ଖାଦ୍ୟ ସୁରକ୍ଷା, ଅବକାରୀ, ଡ୍ରଗ୍ସ ବିଭାଗ ପକ୍ଷରୁ ଚଢ଼ାଉ।
ମାଲକାନଗିରି:ଦର୍ଶନ ସମୀକ୍ଷା ମନୋଜ ଦେବ ପାଙ୍ଗି
ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ବାଲିମେଳା ସହରରେ ଥିବା ବିଭିନ୍ନ ଦୋକାନ ଗୁଡିକ ଉପରେ ଖାଦ୍ୟ ସୁରକ୍ଷା , ଅବକାରୀ ଓ ଡ୍ରଗ୍ସ ବିଭାଗର ମିଳିତ ଚଢାଉ କରାଯାଇଥିଲା।ଆଜି ସକାଳୁ ବାଲିମେଳା ମହାବିଦ୍ୟାଳୟ ଆଖପାଖରେ ଥିବା ବିଭିନ୍ନ ପାନ ଦୋକାନ ଉପରେ ଚଢ଼ାଉ କରାଯାଇଥିବା ବେଳେ ଗୁଟୁଖା ସିଗାରେଟ ଆଦି ଜବତ କରିବା ସହ ଫାଇନ କଟାଯାଇଥିଲା। ଏହା ପରେ ବାଲିମେଳା ସହରର ଦୈନିକ ବଜ଼ାର ଥିବା ଦୋକାନ ଗୁଡିକ ଉପରେ ସେହିପରି ଚଢ଼ାଉ କରାଯାଇ ବହୁ ପରିମାଣର ଗୁଟୁଖା, ଭାଙ୍ଗ ଅନ୍ୟାନ୍ୟ ମାଦକ ଦ୍ରବ୍ୟ ଆଦି ଜବତ କରିବା ସହିତ ଖାଦ୍ୟ ସୁରକ୍ଷା ସାର୍ଟିଫିକେଟ କରିବା ପାଇଁ ପରାମର୍ଶ ଦେଇଥିଲେ ଖାଦ୍ୟ ସୁରକ୍ଷା ଅଧିକାରୀ ପ୍ରଭାତ କୁମାର ସେଠୀ। ଏହା ସହିତ ଷ୍ଟେସେନେରୀ ଦୋକାନରେ ଚଢ଼ାଉ କରିଥିଲେ ଡ୍ରଗ୍ସ ଇନ୍ସପେକ୍ଟର ବିରେନ କୁମାର କରିଥିବା ବେଳେ କିଛି ଔଷଧ ମିଳିବାରୁ ଦୋକାନୀକୁ ତାଗିତ କରିବା ସହିତ ସମସ୍ତ ଔଷଧ ଜବତ କରାଯାଇଥିଲା।ଆଗାମୀ ଦିନରେ ସମସ୍ତ ବ୍ୟବସାୟୀ ମାନଙ୍କୁ ଖାଦ୍ୟ ସୁରକ୍ଷା ସାର୍ଟିଫିକେଟ କରିବା ପାଇଁ ନିବେଦନ କରିଥିଲେ। ଆଜିର ଚଢ଼ାଉରେ ବିଭିନ୍ନ ଦୋକାନୀଙ୍କ ଠାରୁ ୧୧ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଥିଲା।ଏହି ଅବସରରେ ବାଲିମେଳା ଅବକାରୀ ବିଭାଗ ଓ ଓର୍କେଲ ଥାନା ପକ୍ଷରୁ ଏଏସଆଇ ସଞ୍ଜୀବ ଟାକିରି ଏବଂ ତାଙ୍କ ଟିମ ଉପସ୍ଥିତ ଥିଲେ।












Leave a Reply