Spread the love

କେନ୍ଦ୍ରାପଡ଼ା :-=ରତ୍ନାକର ପରିଡା ଦର୍ଶନ ସମୀକ୍ଷା

ଖଣ୍ଡାୟତ’ / ‘Khandayat’ ଜାତିକୁ Central OBC List ରେ ସାମିଲ କରିବା ପାଇଁ ଜାତୀୟ ପଛୁଆ ବର୍ଗ କମିଶନ (National Commission for Backward Classes) ନିକଟରେ ଦୃଢ଼ ଦାବି ଉପସ୍ଥାପନ

ଜାତୀୟ ପଛୁଆ ବର୍ଗ କମିଶନ (National Commission for Backward Classes) ର ମାନ୍ୟବର Chairman ଶ୍ରୀଯୁକ୍ତ ହଂସରାଜ ଗଙ୍ଗାରାମ ଅହିର, ମାନ୍ୟବର କମିଶନ ସଦସ୍ୟ ଶ୍ରୀଯୁକ୍ତ ଭୁବନ ଭୂଷଣ କମଲ ଏବଂ କମିଶନଙ୍କ ସଚିବ Ms. Meeta Rajivlocha ଙ୍କୁ ଆଜି ଭୁବନେଶ୍ୱର ବିମାନବନ୍ଦରରେ ସ୍ୱାଗତ କରିବା ସହ ରାଜ୍ୟ ଅତିଥି ଭବନରେ ଭେଟି ‘ଖଣ୍ଡାୟାତ’ ଜାତି ଯାହା ବର୍ତ୍ତମାନ ଓଡ଼ିଶା ରାଜ୍ୟରେ SEBC ବର୍ଗରେ ଅନ୍ତର୍ଭୁକ୍ତ କିନ୍ତୁ ଜାତୀୟ ସ୍ତରରେ OBC ଲିଷ୍ଟରେ ନାହିଁ, ସେହି ‘Khandayat’ ଜାତିକୁ Central OBC List ରେ ସାମିଲ କରିବା ପାଇଁ ଦୃଢ଼ ଦାବି ଉପସ୍ଥାପନ କଲି

.

ମୋ ସହ ‘ଖଣ୍ଡାୟତ’ ଜାତିର ଅନେକ ବରିଷ୍ଠ ବ୍ୟକ୍ତିବିଶେଷ ତଥା ବୁଦ୍ଧିଜୀବୀମାନେ ଆଜିର ଜାତୀୟ ପଛୁଆ ବର୍ଗ କମିଶନ (National Commission for Backward Classes) ର Public Hearing ବା ଜନଶୁଣାଣୀରେ ସାମିଲ ହୋଇ ସାରା ରାଜ୍ୟର ସମସ୍ତ ‘ଖଣ୍ଡାୟତ’ / ‘Khandayat’ ଜାତିର ଭାଇଭଉଣୀମାନଙ୍କର ଦୀର୍ଘ ଦିନର ଦାବିକୁ ଅତି ଦୃଢ଼ ଭାବେ ଉପସ୍ଥାପନ କଲୁ…

ତେଜେଶ୍ୱର ପରିଡ଼ା

Leave a Reply

Your email address will not be published. Required fields are marked *