୟୀ ଦୋକାନ ବଜାର ଖୋଲାଯାଇଛି।
ପ୍ରବଳ ଭିଡକୁ ଦୃଷ୍ଟିରେ ରଖି ଶାନ୍ତି ଶୃଙ୍ଖଳା ରକ୍ଷା ନିମନ୍ତେ କମିଟିର ସଦସ୍ୟ ମାନେ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମକୁ ସୁଚାରୁରୂପେ ପରିଚାଳନା କରୁଛନ୍ତି। ଶ୍ରଦ୍ଧାଳୁଙ୍କ ସମାଗମକୁ ଦୃଷ୍ଟିରେ ରଖି କୋରୁକୋଣ୍ଡା ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡା କଡ଼ି କରାଯାଇଛି।
ଏହି ପୂଜା ଆସନ୍ତା ୨୪ ତାରିଖ ସୋମବାର ରାତିରେ ଶେଷ ହେବ ବୋଲି ଗ୍ରାମର ସଭାପତି ଶ୍ରୀ ସର୍ଣ୍ଣକାର ସୂଚନା ଦେଇଛନ୍ତି।












Leave a Reply