ପାରଳାଖେମୁଣ୍ଡି ସ୍ପେଶାଲ //ସାମ୍ବାଦିକଙ୍କ ଅକାଳ ବିୟୋଗରେ ବିଭିନ୍ନ ମହଲରେ ଶୋକ,ମାଗଣାରେ ଫାର୍ମାସି କୋର୍ସ ତାଲିମ୍ ଓ ବିଡୁଆ ପ୍ରାଥମିକ ବିଦ୍ୟାଳୟକୁ ଅଚାନକ ପରିଦର୍ଶନ

Spread the love

ସାମ୍ବାଦିକଙ୍କ ଅକାଳ ବିୟୋଗରେ ବିଭିନ୍ନ ମହଲରେ ଶୋକ
ପାରଳାଖେମୁଣ୍ଡି, 14/11(ତାରିଣୀ ପ୍ରସାଦ ପଣ୍ଡା): ଦର୍ଶନ ସମୀକ୍ଷା

ଗଜପତି ଜିଲ୍ଲାର କାଶୀନଗର ବ୍ଲକ ପ୍ରେସ୍ କ୍ଲବ୍ ସଦସ୍ୟ ତଥା ଜଣାଶୁଣା ସାମ୍ବାଦିକ ତାମଡା କ୍ରୀଷ୍ନାଙ୍କ ତାଙ୍କ ବାସଭବନରେ ପରଲୋକ ହୋଇଯାଇଛି. ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୪୯ ବର୍ଷ ହୋଇଥିଲା. ତାଙ୍କ ପରିବାର ସଦସ୍ୟ ମୃତ୍ୟୁଶଯ୍ୟା ନିକଟରେ ଉପସ୍ଥିତ ଥିଲେ. ଏକାଧିକ ଓଡ଼ିଆ ଦୈନିକର କାଶୀନଗର ବ୍ଲକର ପ୍ରତିନିଧି ଭାବେ ସେ ଦୀର୍ଘ ଦିନ ଧରି କାର୍ଯ୍ୟ କରିଥିଲେ. ସମାଜ ସେବା କ୍ଷେତ୍ରକୁ ବି ତାଙ୍କର ଉଲ୍ଲେଖନୀୟ ଅବଦାନ ରହିଥିଲା. କର୍କଟ ରୋଗ ତାଙ୍କ ଅକାଳ ମୃତ୍ୟୁର କାରଣ ବୋଲି ଜଣାପଡିଛି. ଏହାକୁ ନେଇ କାଶୀନଗରରେ ଶୋକର ଛାୟା ଖେଳି ଯାଇଥିବା ବେଳେ ସ୍ଥାନୀୟ ନାଗରିକ ମହାସଭା, ପ୍ରେସ୍ କ୍ଲବ୍ , ରଇତ ସଙ୍ଘ ଓ ଅନ୍ୟାନ୍ୟ ବହୁ ସଂଗଠନ ପକ୍ଷରୁ ଶୋକ ପ୍ରକାଶ କରାଯାଇଛି. ଗଜପତି ଜିଲ୍ଲା ଏସୟୁଜେ ସାମ୍ବାଦିକ ସଙ୍ଘର ସଭାପତି ଗରୁଡ଼ ଧ୍ଵଜ ଚୌଧୁରୀ, ସାଧାରଣ ସମ୍ପାଦକ ତାରିଣୀ ପ୍ରସାଦ ପଣ୍ଡା, ସଂଘର ସଦସ୍ୟ ଗଣେଶ ରାଜୁ, ରଶ୍ମି ରଞ୍ଜନ ମିଶ୍ର ପ୍ରମୁଖଙ୍କ ସମେତ ଜିଲ୍ଲାର ବହୁ ସାମ୍ବାଦିକଙ୍କ ସମେତ ବହୁ ରାଜନେତା ଓ ବୁଦ୍ଧିଜୀବୀ ଶୋକ ବ୍ୟକ୍ତ କରିଛନ୍ତି.
ମାଗଣାରେ ଫାର୍ମାସି କୋର୍ସ ତାଲିମ୍ ପାଇଁ ଓଡିଶା ସରକାର ଓ ଆଦିତ୍ୟ ସୋସାଇଟିର ଚୁକ୍ତିନାମା

ପାରଳାଖେମୁଣ୍ଡି, 14/11(ତାରିଣୀ ପ୍ରସାଦ ପଣ୍ଡା): ମାଗଣାରେ ଫାର୍ମାସି କୋର୍ସ ତାଲିମ୍ ପାଇଁ ଓଡିଶା ସରକାର ଓ ଆଦିତ୍ୟ ସୋସାଇଟିର ଚୁକ୍ତିନାମା କରାଯାଇଥିବା ସୂଚନା ମିଳିଛି. ଓଡିଶା ସରକାର ଏବଂ ଆଦିତ୍ୟ ଏଜୁକେସନାଲ ସୋସାଇଟି ( ଜେମ୍ସ ହସ୍ପିଟାଲ, ଶ୍ରୀକାକୁଲମ) ତରଫରୁ ପେସେଣ୍ଟ ରିଲେସନସ୍ ଆସୋସିଏଟ୍ ଏବଂ ୱେରହାଉସିଂ ଆସୋସିଏଟ୍ (ଫାର୍ମାସି) କୋର୍ସ ପାଇଁ ମାଗଣା ତାଲିମ ଦିଆଯିବ. ପରେ ଚାକିରିର ସୁଯୋଗ ଦିଆଯିବ ବୋଲି ଗଜପତି ଜିଲ୍ଲା ନିୟୋଜନ ଅଧିକାରୀ , ସୌଭାଗ୍ୟ ତ୍ରିପାଠୀ ଏକ ବିବୃତ୍ତିରେ କହିଛନ୍ତି। ଆଗ୍ରହୀ ଛାତ୍ରଛାତ୍ରୀମାନେ ଶ୍ରୀକାକୁଲମ ଜିଲ୍ଲାର ରାଗୋଲୁ ଜେମ୍ସ ହସ୍ପିଟାଲରେ ଆବେଦନ କରିପାରିବେ। ମାଗଣା ତାଲିମ ସହିତ ମାଗଣା ରହିବା ଏବଂ ମାଗଣା ଖାଦ୍ୟ ଯୋଗାଇ ଦିଆଯିବ ବୋଲି ଜଣାଇଛନ୍ତି। ଓଡିଶା ରାଜ୍ୟର ଯେକୌଣସି ଜିଲ୍ଲାର ବାସିନ୍ଦା ପି.ଆର୍.ଏ. କୋର୍ସ ପାଇଁ ଯୋଗ୍ୟ ପ୍ରାର୍ଥୀଙ୍କ ବୟସ 18 ରୁ 35 ବର୍ଷ ମଧ୍ୟରେ ହୋଇଥିବା ଉଚିତ. ଗ୍ରାଜୁଏସନ ସମ୍ପୂର୍ଣ୍ଣ କରିଥିବା ଆବଶ୍ୟକ। ଅଧିକ ବିବରଣୀ ପାଇଁ ନିମ୍ନ ନମ୍ବରରେ ଯୋଗାଯୋଗ କରିବାକୁ ଅନୁରୋଧ କରାଯାଉଛି ।

ବିଡୁଆ ପ୍ରାଥମିକ ବିଦ୍ୟାଳୟକୁ ଅଚାନକ ପରିଦର୍ଶନ କରି କ୍ଷୁବ୍ଧ ହେଲେ ପାରଳା ବିଧାୟକ ପାରଳାଖେମୁଣ୍ଡି, 14/11(ତାରିଣୀ ପ୍ରସାଦ ପଣ୍ଡା ): ବିଡୁଆ ପ୍ରାଥମିକ ବିଦ୍ୟାଳୟକୁ ଅଚାନକ ପରିଦର୍ଶନ କରି ଅପରିଷ୍କାର ପରିବେଶ ଦେଖି କ୍ଷୁବ୍ଧ ହେଲେ ପାରଳା ବିଧାୟକ. ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଝାମି ପଞ୍ଚାୟତ ଏସ ବିଡୁଆ ଗ୍ରାମକୁ ପାରଳା ବିଧାୟକ ରୂପେଶ ପାଣିଗ୍ରାହୀ ଏକ ସାମାଜିକ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଯାଇଥିଲେ, କାର୍ଯ୍ୟକ୍ରମ ଯୋଗଦେଇ ସେଇ ବାଟ ଦେଇ ଫେରିବା ସମୟରେ ଅଚାନକ ଭାବେ ବିଡୁଆ ପ୍ରାଥମିକ ବିଦ୍ୟାଳୟକୁ ପରିଦର୍ଶନ କରିଥିଲେ, ବିଦ୍ୟାଳୟ ପରିସର ମଧ୍ୟରେ ଅପରିଷ୍କାର ପରିବେଶ ମଧ୍ୟରେ ଥିବା ଦେଖି ବିଧାୟକ କ୍ଷୁବ୍ଧ ହୋଇଥିଲେ. କିଛିଦିନ ତଳେ ବିଧାୟକ ଏଇଭଳି ଅପରିଷ୍କାର ଦେଖି ତୁରନ୍ତ ଶିକ୍ଷା ଅଧିକାରୀ ମାୟାଧର ସାହୁଙ୍କୁ ଅବଗତ କରିଥିଲେ. କିନ୍ତୁ ଆଜି ସୁଦ୍ଧା ଏନେଇ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନଥିବାରୁ ବିଧାୟକ ଦୁଃଖ ପ୍ରକାଶ କରିଥିଲେ. ଏଇ ବିଷୟ ନେଇ ଜିଲ୍ଲା ପ୍ରଶାସନରକୁ ଅବଗତ କରିବେ ବୋଲି ସେ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କୁ ଜଣାଇଥିଲେ.

ବେଆଇନ ବନ୍ଧୁକ ରଖିବା ମାମଲାରେ ଏବଂ ମା’ ବନଦୁର୍ଗା ମନ୍ଦିରରୁ ଚୋରି ଘଟଣାରେ 2 ଅଭିଯୁକ୍ତଙ୍କୁ କାରାଦଣ୍ଡ ପାରଳାଖେମୁଣ୍ଡି, 14/11(ତାରିଣୀ ପ୍ରସାଦ ପଣ୍ଡା ): ବେଆଇନ ବନ୍ଧୁକ ରଖିବା ମାମଲାରେ ଏବଂ ମା’ ବନଦୁର୍ଗା ମନ୍ଦିରରୁ ଚୋରି ଘଟଣାରେ 2 ଅଭିଯୁକ୍ତଙ୍କୁ କାରାଦଣ୍ଡ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରାଯାଇଥିବା ସୂଚନା ମିଳିଛି. ଘଟଣାରୁ ପ୍ରକାଶ, ବେଆଇନ ବନ୍ଧୁକ ରଖିବା ମାମଲାର ବିଚାରଣା କରି ସିଜେଏମ୍ ତଥା ଆସିଷ୍ଟାଣ୍ଟ୍ ସେସନସ୍ ଜଜ୍ ନରୋତ୍ତମ ସେଠୀ ଅଭିଯୁକ୍ତ କରୁଣ ଭୂୟାଁକୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ତାକୁ ୨ବର୍ଷ ଜେଲ୍‌ଦଣ୍ଡ ଓ ୫ହଜାର ଟଙ୍କା ଜରିମାନାରେ ଦଣ୍ଡିତ କରିଛନ୍ତି। ଜରିମାନା ଅନାଦେୟସ୍ଥଳେ ଅଧିକ ୨ମାସ କାରାଦଣ୍ଡ ଭୋଗ କରିବା ନିମନ୍ତେ କୋର୍ଟ ନିଜ ରାୟରେ ଉଲ୍ଲେଖ କରିଛନ୍ତି । ୧୦ଜଣ ସାକ୍ଷୀଙ୍କ ବୟାନ ଓ ପ୍ରମାଣକୁ ଭିତ୍ତି କରି କୋର୍ଟ ଏହି ରାୟ ଶୁଣାଇଛନ୍ତି। 2020 ମସିହା ମେ ମାସରେ ରାୟଗଡ଼ ଥାନା ପୁଲିସ ପାଟ୍ରୋଲିଂ କରୁଥିବା ବେଳେ ଖବରପାଇ ବାହାଡ଼ାପଡା ଗ୍ରାମର କରୁଣ ଭୂୟାଁଙ୍କ ଘରେ ଯାଞ୍ଚ କରି ଏକ ଦେଶୀ ବନ୍ଧୁକ ଜବତ କରିଥିଲା । ପଚରାଉଚରା ବେଳେ ଏନେଇ ସେ କୌଣସି ବୈଧ ଲାଇସେନ୍ସ ଦେଖାଇ ପାରି ନଥିବା ବେଳେ ସନ୍ତୋଷଜନକ ଉତ୍ତର ଦେଇ ପାରିନଥିଲେ। ଏନେଇ ଏଏସ୍‌ଆଇ ଅଭିମନ୍ୟୁ ପାଣିଗ୍ରାହୀ ରାୟଗଡ଼ ଥାନାରେ ଏକ ମାମଲା ରୁଜୁ କରିଥିଲେ। ତତ୍କାଳୀନ ସବଇନ୍ସପେକ୍ଟର କୃଷ୍ଣଚନ୍ଦ୍ର ମଲ୍ଲିକ ମାମଲାର ତଦନ୍ତ କରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଥିଲେ। ସେହିପରି ପାରଳାଖେମୁଣ୍ଡି ସ୍ଥିତ ମା’ବନଦୁର୍ଗା ମନ୍ଦିରରେ ହୋଇଥିବା ଚୋରି ଘଟଣାରେ ଅଭିଯୁକ୍ତ ପୋଲମହାନ୍ତି ପ୍ରସାଦ ରାଓ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଜେଏସ୍ଏଫ୍‌ସି ସତ୍ୟଜିତ ପାଣି ଆଜି ଏହି ମାମଲାର ଶୁଣାଣି କରି ଅଭିଯୁକ୍ତ ପ୍ରସାଦ ରାଓକୁ ଦୋଷୀ ସାବ୍ୟସ୍ତ କରିବା ସହ ୬ମାସ ଜେଲ ଦଣ୍ଡାଦେଶ ଓ ୫୦୦ ଟଙ୍କା ଜରିମାନାରେ ଦଣ୍ଡିତ କରିଛନ୍ତି। ୮ଜଣ ସାକ୍ଷୀଙ୍କ ବୟାନ ତଥା ପ୍ରମାଣକୁ ଭିତ୍ତି କରି କୋର୍ଟ ଏହି ରାୟ ଶୁଣାଇଛନ୍ତି । ସୂଚନା ପ୍ରକାରେ ଗତ ଜୁନ୍ ୬ ତାରିଖରେ ଏତଲାକାରୀ ପୂଜକ ମୁନା କାରୁଣ୍ୟ ମନ୍ଦିରର ଅଫିସରେ ଲାଗିଥିବା ସିସିଟିଭିରେ କେହି ଜଣେ ମା’ବନଦୁର୍ଗାଙ୍କ ମୂର୍ତ୍ତିରେ ଲାଗିଥିବା ସୁନାଗହଣାକୁ ପକେଟରେ ଭର୍ତ୍ତି କରି ପଳାଇଯାଉଥିବା ଦେଖିବାକୁ ପାଇଥିଲେ | ତୁରନ୍ତ ସେ ବଡ଼ପାଟି କରିବାରୁ ସେଠାରେ ଉପସ୍ଥିତ ଲୋକେ ଏକତ୍ରିତ ହୋଇ ଦୌଡ଼ି ପଳାଉଥିବା ସ୍ଥାନୀୟ ଜଙ୍ଗମ ସାହିର ପ୍ରସାଦ ରାଓକୁ କାବୁ କରି ନେଇଥିଲେ | ପରେ ପୁଲିସକୁ ଫୋନ କରି ହସ୍ତାନ୍ତର କରିଥିଲେ । ଏନେଇ କେସ ୧୩୮|୨୫ରେ ମାମଲା ରୁଜୁ ହୋଇଥିଲା। ସବଇନ୍ସପେକ୍ଟର ଲକ୍ଷ୍ମଣ ବେଶ୍ରା ଉକ୍ତ ମାମଲାର ତଦନ୍ତ ଭାର ନେଇଥିଲେ । ସରକାରଙ୍କ ପକ୍ଷରୁ ଏପିପି ଏଲ. ସଞ୍ଜୟ ମାମଲା ପରିଚାଳନା କରିଥିବା ଭାରପ୍ରାପ୍ତ କ୍ୟାଡ଼ର ପବ୍ଲିକ ପ୍ରସିକ୍ୟୁଟର ରାଜେଶ କୁମାର ମିଶ୍ର ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *