ତୁଷାରକାନ୍ତର ମୁଣି //”ସମଝଦାରୋ କୋ ଇସାରା କାଫି”-ତୁଷାରକାନ୍ତ ଶତପଥି ଭୁବନେଶ୍ୱର

Spread the love

— ତା୧୭.୧୧.୨୦୨୫ରିଖର,
ତୁଷାରକାନ୍ତର ମୁଣି
ନିଅନ୍ତୁ ସେଥିରୁ ଛାଣି–
“ଆଜିର ଖବରକାଗଜ କିଣି ପଢ଼ିବାପରେ ଜାଣିଲି ଯେ ତାହା ଆଗରୁ ବିକ୍ରି ହୋଇସାରିଛି”
…… 🗞️……

ଖାଲି ଖବରକାଗଜ ନୁହେଁ ‘ମୋରି ମୁଣି ରେ’, ସମ୍ବିଧାନ ସମତ୍ତ ତିନୋଟି ଖୁଣ୍ଟ+ ସ୍ୱ-ଘୋଷିତ ଚତୁର୍ଥ ଖୁଣ୍ଟ “ଗଣମାଧ୍ୟମ”ର “ଖବରକାଗଜ ତଥା ଟିଭି, ସାମାଜିକ ଗଣମାଧ୍ୟମର ପାଖାପାଖି ୯୦% ମୂର୍ଧ୍ରଣ୍ୟମାନଙ୍କ ଠାରୁ ଆରମ୍ଭକରି ଥାକକୁ ଥାକ ଦେଇ ନଗଣ୍ୟମାନେ” ଏହିଭଳି ଅବସ୍ଥାରେ।

ତଳେଥିବା 👇 ରାଜାରାଜୁଡ଼ା ସମୟର କଥାଟିଏ ପଢ ‘ରେ ମୋରି ମୁଣି’;

ଜଣେ ମହିରାଜା ନିଜ ରାଜବାଟୀର ପ୍ରବେଶପଥରେ “ସତ୍ୟ ପରୀକ୍ଷଣ ଯନ୍ତ୍ର” ଲଗେଇଥିଲେ, ତାଙ୍କ ଶାସନରେ ମିଛ କୁହାଯିବାକୁ ହଟେଇବାକୁ।
ଯେ କୌଣସି ମିଥ୍ୟାବାଦୀ ରାଜବାଟୀର ସେହି ସ୍ଥାନରେ ପହଞ୍ଚିଲେ, ରାଜାଙ୍କ ପାଖରେଥିବା
“ସତ୍ୟ ପରୀକ୍ଷଣ ଯନ୍ତ୍ରର ଘଣ୍ଟିଟି ବାଜିଉଠୁଥିଲା”। ତେଣୁ, କେହି ମିଛ କହିବାକୁ ସାହାସ କରୁନଥିଲେ।

ରାଜାଙ୍କର ଜଣେ ପାରିଷଦଙ୍କୁ ଏଭଳି “ସତ୍ୟର ମାହୋଲ” ହଜମ ନହେବାରୁ, ସେ ଥରେ ସାହସ କରି ମହାରାଜାଙ୍କୁ,
” ମହାରାଜ, ମେସିନ କିଏ ଚଳାଉଛି” ବୋଲି ପଚାରନ୍ତେ,
ମହାରାଜା କହିଥିଲେ”ସତ୍ୟ ମନ୍ତ୍ରଣାଳୟ ଚଳାଉଛି”,
-ପାରିଷଦ “ସତ୍ୟ ମନ୍ତ୍ରଣାଳୟ କିଏ ଚଳାଉଛି “ବୋଲି ପଚାରନ୍ତେ,
ମହାରାଜା କହିଥିଲେ “ସ୍ୱୟଂ ସତ୍ୟ ଚଳାଉଛନ୍ତି” ,
-ପାରିଷଦ ପୁଣି ସାହାସ କରି “ସତ୍ୟ କିଏ ତିଆରି କରନ୍ତି ” ପଚାରନ୍ତେ,
ମହାରାଜା କହିଥିଲେ” ଆଉ କିଏ, ମୁଁ (ମହାରାଜା) ନିଜେ”‌।

“ସମଝଦାରୋ କୋ ଇସାରା କାଫି” ଭଳି ଆମ ଦେଖାଶିଖା ଓଡ଼ିଆଏଙ୍କ ଦ୍ଵାରା ପ୍ରଚଳିତ ହିନ୍ଦିଭାଷାର ମୋହାବରାଟିଏ ଆଧାରରେ,
‘ମୋରି ମୁଣି ରେ ‘ ତଥା ମୋର ଏହି ସାମାଜିକ ଗଣମାଧ୍ୟମର କାନ୍ଥରେଥିବା ସଭାଷଦଗଣେ, “ବର୍ତ୍ତମାନର ସେହି ମହାରାଜା କିଏ”,
ତାହା ମୁଁ ବି ଦେଖାଶିଖା ଓଡ଼ିଆଟିଏ ଆପଣମାନଙ୍କୁ କାହିଁକି ଅବା ଜଣାଇବି!

ତେବେ, କେବଳ ଗୋଟିଏ ସୂତ୍ର (Cue) ଜଣାଉଛି, ତେଣିକି ସମଝଦାରି
‘ତୋର ମୋ ମୁଣି ରେ’ ତଥା ମୋର ଏହି ସାମାଜିକ ଗଣମାଧ୍ୟମର କାନ୍ଥରେଥିବା ସଭାଷଦଗଣେ।

(ସୂତ୍ର -Cue-Ouiz ଇତ୍ୟାଦିରେ ଦିଆଯାଉଥିବା ଭଳି 👇)
ଘଟଣାଟି ୨୦୨୩ ମସିହା ମାର୍ଚ୍ଚ ମାସର। )

ଗୋଟିଏ କାର୍ଯ୍ୟକ୍ରମରେ ବର୍ତ୍ତମାନର ଚତୁର୍ଥସ୍ତମ୍ଭର ଏକନମ୍ବରୀ ପାରିଷଦ, ବର୍ତ୍ତମାନର ମହାରାଜାଙ୍କ ଉଦ୍ଦେଶ୍ୟରେ “ପୂର୍ବତନ ସରକାରଗୁଡିକରେ ଗଣମାଧ୍ୟମଗୁଡିକୁ ମିଳୁଥିବା ତଥ୍ୟ ଆପଣଙ୍କ ଶାସନରେ ମିଳୁନଥିବାରୁ, ଗଣମାଧ୍ୟମଗୁଡିକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।ମୁଁ (ଗଣମାଧ୍ୟମର ଏକନମ୍ବରୀ ପାରିଷଦ)ଏଭଳି କହୁଥିବାରୁ ଆପଣ ମୋର ଧୃଷ୍ଟତାକୁ କ୍ଷମା କରିବେ (ଗୁସ୍ତାଖି ମାଫ୍) ମହାଶୟ। ମୁଁ (ପାରିଷଦ)ଭାବୁଛି ଯେ ଆପଣ ‘ମୁଁ (ମହାରାଜା) ଆପଣଙ୍କ ଦୋକାନ କାହିଁକି ଚଳେଇବି’ଭଳି କଥାଟିଏ କହିବେ।ଏହି କାର୍ଯ୍ୟକ୍ରମର ଆହ୍ୱାନ ହେଉଛି ‘ଭାରତର କ୍ଷଣ’ ଏବଂ ଆପଣ ହେଉଛନ୍ତି,’ଏହିକ୍ଷଣର ଯୁଗପୁଋଷ”।
(ଗଣମାଧ୍ୟମର ଏକନମ୍ବରୀ ପାରିଷଦଙ୍କ କର୍ତ୍ତୁକ ଯଥେଷ୍ଟ ତୈଳମର୍ଦ୍ଦନର ଏହା କାଣିଚାଏ ମାତ୍ର, କୃତ୍ୟ କୃତ୍ୟ ଭାବ ତ ତହୁଁ ବଳି।)
ଏହାପରେ ମହାରାଜା, ତାଙ୍କ ଭାଷଣର ପ୍ରାରମ୍ଭରେ କହିଥିଲେ ,
” ଆଜିପାଇଁ ମୁଁ ଆପଣଙ୍କ ଦୋକାନକୁ ଚଳେଇ ଦେଉଛି”।

Leave a Reply

Your email address will not be published. Required fields are marked *