Spread the love

୩୬ ତମ ପିକକ୍ ଶିଶୁମେଳାର ପଞ୍ଚମ ସନ୍ଧ୍ୟା

ଭୁବନେଶ୍ବର: ୧୮/୧୧:ଦର୍ଶନ ସମୀକ୍ଷା

ପିପୁଲସ୍ କଲଚରାଲ ସେଣ୍ଟର (ପିକକ)ର ଏକାମ୍ର ହାଟରେ ଚାଲିଥିବା ସାତ ଦିନ ବ୍ୟାପୀ ଶିଶୁମେଳାର ଏହା ଥିଲା ପଞ୍ଚମ ସନ୍ଧ୍ୟା । ଆଜି ସନ୍ଧ୍ୟାର ମୁଖ୍ୟ ଆକର୍ଷଣ ଥିଲା କୁନି କୁନି ପିଲା ମାନଙ୍କ ମଧ୍ୟରେ କୌତୁକ ପୋଷାକ ପ୍ରତିଯୋଗୀତା । ସୁନ୍ଦର ବେଶ ପୋଷାକରେ ସଜ୍ଜିତ ହୋଇ ପିଲାମାନେ ବିଭିନ୍ନ ସାମାଜିକ ସମସ୍ୟା ଯଥା ଶିଶୁ ଶ୍ରମିକ, ବାଲ୍ୟ ବିବାହ, ଜଳ ସରକ୍ଷଣ, ବୃକ୍ଷରୋପଣ, ପ୍ରଦ୍ୟୁଷଣ, ପୋଷଣ ଖାଦ୍ୟ, ଫାଷ୍ଟ ଫୁଡ ଓ ପରିବେଶଗତ ସମସ୍ୟା ଉପରେ ସଚେତନତାର ବାର୍ତ୍ତା ଦେଇଥିଲେ। ଆଜିର ପ୍ରତିଯୋଗୀଚାର ମୁଖ୍ୟ ବିଚାରକ ମାନେଥିଲେ ଅନ୍ନପୂର୍ଣା ମହାନ୍ତି, ସମିତା ପଣ୍ଡା, ପ୍ରତିମା ନଲିନୀ ପତି ଓ ନଳିନୀ ପ୍ରଧାନ ପ୍ରମୁଖ ।

ଆଜି ସଂନ୍ଧ୍ୟାରେ ଅତିଥିମାନେ ଥିଲେ ଓଡିଶା ଶିଶୁ ସୁରକ୍ଷା ଆୟୋଗ ର ସଦସ୍ୟା ସୁଜାତା ନାୟକ ଓ ବିଶିଷ୍ଟ କଳାକାର ଅନ୍ତର୍ଯାମୀ ପଣ୍ଡା । ଅତିଅମାନେ ପିକକ୍ ର ଏହି ଉଦ୍ୟମକୁ ବହୁ ପ୍ରଶଂସା କରିଥିଲେ । ଏହି ଅବସରରେ ଚିତ୍ରକଳା ପ୍ରତିଯୋଗିତାର କୃତି ପ୍ରତିଯୋଗୀ ମାନଙ୍କୁ ଅତିଥିମାନେ ପୁରସ୍କାର ବିତରଣ କରିଥିଲେ । ଏହି ଅବସରରେ ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମ “Sisumela Connect – Interface and Interaction ଆଗାମୀ ପିଢୀ ସହିତ ଆଲୋଚନା” ର ଆୟୋଜନ କରଯାଇଥିଲା । ଏହି କାର୍ଯ୍ୟକ୍ରମରେ ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ ବ୍ୟକ୍ତିତ୍ଵ ମାନେ ପିଲାମାନଙ୍କ ଉଦ୍ଦେଶ୍ୟରେ ନିଜର ବାର୍ଭା ଦେବାସହ ଶିଶୁମେଳା ପିଲାମାନଙ୍କର ଭାଗୀଦାରିଚା ପାଇଁ କିଭଳି ଏକ ଇତିହାସ ସୃଷ୍ଟି କରିପାରିଚଛି ତାବିଷୟରେ ଉଲ୍ଲେଖ କରିଥିଲେ I ପିଲାମାନେ ବଡ ମାନଙ୍କୁ ବିଭିନ୍ନ ବିଷୟରେ ପ୍ରଶ୍ନ କରି ତାର ଉତ୍ତର ପାଇଥିଲେ ।

ଏହି କାର୍ଯ୍ୟକ୍ରମରେ ପିକକ୍ ଶିଶୁମେଳା କମିଟିର ଅଧକ୍ଷ ପ୍ରଦୋଷ ପଟ୍ଟନାୟକ, ପିକକ୍ ର ସମ୍ପାଦକ ରଞ୍ଜନ ମହାନ୍ତି ଓ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ଅନୁରାଧା ମହାନ୍ତି ଉପସ୍ଥିତ ଥିଲେ । ପିକକୁ ର ରନ୍ଧା ଦାଶ,ଜ୍ୟୋତିଶଙ୍କର ମହାନ୍ତି, ଲକ୍ଷ୍ମୀକାନ୍ତ, ପରୀକ୍ଷିତ, ପାଣ୍ଡୁ ବେହେରା ପ୍ରମୁଖ କାର୍ଯ୍ୟକ୍ରମର ପରିଚାଳନା କରିଥିଲେ ।

ଭୁଲ ୟୁ: (୧୯ ନଭେମ୍ବର ୨୦୨୫ ପାଇଁ)

ପିକକ୍ ଶିଶୁମେଳା ଷଷ୍ଠ ଦିବସ ର କାର୍ଯ୍ୟସୂଚୀ,

ସକାଳ ୭:୩୦ ଘଟିକା – Walk Against Child Labour to end violence against children – ଶିଶୁ ମାନଙ୍କ ଉପରେ ହେଉଥିବା ହିଂସାକୁ ବନ୍ଦ କରିବା ପାଇଁ ଶିଶୁ ଶ୍ରମ ବିରୋଧ ରେ ପବଯାତ୍ରା (ଏକାମ୍ରହାଟ ଠାରୁ ମାଷ୍ଟର କାଣ୍ଟିନ ଛକ )

ଶିଶୁ ମାନଙ୍କ ମଧ୍ୟରେ ଆଧୁନିକ ନୃତ୍ୟ ପ୍ରତିଯୋଗୀତା (ନର୍ସରୀ ରୁ 4ର୍ଥ ଶ୍ରେଣୀ) – ଅପରାହ୍ଣ ୪:୩୦ ଘଟିକା

ପୁରସ୍କାର ବିତରଣ – ସଂନ୍ଧ୍ୟା ୭:୩୦ ଘଟିକା

Leave a Reply

Your email address will not be published. Required fields are marked *