Spread the love

କନ୍ଧମାଳ : ଛତିଶଗଡ଼ ମାଓ ଦମ୍ପତି କନ୍ଧମାଳ ଆରକ୍ଷୀକ ଅଧିକାରୀ ଙ୍କ ପାଖରେ ଆତ୍ମ ସମର୍ପଣ..

କନ୍ଧମାଳ :(ଦର୍ଶନ ସମୀକ୍ଷା)କୁନା ଦିଗଲ

ଜିଲ୍ଲା ଆରକ୍ଷୀକ ଅଧିକାରୀ ହରିଶ ବିସି ଙ୍କ ନିକଟରେ ଛତିଶଗଡ଼ ର ଦୁଇ ଦୁର୍ଦ୍ଦାନ୍ତ ମାଓବାଦୀ ଆତ୍ମ ସମର୍ପଣ କରିଛନ୍ତି l କନ୍ଧମାଳ ଆରକ୍ଷୀକ ଅଧିକାରୀ ଆଇ ଜି ପୋଲିସ ଦକ୍ଷିଣାଞ୍ଚଳ ନୀତି ଶେଖର ଙ୍କ ଉପସ୍ଥିତ ରେ ସାମ୍ବାଦିକ ସମ୍ମିଳନୀ କରିଥିଲେ I ଉକ୍ତ ମାଓବାଦୀ ମାନେ ହେଲେ ଉଙ୍ଗା କାଲମୁ ଓରଫ କିଶୋର ଓ ମାସେ ମାଦଭି ବୋଲି କନ୍ଧମାଳ ଏସପି ହରିଶ୍ ବିଶି କହିଥିବା ବେଳେ ସେମାନେ ଦୁହେଁ ସ୍ବାମୀ ସ୍ତ୍ରୀ ବୋଲି ଜଣାପଡିଛି l କାଲମୁ ଓରଫ କିଶୋରର ଗ୍ରାମ ଛତିଶଗଡ଼ ସୁକୁମା ଜିଲ୍ଲା ଅନ୍ତର୍ଗତ ଜାଗୁରଗୁଣ୍ଡା ଥାନା ଅନ୍ତର୍ଗତପାର୍ଲାଗଟା ହୋଇଥିବା ବେଳେ ମାଦଭି ର ଘର ସୁକୁମା ଜିଲ୍ଲା ବାଜେ ଥାନା ଅର୍ନ୍ତଗତ କୀନ୍ଦ୍ରାମ୍ ଗ୍ରାମରେ ବଲି କହିଛନ୍ତି l ଉଭୟ୨୦୧୮ରୁ କ୍ୟାଡ଼ର ମାଓବାଦୀ ଭାବେ ବଂଶଧାରା- ଘୁମସର – ନାଗା ବଳି ଡ଼ିଭିଜନ ରେ ରହି ଛତିଶ ଗଡ଼ ଓ ଓଡ଼ିଶାରେ କାର୍ଯ୍ୟ କରୁଥିଲେ I ସେମାନେ ବହୁ ହିଂସାକାଣ୍ଡ ରେ ଜଡ଼ିତ ଥ‌ିବା ଏସପି କହିଛନ୍ତି I ତେବେ ସାଧାରଣ ଜୀବନ ବିତାଇବା ସହ ସମାଜ ର ମୁଖ୍ୟ ସ୍ରୋତ ରେ ସାମିଲ ହେବାପାଇଁ ଇଚ୍ଛା ପ୍ରକାଶ କରି ଆତ୍ମ ସମର୍ପଣ କରି ଥିବା ପୋଲିସ ଏସପି କହିଛନ୍ତି l ବିଶେଷ କରି କନ୍ଧମାଳ ଏସପି ହରିଶ୍ ବିଶି ଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ରେ ପୋଲିସ୍ ର ନିୟମିତ ଚାଲିଥିବା ମାଓ ଦମନ ଅଭିଯାନ, ସିନିୟର୍ ମାଓ ନେତା ଙ୍କ ଦୁର୍ବ୍ୟବହାର ପ୍ରଦର୍ଶନ, ମାଓବାଦୀ ମାନେ ନୀତି ଆଦର୍ଶ ରୁ ବାହାରି କାର୍ଯ୍ୟ କରିବା, ଓ ସରକାର ଙ୍କ ମାଓ ବାଦି ଙ୍କ ଥଇଥାନ ପାଇଁ ଆକର୍ଷଣୀୟ ପ୍ୟାକେଜ ରେ ପ୍ରଭାବିତ ହୋଇ ଏ ଦୁହେଁ ସ୍ବାମୀ ସ୍ତ୍ରୀ ମାଓବାଦୀ ଆତ୍ମ ସମର୍ପଣ ର ପନ୍ଥା ବାଛି ନେଇଥ‌ିବା ପୋଲିସ କହିଛି I ଏସପି ହରିଶ ବିଶି ଙ୍କ ଉଦ୍ୟମ କ୍ରମେ କମ ସମୟ ରେ ଅନେକ ମାଓ ବାଦି ଆତ୍ମ ସମର୍ପଣ କରି ଥୂବା ଜଣାପଡ଼ିଛି I କବିଂ ବେଳେ ମାଓ କ୍ୟାମ୍ପ ଧନ୍ସ କରିବା ସହ କିଛି ମାଓ ସାମଗ୍ରୀ ଜବତ କରିଥିବା ଦେଖିବାକୁ ମିଳିଛି l

Leave a Reply

Your email address will not be published. Required fields are marked *