Spread the love

ଡ଼. ଏ. ପି. ଜେ. ଅବଦୁଲ କଲାମ ଜନକଲ୍ୟଣ ଚାରିଟେବୁଲ ଟ୍ରଷ୍ଟର ବାର୍ଷିକ ଉତ୍ସବ ପାଇଁ ପ୍ରସ୍ତୁତି ବୈଠକ
ଅଦ୍ୟ ତା ୨୬/୧୦/୨୦୨୫ -=(ଦର୍ଶନ ସମୀକ୍ଷା)

ରବିବାର ଦିନ ଖଲ୍ଲିକୋଟ ଜଗନ୍ନାଥ ମନ୍ଦିରର ପ୍ରାଙ୍ଗଣରେ ମା ଲକ୍ଷ୍ମୀଙ୍କର ମନ୍ଦିରରେ ଡ଼. ଏ. ପି. ଜେ. ଅବଦୁଲ କଲାମ ଜନକଲ୍ୟଣ ଚାରିଟେବୁଲ ଟ୍ରଷ୍ଟର ବାର୍ଷିକ ଉତ୍ସବ ପାଇଁ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଅଛି । ଏହି ବୈଠକରେ ମା ଲକ୍ଷ୍ମୀଙ୍କର ସଭାପତିତ୍ବରେ ଶ୍ରୀ ପୁର୍ଣ୍ଣଚନ୍ଦ୍ର ବେହେରାଙ୍କ ତ୍ଵତ୍ୱାବଧାନରେ ସଭା କାର୍ଯ୍ୟ ଆୟୋଜନ କରାଯାଇଥିଲା । ଉକ୍ତ ସଭାରେ ଡ଼. ଏ. ପି. ଜେ. ଅବଦୁଲ କଲାମ ଜନକଲ୍ୟଣ ଚାରିଟେବୁଲ ଟ୍ରଷ୍ଟର ବାର୍ଷିକ ଉତ୍ସବ ପାଇଁ ପ୍ରସ୍ତୁତି ବୈଠକ ନିମିତ୍ତ ବିଭିନ୍ନ ବିଷୟ ଉପରେ ଆଲୋଚନା କରାଯାଇଥିଲା । ଟ୍ରଷ୍ଟ ଦ୍ୱାରା ଉନ୍ମୁଚିତ ବାର୍ଷିକ ପତ୍ରିକା ସ୍ମୃତିସୁଧାର କଳେବର ବୃଦ୍ଧି କରିବା ନିମିତ୍ତ ମୋ ଗୁରୁ ଉପରେ ଲେଖା ପଠାଇବାକୁ ପରାମର୍ଶ ଦିଆଯାଇଥିଲା। ଏହା ନଭେମ୍ବର ମାସ ୧୫ ତାରିଖ ସୁଦ୍ଧା ଲେଖା ପଠାଇବାକୁ ସ୍ଥିର କରାଯାଇଥିଲା । ଉକ୍ତ ବାର୍ଷିକ ଉତ୍ସବରେ ମୁଖ୍ୟ ପରାମର୍ଶ ଦାତା ଭାବରେ ସର୍ବ ଭାରତୀୟ ଲୋକ ସେବକ ମଣ୍ଡଳର ତଥା ସମାଜର ମୁଦ୍ରଣ ଓ ପ୍ରକାଶକ ଶ୍ରୀ ରାଜେନ୍ଦ୍ର କୁମାର ଜେନାଙ୍କୁ, ବାର୍ଷିକ ଉତ୍ସବର ସଂପାଦକ ଭାବେ ଶ୍ରୀ ପଞ୍ଚାନନ ସୁରଙ୍କୁ, ସଂଗଠନର ସମ୍ପାଦିକା ଶ୍ରୀମତୀ ବିଦ୍ୟୁତ୍ ପ୍ରଭା ଦାସ , ଏବଂ କୋଷାଧ୍ୟକ୍ଷ ଭାବରେ ମହାଦେବ ମଲ୍ଲିକଙ୍କୁ ସର୍ବ ସମ୍ମତି କ୍ରମେ ମୋନୋନିତ କରଯାଇଥିଲା । ଖଲ୍ଲିକୋଟ ଥାନା , ଖଲ୍ଲିକୋଟ ଏନ. ଏ. ସି., ଏବଂ ଡ଼. ଏ. ପି. ଜେ. ଅବଦୁଲ କଲାମ ଜନକଲ୍ୟଣ ଚାରିଟେବୁଲ ଟ୍ରଷ୍ଟର ମିଳିତ ସହଯୋଗରେ ଏକ ସାଇବର କ୍ରାଇମ ଉପରେ ସଚେତନତା ସିବିରକୁ ନେଇ ଏକ କ୍ଷୁଦ୍ର ନାଟକ ପରିବେଷଣ କରିବା ପାଇଁ ସ୍ଥିର କରାଯାଇଛି। ଖଲ୍ଲିକୋଟରେ ଥିବା ପାଠାଗାରର ଉପର ମହଲାକୁ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବ ଏଣୁ ଏହାକୁ ଜିଲ୍ଲା ସାଂସ୍କୃତିକ ଅଧିକାରୀଙ୍କୁ ଲିଖିତ ଅନୁରୋଧ କରିବା ପାଇଁ ସଭାରେ ନିଷ୍ପତି ନିଆଯାଇଥିଲା ତା ସହିତ ଛଅ ଜଣ ପ୍ରତିଭାବାନ ବ୍ୟକ୍ତିଙ୍କୁ ସମ୍ମାନିତ କରାଯିବ। ଉକ୍ତ ସଭାରେ ମୁଖ୍ୟ ଅତିଥି ଭାବେ ଡ ହରପ୍ରସାଦ ମହାପାତ୍ର, ଉପଦେଷ୍ଟା ଶ୍ରୀ ପୁର୍ଣ୍ଣଚନ୍ଦ୍ର ରଥ, ଟ୍ରଷ୍ଟି ଅଧ୍ୟାପିକା ଜ୍ୟୋସ୍ନା କୁମାରୀ ପ୍ରଧାନ, ଗଞ୍ଜାମ ଜିଲ୍ଲାର ଜଳସାଥିର ସଭାନେତ୍ରୀ ସୁପ୍ରଭା ରାଉତ, ସଭ୍ୟା ବିଦ୍ୟୁତ ପ୍ରଭା ଦାସ, ନର୍ମଦା ଗୌଡ଼, ଜୟ ପାତ୍ର, ବରିଷ୍ଠ ଆଇନଜୀବି ବିନାୟକ ସାହୁ, ବିଦ୍ୟୁତ୍ ବିଭାଗର କନିଷ୍ଠ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ପ୍ରଭାତ କୁମାର ଷଡଙ୍ଗୀ, କାଉନସିଲର ପ୍ରଦୀପ ଚନ୍ଦ୍ର ପଟ୍ଟନାୟକ, ଡି. ଆଇ.ଇ.ଟି. ଗଞ୍ଜାମ, ଖଲ୍ଲିକୋଟର ଅଧ୍ୟାପକ ନବୀନ କୁମାର ପ୍ରମାଣିକ, ସଭ୍ୟ ମହାଦେବ ମଲ୍ଲିକ, ଦଣ୍ଡପାଣି ବେହେରା ସହ ପ୍ରମୁଖ କବି ଓ ସମାଜସେବୀ ଉପସ୍ଥିତ ଥିଲେ। ଶେଷରେ କବି ବିଦ୍ୟୁତ୍ ପ୍ରଭା ଦାସ ଧନ୍ୟବାଦ ଜ୍ଞାପନ କରିବା ସହିତ ସଭା ସାଙ୍ଗ କରାଗଲା ।

Leave a Reply

Your email address will not be published. Required fields are marked *