ବାଲିମେଳା ମହାବିଦ୍ୟାଳୟ ରେ ଜନଜାତି ଦିବସ ପାଳିତ
ବିର୍ସା ମୁଣ୍ଡା ଙ୍କ ୧୫୦ତମ ଜନ୍ମ ବାର୍ଷିକୀ(ସମୀକ୍ଷା ସମୀକ୍ଷା) ମନୋଜ ଦେବ ପାଙ୍ଗି
ଉପଲକ୍ଷେ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ଅନୁସାରେ “ଜନଜାତିୟ ଦିବସ” ବାଲିମେଳା ମହାବିଦ୍ୟାଳୟ ଓ ବାଲିମେଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଦ୍ଵାରା ବହୁ ଆଡମ୍ୱରରେ ପାଳନ କରାଗଲା । ଏହି କାର୍ଯ୍ୟକ୍ରମ ରେ ଶତାଧିକ ଛାତ୍ର ଛାତ୍ରୀ ଯୋଗଦାନ ଦେଇଥିଲେ । ଏହି ଅବସରରେ ମାଲକାନଗିରି ଜିଲ୍ଲାରେ ବସବାସ କରୁଥିବା ୧୪ ଗୋଟି ଜନଜାତି ସମ୍ପ୍ରଦାୟର ଛାତ୍ର ଓ ଛାତ୍ରୀ ମାନେ ନିଜ ନିଜ ସମ୍ପ୍ରଦାୟ କୁ ପ୍ରତିନିଧିତ୍ଵ କରିବା ସହିତ ନିଜ ସଂସ୍କୃତି, ଭାଷା, ସଙ୍ଗୀତ ଓ ଜୀବନଶୈଳୀ କୁ ସମସ୍ତଙ୍କ ସମ୍ମୁଖରେ ଉପସ୍ଥାପନ କରିଥିଲେ ଓ ନିଜ ଲୁକ୍କାୟିତ ସଂସ୍କୃତି କୁ ଉଜାଗର କରିଥିଲେ । ଏହି କାର୍ଯ୍ୟକ୍ରମ ପାଇଁ ପୂର୍ବରୁ ଜନଜାତିଙ୍କ ସଂସ୍କୃତି, ଭାଷା, ସଙ୍ଗୀତ ଓ ଜୀବନଶୈଳୀ କୁ ନେଇ ଚିତ୍ରାଙ୍କନ ଉଭୟ ସ୍ନାତକ ଓ ଉଚ୍ଚ ମଧ୍ୟାମିକ ସ୍ତରରେ ବିଭିନ୍ନ ପ୍ରତିଯୋଗିତା ଗୁଡ଼ିକ ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ କୁ ଶ୍ରୀ ଜିତେନ କୁମାର ପ୍ରଧାନ ପରିଚାଳନା କରିଥିଲେ । ଏଥିରେ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଶ୍ରୀ ସୁଭାଷ ଚନ୍ଦ୍ର ମାଝୀ ଆଦିବାସୀ ସଂସ୍କୃତି ର ସୌନ୍ଦର୍ଯ୍ୟତା ଓ ମୁଖ୍ୟ ଅତିଥି ଭାବରେ ପୂର୍ବତନ ଛାତ୍ର ଡକ୍ଟର ବିଭୁଦତ୍ତ ମହାନ୍ତି ମହାନ ଆଦିବାସୀ ସ୍ଵାଧୀନତା ସଂଗ୍ରାମୀ ଙ୍କ ପଦ ଚିହ୍ନ ଅନୁସରଣ କରିବା ନିମନ୍ତେ ପ୍ରେରଣା ଦେଇଥିଲେ । ଏହି କାର୍ଯ୍ୟକ୍ରମ ରେ ଶ୍ରୀମତୀ ମମତା ପାତ୍ର ଓ ଡକ୍ଟର କିଶୋର କୁମାର ଦାସ ବିର୍ସା ମୁଣ୍ଡାଙ୍କ ଇଂରେଜ ମାନଙ୍କ ବିରୁଦ୍ଧ ରେ ସଂଗ୍ରାମ ବିଷୟ ରେ ଐତିହାସିକ ତଥ୍ୟ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଶ୍ରୀ ପୁରୁଷୋତ୍ତମ ସମରଥ ଆଦିବାସୀ ସଂଗ୍ରାମୀଙ୍କ ଅବଦାନକୁ ସରକାରୀ ସ୍ତରରେ ପ୍ରକୃତ ତଥ୍ୟ ଗୁଡ଼ିକ ଗବେଷଣା ମାଧ୍ୟମ ରେ ଉପଲବ୍ଧି କରିବା ନିମନ୍ତେ ସମସ୍ତଙ୍କୁ ନିବେଦନ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ବର୍ତ୍ତମାନ ର ଛାତ୍ର ଛାତ୍ରୀଙ୍କ ଗହଣରେ ମହାବିଦ୍ୟାଳୟ ର ପୂର୍ବତନ ଛାତ୍ରଛାତ୍ରୀ (ଆଲୁମିନି) ମାନେ ମଧ୍ୟ ଯୋଗ ଦେଇଥିଲେ ।












Leave a Reply