Spread the love

ଭଣ୍ଡାରି ପାଙ୍ଗାମ୍ ଠାରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର

୮୪ ଟି ଅଭିଯୋଗ ଶୁଣିଲେ ଜିଲ୍ଲାପାଳ

ମାଲକାନଗିରି:ମନୋଜ ଦେବ ପାଙ୍ଗି (ଦର୍ଶନ ସମୀକ୍ଷା)
ମାଲକାନଗିରି ଜିଲ୍ଲା ମାଥିଲି ବ୍ଳକ୍ ସ୍ଥିତ ଭଣ୍ଡାରି ପାଙ୍ଗାମ୍ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ସୋମବାର ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ, ମାଲକାନଗିରି ଜିଲ୍ଲା ପରିଷଦ ସିଡିଓ ତଥା ନିର୍ବାହୀ ଅଧିକାରୀ ନରେଶ ଚନ୍ଦ୍ର ଶବର, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ରଶ୍ମୀ ରଞ୍ଜନ ସେନାପତି ଓ ଉପ ଜିଲ୍ଲାପାଳ ଅଶ୍ନି ଏ ଏଲ ଉପସ୍ଥିତ ରହି ଜନ ସାଧାରଣଙ୍କ ଅଭିଯୋଗ ଗୁଡିକୁ ଶୁଣିଥିଲେ।ଏହି ଶିବିରରେ ମୋଟ ୮୪ ଟି ଅଭିଯୋଗର ଶୁଣାଣି ହୋଇଥିଲା । ତନ୍ମଧ୍ୟରୁ ୧୩ ଗୋଟି ବ୍ୟକ୍ତିଗତ ଓ ୭୧ ଟି ସାମୁହିକ ଅଭିଯୋଗ ରହିଥିଲା। ସେଥିରେ ୧୨ ଟି ପ୍ରଧାନମନ୍ତ୍ରୀ ଆବାସ ଗୃହ , ଗୋଟିଏ ପେନସନ, ୫ ଟି ନୂତନ ମଣ୍ଡି ସ୍ଥାପନ, ୬ଟି ଅଙ୍ଗନୱାଡି ଗୃହ, ୩ ଟି ମୋ ପୋଖରୀ ଯୋଜନା, ଗୋଟିଏ ନଳକୂପ, ୬ଟି ନୂତନ ଟେଲିଫୋନ ଟାୱାର, ୩ ଟି ବିଜୁଳି ସଂଯୋଗିକରଣ ଓ ୭ ଟି ଅନ୍ୟାନ୍ୟ ଅଭିଯୋଗ ରହିଥିଲା । ସେହିପରି ୪୦ ଗୋଟି ରାସ୍ତା, ସେତୁ ଓ ଅନ୍ୟାନ୍ୟ ଅଭିଯୋଗର ଶୁଣାଣି ହୋଇଥିଲା । ବିଭିନ୍ନ ଯୋଜନାର ହାତ ପାହାନ୍ତା ରେ ସେବା ଯୋଗାଇ ଦେବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ କ୍ୟାମ୍ପ ଆୟୋଜନ କରାଯାଇଥିଲା। ଅଭିଯୋଗ ପରେ ଜିଲ୍ଲାପାଳ ଭଣ୍ଡାରି ପାଙ୍ଗାମ୍ ସ୍ଥିତ ସ୍କୁଲ୍ ପରିଦର୍ଶନରେ ଯାଇ ମଧ୍ୟାହ୍ନ ଭୋଜନର ମାନ ପରଖିଛନ୍ତି। ଏହି ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ ଜିଲ୍ଲା ସ୍ତରୀୟ ଅଧିକାରୀ, ବିଡିଓ ଓ ତହସିଲଦାର ମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *