Spread the love

ବାଲିଯାତ୍ରାରେ ଭାରତ ମସଲା ଷ୍ଟଲ ଉଦ୍‌ଘାଟନ କଲେ ସାଂସଦ ଭର୍ତ୍ତୃହରି

  • ଷ୍ଟଲରୁ ଗୋଟିଏ କିଣିଲେ ଗୋଟିଏ ଫ୍ରି
    ହନି ଲେମନ୍ ଟି କଲା ଲଞ୍ଚ
    କଟକ,୬/୧୧(): ଐତିହାସିକ କଟକ ବାଲିଯାତ୍ରା ବୁଧବାର ଠାରୁ ଆରମ୍ଭ ହୋଇଛି । ଏହି ପରିପ୍ରେକ୍ଷୀରେ ମସଲା ଓ ହାଇଜିନିକ ଫୁଡ୍ ବ୍ୟବସାୟ କ୍ଷେତ୍ରରେ ପ୍ରସିଦ୍ଧି ଲାଭ କରିଥିବା ଭାରତ ମସଲା କମ୍ପାନୀର ଷ୍ଟଲ ଉଦ୍‌ଘାଟିତ ହୋଇଛି । କଟକର ସାଂସଦ ଭତ୍ତୃହରି ମହତାବ ଅତିଥି ଭାବେ ଯୋଗ ଦେଇ ଷ୍ଟଲ ଉଦ୍‌ଘାଟନ କରିବା ସହ ବାଲିଯାତ୍ରାକୁ ସମୃଦ୍ଧ କରିବାରେ ଭାରତ ମସଲା ଆଜି ମୁଖ୍ୟ ପୃଷ୍ଠ ପୋଷାକ ସାଜିଥିବା ବୋଲି ମତ ଦେଇଥିଲେ । ତଳ ପଡ଼ିଆରେ ଭାରତ ମସଲାର ୪ଟି ଷ୍ଟଲ ଖୋଲିଛି । ମୁଖ୍ୟ ଷ୍ଟଲ୍ ଟି ବୈଷ୍ଟମ୍ୱ ପାଣି ମଞ୍ଚ ପାଖରେ ରହିଥିବା ବେଳେ ୨ୟ ଟି ପାଭିଲିୟନ୍ ପାର୍ଶ୍ଵରେ ରହିଛି। ସେହିପରି ତୃତୀୟ ଟି ଡିସିପି ଗଡା ଓ ଚତୁର୍ଥ ଟି କଟକ ଇନ୍ କଟକ ପାଖକୁ ଲାଗି ରହିଛି।
    ବିଗତ ବର୍ଷ ଗୁଡିକ ଭଳି ଚଳିତଥର ମଧ୍ୟ ବାଲିଯାତ୍ରାକୁ କିଛି ଆକର୍ଷଣୀୟ ଅଫର ଧରି ଆସିଛି ଭାରତ ମସଲା । ଗ୍ରାହକଙ୍କୁ ସନ୍ତୁଷ୍ଟ କରିବା ଭଳି ସୁଯୋଗ ପୁର୍ନବାର ଯୋଗାଇ ଦେଇଛି । ସବୁଥର ଭଳି ଏଥର ମଧ୍ୟ ଗୋଟିଏ ମସଲା କିଣିଲେ ଆଉ ଗୋଟିଏ ମାଗଣା ରେ ଉପଲବ୍ଧ ହେଉଛି ।ଏତଦ୍ ବ୍ୟତୀତ ଷ୍ଟଲରେ ପ୍ରତିଦିନ ଲକି ଡ୍ର ହେବ । ମସଲା କିଣିବା ସହ ଗ୍ରାହକମାନେ କୁପନ୍‌ଟିଏ ପାଇବେ । ଭାଗ୍ୟଶାଳୀ ବିଜେତାଙ୍କୁ ଉପହାର ସ୍ୱରୂପ ଅନେକ ଦାମୀ ସାମଗ୍ରୀ ଦିଆଯିବ ।
    ସବୁଠାରୁ ବଡ କଥା ହେଉଛି ମସଲା ଓ ହାଇଜିନିକ୍ ଫୁଡ୍ ପ୍ରସ୍ତୁତ କରୁଥିବା ଭାରତ ମସଲା ତାର ଉତ୍ପାଦିତ ସାମଗ୍ରୀରେ ଏଥର ଏକ ନୂଆ ପ୍ରଡକ୍ଟ ଲଞ୍ଚ କରିଛି। ମହୁ ଓ ଲେମ୍ବୁ ସ୍ୱାଦ ରେ ଏକ ଇନଷ୍ଟାନ୍ଟ
    ଲିକୁଇଡ ଚାହା ର ବଜାର ପ୍ରଵେଶ କରାଇଛି। ଯାହାର ବ୍ରାଣ୍ଡ ନେମ୍ ରହିଛି ‘ହନି ଲେମନ ଟି’। ପତ୍ର ଚା, ଲେମ୍ବୁ,ମହୁ, କଳାଲୁଣ,ଅଦା ,ତୁଳସୀ,ଅଶ୍ୱଗନ୍ଧା,ଗୋଲମରିଚ, ଜିରା, ଅଁଳା, ପୁଦିନାର ସମ୍ମିଶ୍ରଣରେ ପ୍ରସ୍ତୁତ ହୋଇଥିବାରୁ ଏହା ସ୍ଵାସ୍ଥ୍ୟ ପକ୍ଷେ ହିତକର ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି।ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଏଡିଏମ୍ ଦିବ୍ୟଲୋଚନ ମହାନ୍ତ ,ଭାରତ ମସଲାର ଅଧ୍ୟକ୍ଷ ସୁରେନ୍ଦ୍ରନାଥ ପଣ୍ଡା, ପରିଚାଳନା ନିର୍ଦ୍ଦେଶକ ସୁଶାନ୍ତ କୁମାର ପଣ୍ଡା, ନିର୍ଦ୍ଦେଶକ ସୁମନ୍ତ କୁମାର ପଣ୍ଡା, ଦିଗନ୍ତ କୁମାର ପଣ୍ଡା, ଆଶୁତୋଷ ପଣ୍ଡା, ଏସଏନ ମିଲେନିୟମ,ଅରୁଣ କୁମାର ନାୟକ(ଜିଏମ ଅପରେସନ), ନବକୃଷ୍ଣ ପ୍ରଧାନ(ଜିଏମ ପ୍ରଡକ୍ସନ) , ଓ ଭାରତ ମସଲା କମ୍ପାନୀର କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *