ଜୟଦେବ ବିଜେପି ସାଂଗଠନନିକ କର୍ମୀ ସମ୍ମିଳନୀ
ବାଲିଅନ୍ତା,୧୯/୧୧ ବାଲିଅନ୍ତା :ଦର୍ଶନ ସମୀକ୍ଷା
ପଞ୍ଚାୟତରୋଡ଼ ସ୍ଥିତ ଶ୍ରୀ କନଭେନସନ ଅଡ଼ିଟୋରିୟମରେ ଆଜି ବିଜେପିର ଜୟଦେବ ନିର୍ବାଚନମଣ୍ଡଳୀ ସ୍ତରୀୟ କର୍ମୀ ସମ୍ମିଳନୀ ଓ ନୂଆପଡ଼ା ଉପ ନିର୍ବାଚନ ବିଜୟ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏନେଇ ପୂର୍ବତନ ବିଧାୟକ ଡ. ଅରବିନ୍ଦ ଢାଲିଙ୍କ ସଭାପତିତ୍ବରେ ସଭା ଅନୁଷ୍ଠିତ ହୋଇଥିଲା। ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ସାଧାରଣ ସଂପାଦକ ସାରଦା ପ୍ରସାଦ ଶତପଥୀ, ଜିଲ୍ଲା ସଭାପତି ନିରଞ୍ଜନ ମିଶ୍ର, ଭୁବନେଶ୍ବର ମଧ୍ୟ ନିର୍ବାଚନମଣ୍ଡଳୀର ବରିଷ୍ଠ ନେତା ଜଗନ୍ନାଥ ପ୍ରଧାନ ପ୍ରମୁଖ କାର୍ଯ୍ୟକର୍ତ୍ତା ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ପ୍ରଦୀପ ପ୍ରଜ୍ଜ୍ବଳନ କରିଥିଲେ। ପ୍ରଥମେ ନୂଆପଡ଼ା ଉପ ନିର୍ବାଚନ ବିଜୟ ଉତ୍ସବ ପାଳନ କରାଯିବା ସହ ସମସ୍ତ କର୍ମୀ ଓ ପ୍ରତିନିଧି ବନ୍ଦେ ମାତରଂ ଗାନ କରିଥିଲେ। ବିଭିନ୍ନ ପଞ୍ଚାୟତର ବିଜେପି ଜନ ପ୍ରତିନିଧି, ମଣ୍ଡଳ ସଭାପତି ଓ କର୍ମୀ ଓ ନାରୀନେତ୍ରୀଙ୍କ ସମେତ ପୂର୍ବତନ ଜନ ପ୍ରତିନିଧି, ଓ ପୁରୁଖା ନେତାମାନଙ୍କୁ ଅତିଥିବୃନ୍ଦ ସମ୍ବର୍ଦ୍ଧିତ କରିଥିଲେ।ବିଜେପି ସଂଗଠନକୁ ବୁଥ ସ୍ତରରୁ ସୁଦୃଢ କରିବା ନେଇ ନେତୃବୃନ୍ଦ ଗୁରୁତ୍ୱାରୋପ କରିଥିଲେ l












Leave a Reply