ପ୍ରେସ ବିଜ୍ଞପ୍ତି
ହିନ୍ଦୋଳ ବ୍ଲକ୍ର ବାଲିମିରେ ‘ପଦ୍ମାବତୀ ନୃତ୍ୟ ମନ୍ଦିର’ର ନୂତନ ଶାଖା ଉଦଘାଟିତ – ସଂସ୍କୃତିକ ପୁନରୁଦ୍ଧାର ପାଇଁ ଏକ ନୂତନ ପଦକ୍ଷେପ
ଖଜୁରିଆକଟl :(ଦର୍ଶନ ସମୀକ୍ଷା)ନିପ୍ର
୧୨.୧୧.୨୫ – ପ୍ରଥମାଷ୍ଟମୀରେ କୁନୀ କୁନୀ ଛାତ୍ରୀ ମାନେ ଆରମ୍ଭ କରିଛନ୍ତି ଓଡିଶୀ ନୃତ୍ୟ ଶିକ୍ଷା। ଓଡିଶାର ସାଂସ୍କୃତିକ ଇତିହାସରେ ଢେଙ୍କାନାଳ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି। ଓଡିଶୀ ନୃତ୍ୟକଳା ଓ ସଂସ୍କୃତିକ ଐତିହ୍ୟକୁ ଗ୍ରାମ ସ୍ତରରେ ପ୍ରଚାର ପ୍ରସାର କରିବା ଉଦ୍ଦେଶ୍ୟରେ ଓଡିଶାର ଆଗ୍ରଣୀ ନୃତ୍ୟାନୁଷ୍ଠାନ‘ପଦ୍ମାବତୀ ନୃତ୍ୟ ମନ୍ଦିର’ ଏହାର ଏକ ଶାଖାକୁ ଆଜି ହିନ୍ଦୋଳ ବ୍ଲକ୍ର ବାଲିମି ଫାର ଅଫିସ୍ ପରିସରରେ ପ୍ରଥମାଷ୍ଟମୀ ଦିନ ଉଦଘାଟନ କରିଛି। ଏହି ଅଞ୍ଚଳରେ ଏକ ନୂତନ ସଂସ୍କୃତିକ ଅଭିଯାନ ଆରମ୍ଭ କରିବା ସହ, ଯାହା ଗ୍ରାମ ଏବଂ ଅନୁନ୍ନତ ଅଞ୍ଚଳ ମାନଙ୍କୁ ପ୍ରତିଭା ମାନଙ୍କୁ ଚୟନ କରି ଏଠାରେ ଓଡିଶୀ ନୃତ୍ୟ ପ୍ରଶିକ୍ଷଣ ଦେବା ସହ ଓଡିଶାର ସାଂସ୍କୃତିକ ଐତିହ୍ୟକୁ ସୁରକ୍ଷାକରିବା ଦିଗରେ କାର୍ଯ୍ୟ କରିବ।
ଏହି ନୂତନ ଶାଖା ଦ୍ୱାରା ହିନ୍ଦୋଳ ଓ ପାଶ୍ୱର୍ତ୍ତୀ ଅଞ୍ଚଳର ପିଲାମାନେ ଓଡିଶୀ ନୃତ୍ୟ, ଗୀତ ଓ ସଂସ୍କୃତି ସହିତ ନିକଟ ସମ୍ପର୍କ ଗଠନ କରିପାରିବ। ଏହା ଗ୍ରାମୀଣ ସମାଜରେ ଥିବା ଲୋକାଳ ସଂସ୍କୃତିକ ଶକ୍ତିକୁ ଉଦ୍ଧାର କରି ସେମାନଙ୍କୁ ସୃଜନଶୀଳତା, ନିୟମିତ ଶିକ୍ଷା ଓ ସାମାଜିକ ଆତ୍ମବିଶ୍ୱାସ ଦିଗରେ ଆଗୁଆ କରିବ।
ଢେଙ୍କାନାର ର ହିନ୍ଦୋଳ ଅଞ୍ଚଳକୁ ଏକ ସଂସ୍କୃତିକ କେନ୍ଦ୍ର ଭାବେ ପ୍ରତିଷ୍ଠିତ କରିବା ପାଇଁ ଅପାର ସମ୍ଭାବନା ରହିଛି, ଯେଉଁଠାରୁ ଆଗାମୀ ଦିନରେ ଓଡିଶୀ ନୃତ୍ୟର ନୂତନ ପିଢି ତିଆରି ହେବ। ଏହି ପଦକ୍ଷେପ ମାଧ୍ୟମରେ ଗ୍ରାମୀଣ ଅଞ୍ଚଳର ପିଲାମାନେ ଶିଳ୍ପ ଓ ଶିକ୍ଷାର ଏକ ସଂଯୋଗ ଅନୁଭବ କରିପାରିବେ, ଯାହା ଓଡିଶାର ସାଂସ୍କୃତିକ ଭବିଷ୍ୟକୁ ପରବର୍ତ୍ତୀ ପିଢି ପାଇଁ ଜୀବନ୍ତ ରଖିବ।
ଏହି ଅବସରରେ ଅନୁଷ୍ଠାନର ପ୍ରତିଷ୍ଠାତା ତଥା ଯୁବ ଓଡିଶୀ ନୃତ୍ୟଶିଳ୍ପୀ ରତ୍ନପଦ୍ମା ଆରସ୍ମିତା କହିଥିଲେ,
“ଗ୍ରାମୀଣ ଅଞ୍ଚଳର ଛାତ୍ରଛାତ୍ରୀଙ୍କ ମନେ ଖୁବ୍ ପ୍ରତିଭାବାନ୍ , ସେମାନଙ୍କୁ ଉପଯୁକ୍ତ ପ୍ରଶିକ୍ଷଣ ଏବଂ ନୃତ୍ୟ ପରିବେଷଣ କରିବା ପାଇଁ ସେହିପରି ସ୍ଥାନର ଆବଶ୍ୟକତା ରହିଛି। ସେମାନଙ୍କ ଭିତରେ ଥିବା ଅନ୍ତର୍ନିହିତ ପ୍ରତିଭା ଯେପରି ହଜିନଯାଉ , ଏ ଅଞ୍ଚଳ ଯେପରି ସାଂସ୍କୃତିକ କ୍ଷେତ୍ରରେ ବିକାଶ କରୁ , ଶିକ୍ଷା ସହ ନୃତ୍ୟ ସଂଗୀତର ଧାରା ଯେପରି ସେମାନଙ୍କ ଭବିଷ୍ୟତ ସହ ଯୋଡି ହେଉ ତାହା ହିଁ ପ୍ରୟାସ । ସମୟ କ୍ରମେ ଏଠାରେ ସେମିନାର , ସାଂସ୍କୃତିକ ଉତ୍ସବ , ୱାର୍କସପ୍ ଇତ୍ୟଦି କରାଯିବ ଯାହା ଏ ଅଞ୍ଚଳର ପରିଚୟକୁ ସୁଦୁର ପ୍ରସାରି କରିବ। ବାଲିମିରେ ଏହି ନୂତନ ଶାଖା ନିଶ୍ଚୟ ଯୁବପିଢି ପାଇଁ ଏକ ପ୍ରେରଣାର ଉତ୍ସ ହେବ।”
ସ୍ୱେଚ୍ଛାସେବୀ ଅନୁଷ୍ଠାନ ଫାରର ମୁଖ୍ୟ ଅଧ୍ୟକ୍ଷ ଶ୍ରୀଯୁକ୍ତ କାର୍ତ୍ତିକେଶ୍ଵର ସାମଲ, ଉଦଘାଟକ ଭାବେ ଏ ଅନୁଷ୍ଠାନକୁ ଜାତି ଉଦ୍ୟେଶ୍ୟରେ ସମର୍ପଣ କରି ସଂସ୍କୃତି ଓ ନୃତ୍ୟ ଶିକ୍ଷା କୁ ଗ୍ରାମ ସ୍ତରରେ ସକ୍ରିୟ କରିବା ଉପରେ ଜୋର ଦେଇଥିଲେ।
ସୁନା ସଗଡ଼ , ସୁଷମା ଅନୁଷ୍ଠାନର ନିର୍ଦ୍ଦେଶିକା ଶ୍ରୀମତୀ ସୁଷମା ସାମଲ ବିଶେଷ ଅତିଥି ଭାବେ ଯୋଗଦେଇ ଏହି ପଦକ୍ଷେପକୁ ସ୍ଥାନୀୟ ଅଞ୍ଚଳ ପାଇଁ ଏକ ମାଇଲଖୁଣ୍ଟ ଭାବେ ବ୍ୟାଖ୍ୟା କରିଥିଲେ।
ଅନ୍ୟତମ ବରେଣ୍ୟ ଅତିଥି ଭାବେ ରଞ୍ଜାଗୋଳ ପଞ୍ଚାୟତର ସରପଞ୍ଚ ରମେଶ ଚନ୍ଦ୍ର ବିଶ୍ୱାଳ, ଓ ସମ୍ମାନିତ ଅତିଥି ଭାବେ ସ୍ଥାନୀୟ ସମାଜସେବୀ ଓ ସାମ୍ବାଦିକ ପ୍ରଶାନ୍ତ ଜେନାମଣି ଉପସ୍ଥିତ ଥିଲେ।
କାର୍ଯ୍ୟକ୍ରମ ଶେଷରେ ଅନୁଷ୍ଠାନର କୋଷାଧକ୍ଷା ସ୍ମିତି ସୌମ୍ୟା ରାଉତ ଧନ୍ୟବାଦ ଜଣାଇଥିଲେ।












Leave a Reply