କନ୍ଧମାଳ : ଜାତୀୟ ପ୍ରେସ୍ ଦିବସ 2025 ପାଳନ..
କନ୍ଧମାଳ :ଦର୍ଶନ ସମୀକ୍ଷା କୁନା ଦିଗଲ
ଜିଲ୍ଲା ଫୁଲବାଣୀ ଆଇ ଟି ଡି ଏ ସଭଗୃହ ଠାରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ତଥା ପିଏ ଆଇ ଟି ଡି ଏ ଗଦାଧର ପାତ୍ର ଙ୍କ ଅଧ୍ୟକ୍ଷତା ରେ ଜିଲ୍ଲା ସ୍ତରୀୟ ଜାତୀୟ ପ୍ରେସ୍ ଦିବସ ପାଳନ ହେଇଯାଇଛି l ଏହି ଅବସରରେ ମୁଖ୍ୟ ଅତିଥିଭାବେ କନ୍ଧମାଳ ଜିଲ୍ଲାପାଳ ଦେବଭୁସଣ ମହୋଦୟ ଯୋଗଦେଇଥିବା ବେଳେ ସମ୍ନାନିତ ଅତିଥିଭାବେ ଜିଲ୍ଲା ଆରକ୍ଷୀକ ହରିଶ ବିସି, ଅତିରିକ୍ତ ଜିଲ୍ଲପାଳ କୋଶଳ ନାୟକ , ରମେଶ ଜେନା , ମୁଖ୍ୟ ବକ୍ତା ବରିଷ୍ଠ ସାମ୍ବାଦିକ ତଥା ବରିଷ୍ଠ ନାଗରିକ ଅରୂପ ଜେନା ଯୋଗଦେଇ ଥିଲେ l ସେହିପରି କନ୍ଧମାଳ ଜିଲ୍ଲା ର ସମସ୍ତ ବ୍ଲକ୍ ର ଅନେକ ସାମ୍ବାଦିକ ବନ୍ଧୁ ଯୋଗ ଦେଇଥିଲେ l ଏହି କାର୍ଯ୍ୟକ୍ରମ ରେ କିଛି ଛାତ୍ର ଛାତ୍ରୀ ମାନଙ୍କୁ ଜିଲ୍ଲାପାଳ ଏସପି ଏବଂ ଅତିଥି ମାନଙ୍କ ଜରିଆରେ ପୁରସ୍କାର ପ୍ରଦାନ କରାଯାଉଛି l ସାମ୍ବାଦିକ ଏକ ଗଣ ତନ୍ତ୍ର ର ଚତୁର୍ଥ ସ୍ତମ୍ଭ ହେଇଥିବା ବେଳେ କିଛି ଅସାମାଜିକ ବ୍ୟକ୍ତି ମାନେ ସାମ୍ବାଦିକ ମାନଙ୍କ ବିରୁଦ୍ଧରେ ମିଥ୍ୟା ଆରୋପ କରିଥାନ୍ତି l ଏପରିକି ସରକାରୀ କର୍ମଚାରୀ ମାନେ ଯିଏକି କିଛି ଭୁଲ୍ କରିଥାଏ ତାଙ୍କ ପାଖକୁ କୌଣସି ସାମ୍ବାଦିକ ବନ୍ଧୁ ଟେ ଯାଇ ଖବର ସଂଗ୍ରହ କରିବାକୁ ଚେଷ୍ଟା କରେ ତ ସେଇ ସମୟରେ କର୍ମଚାରୀ ଜଙ୍କ ନିଜର ଦୋଷ କୁ ଲୁଚେଇ ବା ପାଇଁ ସାମ୍ବାଦିକ ବନ୍ଧୁଙ୍କ ନାମରେ ମିଥ୍ୟା ମାମଲା ରୁଜୁ କରିଥାଏ l ଏଥିପ୍ରତି ପୋଲିସ ପ୍ରଶାସନ ଏବଂ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ସାମ୍ବାଦିକ ମାନଙ୍କ ସୁରକ୍ଷା କିପରି ହେଇ ପାରିବ ସେନେଇଁ କିଛି ସାମ୍ବାଦିକ ବନ୍ଧୁ ଏଇ ବୈଠକ ରେ ଆଲୋଚନା କରିଥିଲେ l ଜିଲ୍ଲାପାଳ ଏବଂ ଜିଲ୍ଲା ଆରକ୍ଷକ ଅଧିକାରୀ ଜାତୀୟ ପ୍ରେସ୍ ଦିବସ ରେ ଉପସ୍ଥିତ ଥିବା ସମସ୍ତ ସାମ୍ବାଦିକ ମାନଙ୍କୁ ଅତି ସୁନ୍ଦର ରେ ବୁଝେଇ କହିଥିଲେ କି କୌଣସି ଜାଗାରେ କୌଣସି ଖବର ମିଳେ କିମ୍ବା କୌଣସି ଅସହାୟ ବ୍ୟକ୍ତି ବ୍ୟକ୍ତିନି ସରକାରୀ ସୁବିଧା ପାଇବାରେ ବଞ୍ଚିତ ଅଛନ୍ତି ତାହେଲେ ଖବର ପ୍ରଶାରଣ କରିବା ପୂର୍ବରୁ ଆଗେ ପ୍ରଶାସନ ସହିତ ଆଲୋଚନା କରି ଉକ୍ତ ଅସହାୟ ପରିବାର ବର୍ଗଙ୍କୁ ସାହାଯ୍ୟ କରିବାକୁ ଚେଷ୍ଟା କଲେ ବହୁତ୍ତ୍ ଭଲ ହୁଅନ୍ତା ବଲି ଅଭୀଭାଷଣ ରେ ମତ ରଖିଥିଲେ l ସାମ୍ବାଦିକ ସଂଘ କନ୍ଧମାଳ ତରଫରୁ କିଛି ଛାତ୍ର ଛାତ୍ରୀ ମାନଙ୍କୁ ବିଭିର୍ଣ୍ଣ ପ୍ରତିଯୋଗିତା କରାଯାଇଥିଲା l ଉକ୍ତ ପ୍ରତିଯୋଗିତା ରେ ବିଜୟୀ ପ୍ରତିଭା ବା କୃତି ଛାତ୍ର ଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଜରିଆରେ ପୁରସ୍କାର ପ୍ରଦାନ କରାଯାଇଛି l












Leave a Reply