ବିଜେପିର ବରିଷ୍ଠ ନେତା ଶଙ୍କର୍ଷଣ ପରିଡାଙ୍କ ବିୟୋଗରେ ରାଜ୍ୟ ବିଜେପିର ଶୋକ
ଭୁବନେଶ୍ୱର, ୩୦/୧୦: (ଦର୍ଶନ ସମୀକ୍ଷା)
ବିଜେପି ପଂଚାୟତ ପ୍ରକୋଷ୍ଠ ରାଜ୍ୟ ସଂଯୋଜକ, ପୁରୀ ଜିଲ୍ଲା ପରିଷଦ ପୂର୍ବତନ ଅଧ୍ୟକ୍ଷ ତଥା ବରିଷ୍ଠ ନେତା ଶ୍ରୀ ଶଙ୍କର୍ଷଣ ପରିଡାଙ୍କ ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ଘଟିଛି । ତାଙ୍କ ପରଲୋକରେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ଗଭୀର ଶୋକବ୍ୟକ୍ତ କରିଛନ୍ତି ।
ସ୍ୱର୍ଗତଃ ପରିଡା ଜଣେ କବି, ମିଷ୍ଟଭାଷୀ, ସୁସଂଗଠକ, ବନ୍ଧୁବତ୍ସଳ ବ୍ୟକ୍ତି ଭାବରେ ଜନସାଧାରଣଙ୍କ ହୃଦୟରେ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଥିଲେ । ସ୍ୱର୍ଗତଃ ପରିଡା ରାଜ୍ୟ ପଂଚାୟତ ନିର୍ବାଚିତ ପ୍ରତିନିଧି ସଂଘର ପୂର୍ବତନ ସଭାପତି ଥିଲେ । ତାଙ୍କ ବିୟୋଗରେ ରାଜନୈତିକ ଓ ସାମାଜିକ କ୍ଷେତ୍ରରେ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି କରିଛି । ସ୍ୱର୍ଗତଃ ପରିଡାଙ୍କ ଅମର ଆତ୍ମାର ସଦ୍ଗତି କାମନା କରିବା ସହ ଏଭଳି ଦୁଃଖଦ ସମୟରେ ଶୋକସନ୍ତପ ପରିବାରବର୍ଗ ଏବଂ ବନ୍ଧୁଜନଙ୍କୁ ଅସୀମ ଧୈର୍ଯ୍ୟ ପ୍ରଦାନ କରିବା ପାଇଁ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ରାଜ୍ୟ ସଭାପତି ଶ୍ରୀ ସାମଲ ପ୍ରାର୍ଥନା କରିଛନ୍ତି ।
(ବିଜେପି ମିଡିଆ ସେଲ୍)












Leave a Reply