ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଚଳନ୍ତି ପ୍ରତିମା,
ଠାକୁର ରାଜା ତଥା ଦାରୁବ୍ରହ୍ମଙ୍କର ଆଦ୍ୟ ସେବକ ହେଲେ ପୁରୀ ଗଜପତି ମହାରାଜା । ପବିତ୍ର ଏକାଦଶୀ ତିଥିରେ ‘ମହାଦୀପ’ ନେଇ ଶ୍ରୀମନ୍ଦିର ଶୀର୍ଷଦେଶକୁ ଯାଉଥିବା ଧ୍ୱଜାବନ୍ଧା ସେବକ ବୋଲିଥାନ୍ତି :- “ହରି ବୋଲି ବୋଲହେ – ହରି ବୋଲି ବୋଲି ହେ ମହାପ୍ରଭୁ… ଶ୍ରୀ ଶ୍ରୀ ବୀରଶ୍ରୀ ଗଜପତି ଗୌଡ଼େଶ୍ୱର ନବକୋଟି କର୍ଣ୍ଣାଟୋକ୍ରଳ ବର୍ଗେଶ୍ୱର ବୀରାଧିବୀରବର ଭୂତ ଭୈରବ ସାଧୁ ଶାସନୋତ୍ତୀର୍ଣ୍ଣ ରାଉତରାଜ ଅତୁଳବଳ ପରାକ୍ରମ ସଂଗ୍ରାମ ସହସ୍ରବାହୁ କ୍ଷତ୍ରିୟକୂଳ ଧୂମକେତୁ ମହାରାଜାଧିରାଜ ଦିବ୍ୟସିଂହଦେବ ଦେବ ମହାରାଜାଙ୍କୁ ଶଙ୍ଖେ ପୂରାଇ ଚକ୍ର ଆଢୁଆଳ କରିବା ପାଇଁ ଆଜ୍ଞା ହେଉ – ହରି ବୋଲି ବୋଲ ହେ – ହରି ବୋଲି ବୋଲ ହେ ମହାପ୍ରଭୁ, ସଂସାର ସୁଖୀ ରହୁ । ” ଏହାକୁ ଉଚ୍ଚ ସ୍ବରରେ ଉଚ୍ଚାରଣ କରି ଅଁଳାବେଢା ଉପର ଚାରିପାଖେ ବୁଲିଥାନ୍ତି ସେବକ ।












Leave a Reply