ବାଲିମେଳା ସହର ଓ ଆଖପାଖ ଅଞ୍ଚଳରେ ସାଇବର ଠକେଇ ରୋକିବାକୁ ସଚେତନତା କାର୍ଯ୍ୟକ୍ରମ
୧୧୨ ଜଣ ବରିଷ୍ଠ ନାଗରିକଙ୍କୁ ପରିଚୟ ପତ୍ର କଲା ପୋଲିସ ପ୍ରଶାସନ
ମାଲକାନଗିରି:(ଦର୍ଶନ ସମୀକ୍ଷା) ମନୋଜ ଦେବ ପାଙ୍ଗି
ରାଜ୍ୟରେ ଦିନକୁ ଦିନ ବୃଦ୍ଧି ପାଉଥିବା ଅନଲାଇନ ସାଇବର ଠକେଇ ଓ ଅଞ୍ଚଳବାସୀଙ୍କୁ ଏଥିରୁ ସୁରକ୍ଷିତ ରଖିବା ପାଇଁ ରାଜ୍ୟ ସରକାର ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଧେଶ କ୍ରମେ ସରା ରାଜ୍ୟରେ ପୋଲିସ ପ୍ରଶାସନ ପକ୍ଷରୁ ଗତ ୧୮ ଅକ୍ଟୋବର ଠାରୁ ନଭେମ୍ବର ୧୭ ତାରିଖ ମଧ୍ୟରେ ରାଜ୍ୟର ବିଭିନ୍ନ ପ୍ରାନ୍ତରେ ପୋଲିସ ପ୍ରଶାସନ ପକ୍ଷରୁ ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଜାରୀ ରହିଛି। ଏହି କ୍ରମେ ମାଲକାନଗିରି ଜିଲ୍ଲା ଓର୍କେଲ ଥାନା ପକ୍ଷରୁ ଚିତ୍ରକୋଣ୍ଡା ଉପଖଣ୍ଡ ଅରକ୍ଷୀ ଅଧିକ୍ଷକ ପ୍ରଦୋଷ ପ୍ରଧାନଙ୍କ ତତ୍ୱାବଧାନରେ ଥାନା ଅଧିକାରୀ ଧିରେନ ପଟ୍ଟନାୟକଙ୍କ ନେତୃତ୍ୱରେ
ବାଲିମେଳା ସହରରେ ସାଇବର ସୁରକ୍ଷା ଅଭିଯାନ କାର୍ଯ୍ୟକ୍ରମ ଗୁରୁବାର
ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ ପ୍ରଥମେ ଓର୍କେଲ ଥାନା ପରିସରରେ ମୁଖ୍ୟ ଅତିଥି ଭାବେ ବାଲିମେଳା ଏନଏସିର ଅଧକ୍ଷ ପ୍ରଦୀପ କୁମାର ନାୟକ, ସମ୍ମାନିତ ଅତିଥି ଭାବେ କୋରୁକୋଣ୍ଡା ବ୍ଲକ ଅଧକ୍ଷ ଜିତୁ ବୁରୁଡି, ବିଭିନ୍ନ ପଞ୍ଚାୟତର ସରପଞ୍ଚ, ସହରର ବହୁ ବରିଷ୍ଠ ନାଗରିକ , ବାଲିମେଳା କଲେଜ, ସହରର ବିଭିନ୍ନ ବିଦ୍ୟାଳୟର ଛାତ୍ରୀଛାତ୍ର, ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନଙ୍କ ସମେତ ସମସ୍ତ ପୋଲିସ ଅଧିକାରୀ ଓ କର୍ମଚାରୀମାନେ ପ୍ରଦୀପ ପ୍ରଜ୍ବଳନ କରି ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଏହା ପରେ ସ୍ଥାନୀୟ ଲୋକବାଦ୍ୟ ସହିତ ସମସ୍ତେ ଏକ ବିରାଟ ଶୋଭାଯାତ୍ରାରେ ବାହାରି ନଗର ପରିକ୍ରମା କରବା ସହିତ ସାଇବର ଠକେଇରୁ କିପରି ବର୍ତ୍ତିବା ସେନେଇ ବିଭିନ୍ନ ସ୍ଲୋଗାନ ସହିତ ଏଲଇଡ଼ି ଟିଭି ମାଧ୍ୟମରେ ସାଇବର ଠକେଇ ସାମ୍ପର୍କିତ ବିଭିନ୍ନ ପ୍ରକାର ଚଳଚିତ୍ର ଦେଖାଉ ସ୍ଥାନୀୟ ଜନ ସାଧାରଙ୍କୁ ସଚେତନ କରାଯାଇଥିଲା।
ଏହି ଶୋଭାଯାତ୍ରା ବାଲିମେଳା ଟାଉନ ହଲ ଠାରେ ଶେଷ ହୋଇଥିଲା। ଏହି ଅବସରରେ ଟାଉନ ହଲ
ପରିସରରେ ପୋଲିସ ପ୍ରଶାସନ ପକ୍ଷରୁ ଏକ ସଭାର ଆୟୋଜନ
କରାଯାଇଥିଲା।ଏହି ସଭାରେ ଚିତ୍ରକୋଣ୍ଡା ଉପଖଣ୍ଡ ଆରକ୍ଷୀ ଅଧିକାରୀ ପ୍ରଦୋଷ ପ୍ରଧାନ ସଭା ପତିତ୍ୱ କରିଥିବା ବେଳେ ଏଥିରେ ମୁଖ୍ୟ ଅତିଥି ଭାବେ ବାଲିମେଳା ନଗରପାଳ ପ୍ରଦୀପ କୁମାର ନୟକ, ଥାନା ଅଧିକାରୀ ଧିରେନ ପଟ୍ଟନାୟକ, ସମ୍ମାନିତ ଅତିଥି ଭାବେ ଓର୍କେଲ ଷ୍ଟେଟବ୍ୟାଙ୍କ ଶାଖା ପରିଚାଳକ
ମାନସ ରଞ୍ଜନ ବାଘ, ଆକ୍ସିସ ବ୍ୟାଙ୍କ ମ୍ୟାନେଜର ସୋମ୍ୟ ପଟ୍ଟନାୟକ, ବାଲିମେଳା ବରିଷ୍ଠ ନାଗରିକ ସଂଘର
ସଭାପତି ରାଜେନ୍ଦ୍ର କୁଲଦୀପ, ବରିଷ୍ଠ ସମାଜସେବୀ ରାମ ଚନ୍ଦ୍ର ପଣ୍ଡା, ସାମ୍ବାଦିକ ଶିବଦତ୍ତ ସାହୁ, ଏସଆଇ ମିଳନ ବରିହା, ଏସଆଇ ହର ପ୍ରିୟା ଶବର, କୁଡୁମୁଳୁଗୁମ୍ମାର ବରିଷ୍ଠ ନାଗରିକ ଜ୍ୟୋତି ରଞ୍ଜନ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।
ମଞ୍ଚାସିନ ଅତିଥିମାନେ ପ୍ରଥମେ ପ୍ରଭୁ ଜଗନ୍ନାଥଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରବା ସହିତ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ।ଇଣ୍ଟରନେଟ ଯୁଗରେ ହେଉଥିବା ସାଇବର ଠକେଇରୁ କିପରି ଭାବେ ଜନସାଧାରଣ କିପରି ଭାବେ ସୁରକ୍ଷିତ ରହିପାରିବେ ସେନେଇ ମଞ୍ଚାସୀନ
ଅତିଥିମାନେ ବିସ୍ତୃତ ଭାବେ ଉକ୍ତ ସଭାରେ ଉପସ୍ଥିତ ଥିବା ସମସ୍ତ ଛାତ୍ରୀ ଛାତ୍ର ଓ ଅଞ୍ଚଳବାସୀଙ୍କୁ ସଚେତନ କରାଇଥିଲେ। ମୁଖ୍ୟତଃ ସାଇବର
ଅପରାଧୀମାନେ ଡିଜିଟାଲ ପ୍ଲାଟଫର୍ମ ମାଧ୍ୟମରେ ଲୋକଙ୍କର ବ୍ୟାଙ୍କ ଜମା ଖାତାରୁ ଟଙ୍କା ଠକି ନେଇଥାନ୍ତି।ଅନେକସମୟରେ ସାଇବର ଅପରାଧୀମାନେ ସମୟରର ନାନା ପ୍ରକାର ପ୍ରଲୋଭନ ଦେଖାଇ ଲୋକଙ୍କୁ ଠକିଥାନ୍ତି।ଅଜଣା ବ୍ୟକ୍ତିଙ୍କ ନମ୍ବରରୁ କଲ ଆସିଲେ ତୁରନ୍ତ ପ୍ରଥମେ ନିଜର ଅଭିଭାବକ ଏବଂ ଆବଶ୍ୟକ ପଡିଲେ
ତତକ୍ଷଣାତ ପୋଲିସକୁ ଅବଗତ କରିବାକୁ କୁହାଯାଇଥିଲା।ସୂଚନା ପାଇବା ମାତ୍ରେ ପୋଲିସ ଏହା ଉପରେ
ତୁରନ୍ତ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ଏସଡ଼ିପିଓ ଶ୍ରୀ ପ୍ରଧାନ, ଥାନା ଅଧିକାରୀ ଶ୍ରୀ ବାରିକ କହିଥିଲେ। ଯଦି କୌଣସି ବ୍ୟକ୍ତି ସାଇବର ଠକାମିର ଶିକାର ହେଉଛନ୍ତି ତେବେ ତୁରନ୍ତ ନିକଟସ୍ଥ ଥାନାରେ ଅବଗତ କରାଇବା ସହିତ ସରକାରଙ୍କ ଦ୍ୱାରା ଜାରୀ କରାଯାଇଥିବା ଟୋଲ ଫ୍ରି ନମ୍ବର
୧୯୩୦ ରେ ଫୋନ କରି ଘଟଣା ସମ୍ପର୍କରେ ଜଣାଇବାକୁ କୁହାଯାଇଥିଲା।ଏଥିସହ ଓଟିପି କିମ୍ୱା ନିଜର କୌଣସି ବ୍ୟକ୍ତଗତ ତଥ୍ୟ କାହାରିକୁ ନଦେବାକୁ ସଚେତନ କରାଯାଇଥିଲା।ଏହି ଅବସରରେ
ଆଜି ସକାଳେ ଏକ ମିନି ମାରାଥନ ଅନୁଷ୍ଠିତ ହୋଇଥିଲା।
ଏହାପରେ ସଭାରେ ଉପସ୍ଥିତ ଥିବା ଛାତ୍ର ଛାତ୍ରୀ ଏବଂ ଅଞ୍ଚଳବାସୀଙ୍କ ମନୋରଞ୍ଜନ ପାଇଁ ବାଲିମେଳା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର କୁନି କୁନି ଛାତ୍ରୀ ମାନଙ୍କ ଦ୍ୱାରା ଓଡିଶୀ ନୃତ୍ୟ, ଵାଣିଶ୍ରୀ କଳା ନିକେତନ ଅନୁଷ୍ଠାନ ପକ୍ଷରୁ ଶିଶୁ କଳାକାର ମାନଙ୍କ ଦ୍ୱାରା ଆଦିବାସୀ ଲୋକ ନୃତ୍ୟ ଢେମସ ନୃତ୍ୟ, ବାଲିମେଳାର ଏମ. ଜେ. ଷ୍ଟାର ଅନୁଷ୍ଠାନର କୁନି କଳାକାର ମାନଙ୍କ ଦ୍ୱାରା ବିଭିନ୍ନ ପ୍ରକାର ନୃତ୍ୟ ପରିବେଷଣ କରାଯାଇଥିଲା। ଏହି ଅବସରରେ ପୋଲିସ ପ୍ରଶାସନ ପକ୍ଷରୁ ବାଲିମେଳା ସହରର ୬୮ ଜଣ ବରିଷ୍ଠ ନାଗରିକ ଏବଂ କୁଡୁମୁଲୁଗୁମ୍ମା ଅଞ୍ଚଳର ୪୪ ଜଣ ବରିଷ୍ଠ ନାଗରିକ ମାନଙ୍କୁ ପରିଚୟ ପତ୍ର ପ୍ରଦାନ କରାଯାଇଛି। ବାଲିମେଳା ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ର ଛାତ୍ରୀ ଏବଂ କୁଡୁମୁଲୁଗୁମ୍ମାର ଏକ ସ୍ୱତନ୍ତ୍ର ଦଳ ପକ୍ଷରୁ ସାଇବର ଠକେଇ ସମ୍ପର୍କିତ ଭିନ୍ନ ଭିନ୍ନ ଦୁଇଟି ଡ୍ରାମା ପରିବେଷଣ କରିଥିଲେ। ବିଭିନ୍ନ ନୃତ୍ୟ, ଡ୍ରାମା ଏବଂ ମିନିମାରାଥନରେ ଅଂଶଗ୍ରହଣ କରିଥିବା ସମସ୍ତ ଛାତ୍ରୀ ଛାତ୍ର ମାନଙ୍କୁ ମଞ୍ଚାସୀନ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯିବା ସହ ମାନ ପତ୍ର ଦେଇ ସମ୍ମାନିତ କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ ଏଏସଆଇ ସଂଜିତ ଟାକ୍ରୀ, ଏଏସଆଇ ସୁରେଶ ବିସି ମାଝୀ, ଏଏସଆଇ ସତ୍ୟମତ ମଣ୍ଡଳ ଏବଂ ସମସ୍ତ ପୋଲିସ କର୍ମଚାରୀମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସୁଚାରୁରୂପେ ପରିଚାଳନା କରିଥିଲେ।












Leave a Reply