୩୬ ତମ ପିକକ୍ ଶିଶୁମେଳାର ଦ୍ବିତୀୟ ସନ୍ଧ୍ୟା ଆଜି ସନ୍ଧ୍ୟାର ଆକର୍ଷଣ ଓଡିଶୀ ନୃତ୍ୟ ଓ ସଂଗୀତ ପ୍ରତିଯୋଗୀତା
ଭୁବନେଶ୍ୱର : ଦର୍ଶନ ସମୀକ୍ଷା
୩୬ ତମ ପିକକ୍ ଶିଶୁମେଳା ର ଅର୍ଜିଥୁଲା ଦ୍ବିତୀୟ ସନ୍ଧ୍ୟା । ଆଜି ସନ୍ଧ୍ୟା ର ମୁଖ୍ୟ ଆକର୍ଷଣ ଥିଲା ଓଡିଶୀ ନୃତ୍ୟ ଓ ସଂଗୀତ ପ୍ରତିଯୋଗୀତା | ସୁନ୍ଦର ଓଡିଶୀ ପୋଷାକରେ ସୁସଜ୍ଜିତ ହୋଇ ପିଲାମାନେ ଓଡିଶୀ ନୃତ୍ୟ ପରିବେଷଣ କରି ଦର୍ଶକ ମାନଙ୍କ ମନମୋହିବା ସହିତ ସେମାନଙ୍କର ସୁମଧୁର ସଙ୍ଗୀତ ଦର୍ଶକକୁ ମନ୍ତ୍ରମୁଗ୍ଧ କରିଥିଲା I ଜାତୀୟ ଓ ଆନ୍ତର୍ଜାତୀୟ ଖ୍ୟାତି ସମ୍ପର୍ଣ୍ଣ ବିଶିଷ୍ଟ ନୃତ୍ୟ ଶିଳ୍ପୀ ମିନାକ୍ଷୀ ବେହେରା, ମମତା ଶତପଥୀ, ଆହୁଟି ବରାଳ, ମଞ୍ଜୁଶ୍ରୀ ପଣ୍ଡା, ଏବଂ ବିଶିଷ୍ଟ କଣ୍ଠଶିଳ୍ପୀ ହରପ୍ରିୟା ପତି, ସୁଜାତା ସାହୁ, ଇତିଶ୍ରୀ ଦିକ୍ଷିତ ପ୍ରମୁଖ ବିଚାରକ ଭାବେ ଯୋଗଦେଇଥିଲେ । ସଂଗୀତ ଓ ନୃତ୍ୟ ପ୍ରତିଯୋଗିତାରେ ବହୁ ସଂଖ୍ୟକ ପିଲା ଯୋଗଦେଇ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ ।
ଆଜି ସନ୍ଧ୍ୟାର ଅତିଥୁ ଓଡିଶା ରାଜ୍ୟ ଶିଶୁ ସୁରକ୍ଷା ଆୟୋଗର ସଦସ୍ୟା କସ୍ତୁରୀ ମିଶ୍ର, ପିଲାମାନଙ୍କର ଅନ୍ତର୍ନିହିତ ଗୁଣ ର ବିକାଶ ପାଇଁ ସେମାନଙ୍କୁ ଅଭିଭାବକ, ଶିକ୍ଷକ, ଶିକ୍ଷୟତ୍ରୀ ଉତ୍ସାହିତ କରିବା ଉଚିତ । ଏହିପ୍ରକାରର ଭାଗୀଦାରୀତା ପିଲାମାନଙ୍କର ବଳିଷ୍ଟ ବ୍ୟକ୍ତିତ୍ଵ ଗଢିବାରେ ସାହାଯ୍ୟ କରିବ । ଅନ୍ୟମାନଙ୍କ ମଧ୍ୟରେ ଶିଶୁମେଳା କମିଟିର ଅଧ୍ୟକ୍ଷ ପ୍ରଦୋଶ ପଟ୍ଟନାୟକ, ପିକକ୍ ର ସମ୍ପାଦକ ରଞ୍ଜନ କୁମାର ମହାନ୍ତି ଓ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ଅନୁରାଧା ମହାନ୍ତି ପ୍ରମୁଖ ଏଠାରେ ଉପସ୍ଥିତ ଥିଲେ । ପିକକ୍ ର ରନ୍ଧା ଦାଶ, ଜ୍ୟୋତିଶଙ୍କର ମହାନ୍ତି, ପୂଜା ପଣ୍ଡା, ବିଷ୍ଣୁପ୍ରିୟା ମହାପାତ୍ର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।
ପିକକ୍ ଶିଶୁମେଳା ତୃତୀୟ ଦିବସ ତା ୧୬-୧୧ର କାର୍ଯ୍ୟସୂଚୀ ସ୍ଥାନ- ଏକାମ୍ର ହାଟ ଆମ୍ପିଟର
ସକଳ ୮:୦୦ ଘଟିକା – ଚିତ୍ରାଙ୍କନ ପ୍ରତିଯୋଗୀତା (୨ୟ ଶ୍ରେଣୀ ରୁ ଦଶମ ଶ୍ରେଣୀ)
ସନ୍ଧ୍ୟା ୪:୦୦ ଘଟିକା – ପିଲାମାନଙ୍କ ମଧ୍ୟରେ ସୁନ୍ଦର ସ୍ବାସ୍ଥ୍ୟ ପ୍ରତିଯୋଗୀତା (୬ମାସ ରୁ ୩ ବର୍ଷ )
ସନ୍ଧ୍ୟା ୫:୩୦ ଘଟିକା – ଶିଖୁବା, ଭାବିବା, କହିବା – ପରିବର୍ତ୍ତନର ଆଧାର – growing mind, sharing
ସ୍ୱର
ସନ୍ଧ୍ୟା ୬:୦୦ ଘଟିକା – ଆବୃତି ପ୍ରତିଯୋଗୀତା (ନର୍ସରୀ ରୁ ପ୍ରଥମ ଶ୍ରେଜି)
ସନ୍ଧ୍ୟା ୭:୩୦ ଘଟିକା – ପୁରସ୍କାର ବିତରଣ












Leave a Reply