ଦୀପାବଳୀ ପୂର୍ବରୁ ଅଘଟଣ, ବାଣ ଭିଡୁଥିବା ବେଳେ ପ୍ରଚଣ୍ଡ ବିସ୍ଫୋରଣ ରେ ହାତ ଗୋଡ଼ କଟି ଯୁବକ ଙ୍କ ମୃତୁ, -ମାଧବ ବେହେରା ଖଲିକୋଟ
ଖଲ୍ଲିକୋଟ : 20/10 -=(ଦର୍ଶନ ସମୀକ୍ଷା) ଗତକାଲି ରାତି ଗୋଟାଏ ବେଳେ ଖଲ୍ଲିକୋଟ ଥାନା ଅନ୍ତର୍ଗତ ତେନ୍ତୁଳିଆପଲ୍ଲୀ ପଂଚାୟତ ର କିଇଠଡା ଗ୍ରାମ ରେ ପିଣ୍ଟୁ ପଲାଇ ନମାଜ ଜଣେ 23 ବର୍ଷ ର ଯୁବକ ତାଙ୍କ ଘର ଛାତ ର ସିଡ଼ି ରୁମ ରେ ବାଣ ଭିଡୁଥିବା ବେଳେ ହଠାତ ପ୍ରଚଣ୍ଡ ବିସ୍ଫୋରଣ ଘଟିଥିଲା |
ବିସ୍ଫୋରଣ ପ୍ରଭାବ ରେ ଯୁବଜ ଜଣକ ର ଗୋଟିଏ ହାତ ଓ ଗୋଟିଏ ଗୋଡ଼ ଛିଣ୍ଡି ଯାଇଥିବା ବେଳେ ଛାତ ର 20 ଫୁଟ ଦୁରକୁ ଛିଟିକି ପଡିଥିଲା |ବିସ୍ଫୋରଣ ର ପ୍ରଭାବ ଏତେ ତୀବ୍ର ଥିଲା ଯେ ଘର ଭିତର ର କବାଟ ଓ ଫ୍ରିଜ ର ଡୋର ଛିଣ୍ଡି ଅଲଗା ହୋଇ ଯାଇଥିଲା |ଖବର ପାଇଁ ଭେଜିଫୁଟ ଫାଣ୍ଡି ଅଧିକାରୀ ଦେବାଶିଷ ମିଶ୍ର ଘଟଣା ସ୍ଥଳ ରେ ପହଂଚି ରକ୍ତ ଜୁଡୁବୁଡୁ ଅବସ୍ଥା ରେ ପଡ଼ିଥିବା କ୍ଷତାକ୍ତ ଶରୀର କୁ ଥାନା ଗାଡି ରେ ଆଣି ଖଲ୍ଲିକୋଟ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରାବରେ ଭର୍ତ୍ତି କରିଥିଲେ |
ସେଠାରେ ଡାକ୍ତର ମୃତୁ ଘୋଷଣା କରିଥିଲା |ଗତ ବର୍ଷ ଖଲ୍ଲିକୋଟ ଥାନା ଅନ୍ତର୍ଗତ ମାଣିକ୍ୟପୁର ଗ୍ରାମର ବାଦଲ ଗୌଡ଼ ନାମକ ଜଣେ ଦଶମ ଶ୍ରେଣୀ ଛାତ୍ର ଙ୍କ ବାଣ ବିସ୍ଫୋରଣ ରେ ମୃତୁ ଘଟିଥିବା ବେଳେ ତିନି ଜଣ ଛାତ୍ର ଆହତ ହୋଇଥିଲେ |ସମସ୍ତେ ଦୀପାବଳୀ ପାଳନ ପାଇଁ ବ୍ୟସ୍ତ ଥିବା ବେଳେ ଏଭଳି ଛାତି ଥରା ଘଟଣା ପରିବାର ରେ ଦୁଃଖ ର ଛାୟା ସମସ୍ତ ଙ୍କୁ ମର୍ମାହତ କରିଛି |ପ୍ରତିବର୍ଷ ବାଣ ତିଆରି ପାଇଁ କେଉଁ ଠାରୁ ଏତେ ବିସ୍ଫୋରକ ଆସୁଛି ସେ ନେଇ ପଦକ୍ଷେପ ନେଇ ଏହାର ଉତ୍ସ ବାହାର କରି ଆବଶ୍ୟଜ ଚଢ଼ାଉ ପାଇଁ ଦାବି ହେଉଛି |
ରିପୋର୍ଟ : ମାଧବ ବେହେରା ଖଲ୍ଲିକୋଟ
Leave a Reply