କାର୍ତ୍ତିକ ପୁର୍ଣିମା ପାଇଁ ପାରଳା ସହର ଉତ୍ସବ ମୁଖର ପାରଳାଖେମୁଣ୍ଡି, 5/11(ତାରିଣୀ ପ୍ରସାଦ ପଣ୍ଡା ): ଆଜି ପବିତ୍ର କାର୍ତ୍ତିକ ପୁର୍ଣିମା ଅଟେ. ଏହି ଅବସରରେ ଆଜି ଭୋର ସକାଳୁ ସକାଳୁ ପାରଳାଖେମୁଣ୍ଡି ସହର ଉତ୍ସବ ମୁଖରିତ ହୋଇଉଠିଛି. ଭୋର ସକାଳ ସମୟରେ ହଜାର ହଜାର ଭକ୍ତ ଓ ଶ୍ରଦ୍ଧାଳୁ ପାରଳା ସହର ଉପକଣ୍ଠରେ ଥିବା ମହେନ୍ଦ୍ରତନୟା ନଦୀରେ ବିଭିନ୍ନ ପୂଜାଅର୍ଚ୍ଚନା କରି ପାନ ଗୁଆ ଥୋଇ ଡ଼ଙ୍ଗା ଭସାଇ ଥିଲେ. ଏଥିସହ ପାରଳା ସହରରେ ଥିବା ଦୋଳ ବନ୍ଧ ସମେତ ଅନ୍ୟାନ୍ୟ ସମସ୍ତ ବନ୍ଧ ଓ ପୋଖରୀରେ ମଧ୍ୟ ଲୋକେ ଡ଼ଙ୍ଗା ଭସାଇ ଥିବା ଦେଖା ଯାଇଥିଲା. ପରେ ଭକ୍ତ ଓ ଶ୍ରଦ୍ଧାଳୁମାନେ ପାରଳା ଶ୍ରୀଜଗନ୍ନାଥ ମନ୍ଦିର ସମେତ ଶ୍ରୀ ରାଧାକୃଷ୍ଣ ମନ୍ଦିର, ସମସ୍ତ ଶିବାଳୟ ଓ ଅନ୍ୟାନ୍ୟ ମନ୍ଦିରରେ ପହଞ୍ଚି ପୂଜା ଅର୍ଚ୍ଚନା କରିଥିଲେ.
ପାରଳା କଳା ସଂସ୍କୃତି ସେବା ଟ୍ରଷ୍ଟ ପକ୍ଷରୁ ଜଗନ୍ନାଥ ମନ୍ଦିର ସମ୍ମୁଖରେ ଭଜନ ସମାରୋହ ପାରଳାଖେମୁଣ୍ଡି,

5/11(ତାରିଣୀ ପ୍ରସାଦ ପଣ୍ଡା ): ପାରଳା କଳା ସଂସ୍କୃତି ସେବା ଟ୍ରଷ୍ଟ ପକ୍ଷରୁ ସ୍ଥାନୀୟ ଜଗନ୍ନାଥ ମନ୍ଦିର ସମ୍ମୁଖରେ ଗତକାଲି ରାତିରେ ଭଜନ ସମାରୋହ ଆୟୋଜିତ ହୋଇଯାଇଛି। ଏହି ଭଜନ ସମାରୋହ କାର୍ଯ୍ୟକ୍ରମରେ ଓଡ଼ିଶାର ସୁନାମଧନ୍ୟ ଭଜନ କଣ୍ଠଶିଳ୍ପୀ ଶ୍ରୀଚରଣ ମହାନ୍ତି ଓ ଅଞ୍ଜଳି ମିଶ୍ର, ଟିଭି କଳାକାର ତାପସୀ କର, ସମଲେଇ କଳାକାର ଓ ପାରଳା କଳା ପରିଷଦର କଳାକାର, ପାଇକ ଆଖଡ଼ାର କୁନି କଳାକାର ଏବଂ ସ୍ଥାନୀୟ ଅଞ୍ଚଳର ପ୍ରସିଦ୍ଧ କଳାକାର ପ୍ରମୁଖ ଭକ୍ତି ସଙ୍ଗୀତ, ଭଜନ ପରିବେଷଣ ସହ ନିଜର କଳାକାରମାନେ ବିଭିନ୍ନ ନୃତ୍ୟ ପ୍ରଦର୍ଶନ କରିଥିଲେ। ଗଜପତି ଜିଲ୍ଲା ପରିଷଦ ସଭାପତି ଗାବରା ତିରୁପତି ରାଓ, ହାଇଟେକ୍ ଗ୍ରୁପର ଅଧକ୍ଷ ଡ.ତିରୁପତି ପାଣିଗ୍ରାହୀ ମୁଖ୍ୟଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ | ସମ୍ମାନିତ ଅତିଥି ଭାବେ ଗଜପତି ଆରକ୍ଷୀ ଅଧୀକ୍ଷକ ଯତୀନ୍ଦ୍ର କୁମାର ପଣ୍ଡା, ଜିଲ୍ଲା ବିଜେଡି ସଭାପତି ପ୍ରଦୀପ ନାୟକ, ବରିଷ୍ଠ ନେତା ସିଏଚ୍. ସିମାଦ୍ରୀ, ପି.ବସନ୍ତ କୁମାର, କାଶୀନଗର ବ୍ଲକ୍ ଅଧ୍ୟକ୍ଷାବାଲା ସାୟାମ୍ମା ପ୍ରମୁଖ ଯୋଗ ଦେଇ କାର୍ଯ୍ୟକ୍ରମକୁ ପ୍ରୋତ୍ସାହିତ କରିଛନ୍ତି। ଏହି ଭକ୍ତି ସଙ୍ଗୀତ ଓ ସମାରୋହ କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ସ୍ଥାନରୁ ସଂଖ୍ୟାଧିକ ଶ୍ରୋତା ବିଳମ୍ବିତ ରାତି ପର୍ଯ୍ୟନ୍ତ ଭଜନ ପରିବେଷଣ କରିଥିଲେ । ଏହି ଅବସରରେ କଣ୍ଠଶିଳ୍ପୀ ଓ କଳାକାରଙ୍କୁ ସମ୍ବଦ୍ଧିତ କରାଯାଇଥିଲା. ଏହି ସମାବେଶରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ପ୍ରବଳ ଜନ ସମାଗମ ହୋଇଥିବା ଲକ୍ଷ୍ୟ କରାଯାଇଥିଲା.
ଦାୟିତ୍ୱ ସମ୍ପନ୍ନ ଓ ଅଭିଜ୍ଞ ଡାକ୍ତରଙ୍କ ବଦଳିକୁ ବିରୋଧ କରି ବିକ୍ଷୋଭ ପାରଳାଖେମୁଣ୍ଡି, 5/11(ତାରିଣୀ ପ୍ରସାଦ ପଣ୍ଡା ): ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ଚନ୍ଦ୍ରଗିରି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତରଙ୍କ ବଦଳିକୁ ନେଇ ଅଞ୍ଚଳବାସୀ ଓ ଜନ ପ୍ରତିନିଧ ବିରୋଧ କରି ବିକ୍ଷୋଭ ପ୍ରଦଶନ କରାଯାଇଛି. ସ୍ବାସ୍ଥ୍ୟକେନ୍ଦ୍ର ଉପରେ ରା, ଉଦୟଗିରି, ନୂଆଗଡ଼ ଓ ମୋହନା ବ୍ଳକର ହଜାର ହଜାର ଲୋକେ ନିର୍ଭର କରିଥାନ୍ତି । ଏଭଳି ଡାକ୍ତରଖାନାରେ ଗତ ଦୀର୍ଘ ଦିନ ଧରି ଜନ ସାଧାରଣଙ୍କୁ ଆବଶ୍ୟକ ସମସ୍ତ ସ୍ୱାସ୍ଥ୍ୟସେବା ଯୋଗାଇ ଆସୁଥିବା ଦୁଇ ଜଣ ଅଭିଜ୍ଞ ଡାକ୍ତର ଗିରିଜା ଶଙ୍କର ନାୟକ ଓ ଡ଼ା ଶିବାନନ୍ଦ ବେହେରାଙ୍କୁ ପାରଳାଖେମୁଣ୍ଡି ଜିଲା ମୁଖ୍ୟ ଚିକିତ୍ସାଳୟକୁ ବଦଳି କରାଯାଇଛି । ଏହି ଦୁଇ ଡାକ୍ତରଙ୍କ ବଦଳି ଫଳରେ ସ୍ବାସ୍ଥ୍ୟସେବା ବ୍ୟାହତ ହେବା ସହ ଲୋକେ ସେବାରୁ ବଞ୍ଚିତ ହେବେ. ଏଣୁ ଏହି ଦୁଇ ଅଭିଜ୍ଞ ଡାକ୍ତରଙ୍କୁ ଏଠାରେ ପୁନ ଅବସ୍ଥାପିତ କରିବାକୁ ଶତାଧିକ ଅଞ୍ଚଳବାସୀ ଓ ଜନପ୍ରତିନିଧ୍ ମେଳି ହୋଇ ମୋହନା ବିଧାୟକ ଦଶରଥୀ ଗମାଙ୍ଗ ଓ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ଉଦେଶ୍ୟରେ ଚନ୍ଦ୍ରଗିରି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଭାରପ୍ରାପ୍ତ ଚିକିତ୍ସା ଅଧିକାରୀ ଡାକ୍ତର ଏନ. ଜୟପ୍ରକାଶଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ଦୁଇ ଡାକ୍ତରଙ୍କ ବଦଳି ଆଦେଶକୁ ରଦ୍ଦ କରାଯାଇ ପୁଣି ଚନ୍ଦ୍ରଗିରି ଡାକ୍ତରଖାନାରେ ଅବସ୍ଥାପିତ କରା ନ ଗଲେ ଆନ୍ଦୋଳନ ତୀବ୍ରତର ହେବ ବୋଲି ଅଞ୍ଚଳବାସୀ ଚେତାବନୀ ଦେଇଛନ୍ତି.












Leave a Reply