Spread the love

ଛାପା ଗଣମାଧ୍ୟମ ବିଜ୍ଞାପନ ଦର 26% ବୃଦ୍ଧି ନିଷ୍ପତ୍ତି ନେଇ କେନ୍ଦ୍ର ସରକାରଙ୍କୁ ଅଭିନନ୍ଦନ ଜଣାଇଲେ
ଓଡ଼ିଶା କ୍ଷୁଦ୍ର ଓ ମଧ୍ୟମ ସମ୍ୱାଦପତ୍ର ସଂଗଠନ ଅଧ୍ୟକ୍ଷ ରବି ରଥ
ପାରଳାଖେମୁଣ୍ଡି,27/10(ତାରିଣୀ ପ୍ରସାଦ): -=(ଦର୍ଶନ ସମୀକ୍ଷା)

ଛାପା ଗଣମାଧ୍ୟମର ବିଜ୍ଞାପନ ଦରକୁ କେନ୍ଦ୍ର ସରକାର 26 ପ୍ରତିଶତ ବୃଦ୍ଧି କରିବା ନେଇ ଯେଉଁ ନିଷ୍ପତ୍ତି ନେଇଛନ୍ତି ସେ ନେଇ ଓଡ଼ିଶା କ୍ଷୁଦ୍ର ଓ ମଧ୍ୟମ ସମ୍ୱାଦପତ୍ର ସଂଗଠନ ଅଧ୍ୟକ୍ଷ ରବି ରଥ ସରକାରଙ୍କୁ ଅଭିନନ୍ଦନ ଜଣାଇଛନ୍ତି. ଏ ସଂକ୍ରାନ୍ତ ବିଜ୍ଞପ୍ତି ନଭେମ୍ବର 15 ପରେ ପ୍ରକାଶ ପାଇବା ନେଇ ଆଶା କରାଯାଉଛି ବୋଲି ନ୍ୟୁଜ୍‌‍ ଏଜେନ୍ସି ଏଏନ୍‌‍ଆଇ ରିପୋର୍ଟ କରିଛି। କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ଓଡ଼ିଶା କ୍ଷୁଦ୍ର ଓ ମଧ୍ୟମ ସମ୍ୱାଦପତ୍ର ସଂଗଠନ ଅଧ୍ୟକ୍ଷ ରବି ରଥ ସ୍ଵାଗତ ଜଣାଇଛନ୍ତି । କେନ୍ଦ୍ର ସରକାର ବିଭିନ୍ନ ସ୍ତରରେ ସଂସ୍କାର ପାଇଁ ଉଦ୍ୟମ ଚଳାଇଛନ୍ତି। ଛାପା ଗଣମାଧ୍ୟମଗୁଡ଼ିକ ଡିଜିଟାଲ ଫର୍ମାଟକୁ ଯିବା ଫଳରେ ଲୋକଙ୍କ ଜୀବିକା ପ୍ରଭାବିତ ହୋଇଛି। ବିଶେଷ କରି ଛାପା ଗଣମାଧ୍ୟମରେ କାର୍ଯ୍ୟ କରୁଥିବା କର୍ମଚାରୀମାନେ କ୍ଷତିଗ୍ରସ୍ତ ହୋଇଛନ୍ତି। ଛାପା ଗଣମାଧ୍ୟମରେ ରାଜସ୍ବର ଏକ ପ୍ରମୁଖ ଉତ୍ସ ହେଉଛି ବିଜ୍ଞାପନ। କିନ୍ତୁ ଅନଲାଇନ୍‌‍ ମିଡିଆର ବିକାଶ ଫଳରେ ଛାପା ଗଣମାଧ୍ୟମର ବିଜ୍ଞାପନ କମିଯାଇଛି। ବର୍ତ୍ତମାନ ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଛାପା ଗଣମାଧ୍ୟମ ବିଜ୍ଞାପନ ଦରକୁ ବୃଦ୍ଧି କରି ଗଣମାଧ୍ୟମକୁ କ୍ଷତିରୁ ବଞ୍ଚାଇଛନ୍ତି. ଏହା ଏକ ଯୁଗାନ୍ତକାରୀ ପଦକ୍ଷେପ ହୋଇଥିବା ଯୋଗୁଁ ଓଡିଶା କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର ସଂଗଠନ ତରଫରୁ କେନ୍ଦ୍ର ସରକାରଙ୍କୁ ମୁଁ ସାଧୁବାଦ ଜଣାଉଛି.

Leave a Reply

Your email address will not be published. Required fields are marked *