Spread the love

ଛତୁଆରୁ ବାହାରୁଛି ପୁଳା ପୁଳା ଚୋକଡ଼
ଢେଙ୍କାନାଳ /ଗଁଦିଆ 27I10 : -=ଦର୍ଶନ ସମୀକ୍ଷା

ସମଗ୍ର ରାଜ୍ୟ କୁପୋଷଣ ମୁକ୍ତ ହେଉ। ଶିଶୁ, ଗର୍ଭବତୀ ଓ ପ୍ରସୂତିଙ୍କ ସ୍ବାସ୍ଥ୍ୟର ଉନ୍ନତି ହେଉ l ହେଲେ ଗଁଦିଆ ବ୍ଲକ ରେ ଏଭଳ ଉତ୍ସବ ପାଳନ କେବଳ କାଗଜ କଲମରେ ବୋଲି ଅଭିଯୋଗ ହେଉଛି । ଖୁଲମଖୁଲl ଶିଶୁ,ଗର୍ଭବତୀ ଓ ପ୍ରସୁତିଙ୍କ ପାଇଁ ଉଦ୍ଧିଷ୍ଟ ଛତୁଅl ନିମ୍ନମାନର, ରୁଚିହୀନ ଆଉ ସେଥିରୁ ପୁଳା ପୁଳା ଚୋକଡ ବାହାରିବା ଚର୍ଚ୍ଚା ହେଉଛି । ମିଳିଥିବା ସୂଚନା ଅନୁସାରେ ଚଳିତ ମାସ ଛତୁଆ ତଦନ୍ତ ପରିସରକୁ ଅଣାଗଲେ ସବୁ ସତ୍ୟ ଜଣା ପଡିବ ବୋଲି ଗଣମlଧ୍ୟମରେ ଅଭିଯୋଗ ହୋଇ ଆସୁଥିଲା।ଛତୁଆରେ ଆବଶ୍ୟକତା ଥିବା ବାଦାମ ଆଉ ଶୋଲା ପରିମାଣ ଅନୁଯାୟୀ ମିଶ୍ରଣ ହେଉନଥି ବାରୁ ଛତୁଆର ମାନ ଠିକ୍‌ ରହୁନାହିଁ ବୋଲି ବିଭିନ୍ନ ସମୟେ ଚର୍ଚ୍ଚା ହୋଇଆସୁଛି। ଏହାକୁ ନେଇ ଗଁଦିଆ କାର୍ଯ୍ୟାଳୟ ବିବାଦ ଘରକୁ ଆସୁଥିବା ସତ୍ତ୍ୱେବି ସମ୍ପୃକ୍ତ ଛତୁଆ ପ୍ରସ୍ତୁତକାରୀ ସଂସ୍ଥା ଏଥିନେଇ ଭ୍ରୁକ୍ଷେପ କରୁନଥି ଲେ। ଯାହା ଫଳରେ ଛତୂୁଆର ମାନ ଦିନକୁ ଦିନ ନିମ୍ନମାନର ହୋଇ ଚାଲୁଛି। ଆଜି ଜଣେ ହିତାଧିକାରୀ ଏହି ମାସ ଛତୁଆକୁ ଚାଲୁଣିରେ ଚଳାଇ ଦେଖିବାକୁ ପାଇଥିଲେ କୁଢ କୁଢ ଚୋକଡ। ଯାହାକି ଶିଶୁ ଆଉ ଗର୍ଭବତୀ, ପ୍ରସୂତିଙ୍କର ଖାଦ୍ୟ ଉପଯୋଗୀ ନୁହେଁ ।
ବାଧ୍ୟ ହୋଇ ଗାଇଗୋରୁଙ୍କୁ ଏହି ଛତୁଆ ଦେଉଛନ୍ତି
ବୋଲି ଅଭିଯୋଗ କରିଛନ୍ତି।

ଏଭଳି ଅଭିଯୋଗ ଏମିତି ସମସ୍ତ 270 ଅଙ୍ଗନବାଡ଼ି କ୍ରନ୍ଦ୍ର ର ଶିଶୁ ଗର୍ଭବତୀ, ପ୍ରସୂତିଙ୍କ ଅପପୃଷି ନିରାକରଣ
ପାଇଁ ଦିଆଯାଉଥିବା ଛତୁଆ ଏବେ ସେମାନଙ୍କ ସ୍ବାସ୍ଥ୍ୟ ପାଇଁ ବାଧକ ସାଜିଛି ବୋଲି ଅଭିଯୋ ହେଉଛି lଦୀଘବଷ ଧରି ଛତୁଆ ପ୍ରସ୍ତୁତିରେ ଏଭଳି ବ୍ୟାପକ ଅନିୟମିତତା ଥାଇ ବି ସମନିତ୍ୱ ଶିଶୁ ବିକାଶ ପକଳ୍ପ ଓ ମିଶନ ଶକ୍ତି ଅଧିକାରୀଙ୍କ କାର୍ଯ୍ୟାଳୟ ,ଗଁଦିଆ ନିରବଦ୍ରଷ୍ଟା ସାଜିଛି।ଏଥିପ୍ରତି ଜିଲ୍ଲା ପ୍ରଶାସନ ଶିଶୁ ଗର୍ଭବତୀ ଓ ପ୍ରସୂତିଙ୍କ ସ୍ବାସ୍ଥ୍ୟ ସହ ଖେଳ ଖେଳୁଥିବା ଅସାଧୁ ଛତୁଆ ପ୍ରସ୍ତୁତକାରୀ ସଂସ୍ଥା ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଟାନ ନେବାକୁ ସାଧାରଣରେ ଦାବି ହେଉଛି।

Leave a Reply

Your email address will not be published. Required fields are marked *