ଗଜପତି : ହୃଦଘାତରେ କନେଷ୍ଟବଳଙ୍କ ମୃତ୍ୟୁ
ପାରଳାଖେମୁଣ୍ଡି, 20/11(ତାରିଣୀ ପ୍ରସାଦ ପଣ୍ଡା ): ଦର୍ଶନ ସମୀକ୍ଷା
ଗଜପତି ଜିଲ୍ଲାର କାଶୀନଗର ପୁଲିସ ଥାନାରେ କାର୍ଯ୍ୟରତ କନେଷ୍ଟବଳ ରବୀନ୍ଦ୍ର ପ୍ରଧାନଙ୍କ ଗତକାଲି ହୃଦ୍ଘାତରେ ଅକାଳ ବିୟୋଗ ଘଟିଛି। ତାଙ୍କ ନିଜ ଘର ଢେଙ୍କାନାଳ ଜିଲ୍ଲାରେ ହୋଇଥିବା ବେଳେ କାଶୀନଗର ଥାନାରେ ଗତ ୨ବର୍ଷ ହେଲ କାର୍ଯ୍ୟରତ ଥିଲେ I ଗତକାଲି ରବୀନ୍ଦ୍ର ନିଜ ନିତ୍ୟକର୍ମ ସାରି ପୋଲିସ ବ୍ୟାରେକ୍ ନିକଟ ଏକ କଦଳୀ ବଗିଚାକୁ କଦଳୀ ପତ୍ର ସଂଗ୍ରହ ପାଇଁ ଯାଇ ନ ଫେରିନଥିଲେ. ପରେ ତାଙ୍କ ସହ କର୍ମୀମାନେ ତାଙ୍କ ମୋବାଇଲକୁ କଲ କରିଥିଲେ. କୌଣସି ଉତ୍ତର ନ ମିଳିବାରୁ ତାଙ୍କୁ ଖୋଜାଖୋଜି ଚରି କଦଳୀ ବଗିଚାରେ ପଡ଼ିଥିବା ଦେଖି ଉଦ୍ଧାର କରି ନାଶୀନଗର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ ।
ସେଠାରେ ଡାକ୍ତର ରବୀନ୍ଦ୍ରଙ୍କୁ ମୃତ ଘୋଷଣା କରିଥିଲେ | ହୃଦଘାତରେ ମୃତ୍ୟୁ ହୋଇଥିବା ଏବଂ ପୂର୍ବରୁ ତାଙ୍କର ହାର୍ଟ ସର୍ଜରୀ ହୋଇଥିବା ଜଣାପଡ଼ିଛି। ଥାନା ଅଧୂକାରୀ ସୁନୀଲ ବେହେରା ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚିବା ପରେ ରବୀନ୍ଦ୍ରଙ୍କ ପରିବାରକୁ ସୂଚନା ଦିଆଯାଇଥିଲା. ଏସ୍ପି ଯତୀନ୍ଦ୍ର କୁମାର ପଣ୍ଡାଙ୍କୁ ମଧ୍ଯ ଘଟଣା ନେଇ ଅବଗତ କରାଯାଇଥିଲା. ପାରଳାଖେମୁଣ୍ଡିରେ ଥିବା ପୁଅ ଓ ଝିଅ କାଶୀନଗର ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚିଥିଲେ I ରବୀନ୍ଦ୍ର ଚାକିରିରୁ ଅବସର ନେବାକୁ ଆଉ ମାତ୍ର 7 ମାସ ରହିଥିଲା | ତାଙ୍କ ମୃତ୍ୟୁରେ ଗଜପତି ଏସପି, କାଶୀନଗର ଥାନା ଅଧୂକାରୀ ଓ ଥାନାର ସମସ୍ତ କର୍ମଚାରୀ ଗଭୀର ଶୋକ ପ୍ରକାଶ କରି ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି.












Leave a Reply