ଗ୍ରିଲ ଝରକା ତାଡି ଘରୁ ଚୋରୀ ଘଟଣା, ୪ ଅଭିଯୁକ୍ତ ଚୋରଙ୍କୁ ବାନ୍ଧିଲା ପୁଲିସ (ଫଟୋ)
ଢେଙ୍କାନାଳ ସଦର, ୨୬ା୧୦ (ନିପ୍ର) : ଦର୍ଶନ ସମୀକ୍ଷା ଢେଙ୍କାନାଳ ସହର ଟାଉନ ପ୍ଲାନିଂ କଲୋନୀ ଅଞ୍ଚଳରେ ଘରେ କେହି ରହୁନଥିବାର ସୁଯୋଗ ନେଇ ଚୋରମାନେ ରାତିରେ ଝରକା, କବାଟ, ଗ୍ରିଲ ଆଦି ତାଡି ଚୋରୀ କରିବା ଘଟଣାରେ ପୁଲିସକୁ ସଫଳତା ମିଳିଛି । ପୁଲିସ ୪ ଜଣ ଅଭିଯୁକ୍ତ ଚୋରଙ୍କୁ ଗିରଫ କରିବା ସହିତ ସେମାନଙ୍କ ନିକଟରୁ ୧୫୪ ଗ୍ରାମ (୧୫ ଭରିରୁ ଉଦ୍ଧ୍ୱର୍) ସୁନା ଅଳଙ୍କାର ଓ ୯୧ ଭରି ରୂପା ଅଳଙ୍କାର ସାଙ୍ଗକୁ ସାମସଙ୍ଗ ଏଲଇଡି ଟିଭି, ୫ ଚୋରି ମୋବାଇଲ, ଫ୍ୟାନ ଏବଂ ଚୋରୀ ପାଇଁ ବ୍ୟବହୃତ ଆରି ପାତ ଆଦି ଜବତ କରିଛନ୍ତି । ଏ ସଂପର୍କରେ ପୁଲିସ ୪ ଜଣ ଅଭିଯୁକ୍ତ ଚୋରଙ୍କୁ ଆଜି ଗିରଫ କରିଥିବା ନେଇ ଉପଖଣ୍ଡ ପୁଲିସ ଅଧିକାରୀ ରମେଶ ଦୋରା ସାମ୍ବାଦିକ ସମ୍ମିଳନୀରେ ସୁଚନା ଦେଇଛନ୍ତି । ଶ୍ରୀ ଦୋରା କହିଛନ୍ତି ଯେ ଗତ ୬ ମାସ ଧରି ଟାଉନ ଥାନା ସରଜଙ୍ଗ ସାହି ଅଞ୍ଚଳର ମିଲୁ ନାଏକ (୧୯), ଲିପୁ ନାଏକ (୧୯), ତପୁ ନାଏକ (୧୯), ମୁନୁ ନାଏକ (୧୯) ଟାଉନ ପ୍ଲାନିଂ କଲୋନୀ ଅଞ୍ଚଳରେ ମାଲିକ ମାନେ ଘରେ ନଥିବା ବେଳେ ଘରେ ପଶି ଚୋରୀ କରିଥିବା ସ୍ୱିକାର କରିଛନ୍ତି ।

ସେମାନଙ୍କ ମଧ୍ୟରୁ ମିଲୁ ନାଏକ ପୁଲିସ ଆଗରେ ସ୍ୱିକାର କରିବା ପରେ ଅନ୍ୟ ଚୋର ମାନଙ୍କୁ ପୁଲିସ ଧରିବାକୁ ସଫଳ ହୋଇଛି । ସେମାନେ କଲୋନୀ ଅଞ୍ଚଳରେ ଦିନରେ ବୁଲି କେଉଁ ଘର ତାଲା ପଡି ରହୁଛି ଚିହ୍ନଟ କରିବା ପରେ ରାତିରେ ସେହି ଘର ଗୁଡିକୁ ଚୋରୀ କରିବା ପାଇଁ ଯୋଜନା କରୁଥିଲେ । ମୁହଁରେ ମାସ୍କ ପିନ୍ଧି ତାଲା ଭାଙ୍ଗିବା ପାଇଁ ଆରି ପାତ ସାଙ୍ଗରେ ନେଇ ଘର ଭିତରେ ପ୍ରବେଶ କରୁଥିଲେ । ସହରରେ ଟାଉନ ପ୍ଲାନିଂ ଅଞ୍ଚଳର ଅଶୋକ ମିଶ୍ରଙ୍କ ଘରୁ ଚୋରୀ କରିବା ପରେ ମ୍ୟାଗି ରୋଷେଇ କରି ଖାଇଥିଲେ ଏବଂ ତାଙ୍କ ବଗିଚାରୁ ପରିବା ମଧ୍ୟ ନେଇ ଯାଇଥିଲେ ।
ପୁଲିସ ସେମାନଙ୍କ ଠାରୁ ଚୋରୀ ହୋଇଥିବା ୮୦ ପ୍ରତିଶତ ସାମଗ୍ରୀ ଜବତ କରିଥିବା ବେଳେ ଆହୁରି ୨୦ ପ୍ରତିଶତ ସାମଗ୍ରୀ ସେମାନେ ବିକ୍ରୀ କରିଦେଇଥିବା ପୁଲିସ ତଦନ୍ତରୁ ଜଣାପଡିଛି । କାହା ନିକଟରେ ଚୋରୀ ସାମଗ୍ରୀ ବିକ୍ରି କରାଯାଇଛି ସେନେଇ ପୁଲିସ ଖୋଳତାଡ କରୁଛି । ପୁଲିସ ପକ୍ଷରୁ ଏହି ଚୋର ମାନଙ୍କୁ ସନ୍ଧାନ କରିବା ଏକ ପ୍ରକାର ଚ୍ୟାଲେଞ୍ଚ ରହିଥିଲା । ଏନେଇ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି ଚୋର ମାନଙ୍କୁ ଧରାଯାଇଥିବା ଶ୍ରୀ ଦୋରା ସୁଚନା ଦେଇଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ଟାଉନ ଥାନା ଅଧିକାରୀ ପ୍ରଭାତ କୁମାର ସାହୁ, ତଦନ୍ତକାରୀ ଅଧିକାରୀ ଉକ୍ରଳ ବିଜୟ ମହାନ୍ତି ପ୍ରମୁଖ ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ । ଟାଉନ ପ୍ଲାନିଂ କଲୋନୀର ପ୍ରଶାନ୍ତ ସାହୁ, ଅଶୋକ ସାହୁ, ଅଶୋକ ମିଶ୍ର ଏବଂ ମହିଳାଙ୍କ ଘରୁ ଗ୍ରିଲ କବାଟ ଝରକା ତାଡି ଚୋରୀ କରିନେଇଥିବା ଥାନାରେ ଅଭିଯୋଗ ହୋଇଥିଲା ।












Leave a Reply