ବ୍ୟାଟେରୀ ଚାଳିତ ସ୍କୁଟି ଚାର୍ଜିଂ ବେଳେ ଲାଗିଲା ନିଆଁ, ପାଖରେ ଥିବା ଗ୍ୟାସ ଟାଙ୍କି ଫାଟି ଘରର ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଭସ୍ମୀଭୂତ। ଘରେ ଥିବା ସମସ୍ତ ସଦସ୍ୟ ସୁରକ୍ଷିତ ଭାବେ ଉଦ୍ଧାର।
__ଖଲ୍ଲିକୋଟ 15/10-=(ଦର୍ଶନ ସମୀକ୍ଷା)
ଖଲ୍ଲିକୋଟ ନୂଆଁ ସାହିରେ ବିଳମ୍ବିତ ରାତିରେ ଘଟିଛି ଅଘଟଣ। ସାହିର ଅଜିତ ମହାନ୍ତିଙ୍କ ଘରେ ବ୍ୟାଟେରୀ ଚାଳିତ ସ୍କୁଟି ଚାର୍ଜିଂ ପାଇଁ ବସିଥିବା ବେଳେ ଘଟିଲା ଅଗ୍ନିକାଣ୍ଡ । ସ୍କୁଟି ନିକଟରେ ରଖା ଯାଇଥିବା ଗ୍ୟାସ ଟାଙ୍କିରେ ନିଆଁ ଲାଗି ଟାଙ୍କିଟି ଫାଟି ବିରାଟ ଶବ୍ଦ ହୋଇଥିଲା। ଘରର ଲୋକମାନେ ଓ ସାହି ବାସିନ୍ଦା ଆସି ଦେଖିଲା ବେଳକୁ ତିନି ମହଲା ପର୍ଯ୍ୟନ୍ତ ନିଆଁ ବ୍ୟାପିଥିଲା। ଖବର ପାଇ ତୁରନ୍ତ ଅଗ୍ନିଶମ ବାହିନୀ ଓ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଥିଲେ ଓ ନିଆଁକୁ ଆୟତ କରିଥିଲେ |,ଘରେ ଥିବା ଟିଭି, ଟେଲେରିଙ୍ଗ ସିଲେଇ ମେସିନ ,ଲୁଗାପଟା, ଆସବାବପତ୍ର ସମେତ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳି ଭସ୍ମୀଭୂତ ହୋଇ ଯାଇଥିଲା। ଘର ଭିତରେ ଥିବା 11 ଜଣ ସଦସ୍ୟଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି।ରିପୋର୍ଟ : ମାଧବ ବେହେରା ଖଲ୍ଲିକୋଟ
Leave a Reply