କୃଷି ବିଭାଗ ଅବହେଳାରେ ଅନୁପଯୋଗୀ ହେଲା ଫାର୍ମ ପୋଖରୀ
ନୟାଗଡ଼ ,:-=(ଦର୍ଶନ ସମୀକ୍ଷା) ନୟାଗଡ଼ ସହରର ୱାର୍ଡ ନଂ ୧୫ ଯଦୁମଣିନଗର ଥିବା ଫାର୍ମ ପୋଖରୀ ଟି କୃଷି ବିଭାଗ ଅଧିନରେ ଅଛି। ଏହି ପୋଖରୀ ଟି କୃଷି ବିଭାଗ ମାଛ ଚାଷ କରି ରାଜସ୍ବ ଆଦାୟ କରୁଥିଲା ଓ ସ୍ଥାନୀୟ ଜନସାଧାରଣ ଏହି ପୋଖରୀ ରେ ନିଜର ସମସ୍ତ କାର୍ଯ୍ୟ ସମ୍ପାଦନ କରୁଥିଲେ।
ପ୍ରାୟ ୪ରୁ ୫ ଏକର ଜମିରେ ଥିବା ଏହି ପୋଖରୀ ଏବେ ଦଳ ଭର୍ତ୍ତି ହୋଇ ବ୍ୟବହାର ଅନୁପଯୋଗୀ ହୋଇଯାଇଛି। ପୋଖରୀ ର ଦଳ ପଚିବା ଯୋଗୁଁ ସେଠାରେ ଦୃଗନ୍ଧ ମୟ ପରିବେଶ ସୃଷ୍ଟି ହୋଇଛି। ଏହି ପୋଖରୀ ହୁଡାରେ କିଛି ଦୁର୍ବୃତ ସବୁଦିନ ନିଶା ସେବନରେ ମତିଛନ୍ତି ସେହି ବାଟରେ ଯିବାଆସିବା କରିବାକୁ ଲୋକ ମାନେ ଭୟଭୀତ ହେଉଛନ୍ତି। ୱାର୍ଡ ର ଜନସାଧାରଣ ଅଭିଯୋଗ କରିଛନ୍ତି କୃଷି ବିଭାଗ ସେହି ପୋଖରୀ ର ପୁନଃରୁଦ୍ଧାର କରିଲେ ସରକାରଙ୍କ ରାଜସ୍ୱ ଆଦାୟ ହେବ।
ସହିତ ସ୍ଥାନୀୟ ଜନସାଧାରଣ ଙ୍କ ବ୍ୟବହାର ରେ ଏହି ପୋଖରୀ ଟି ଆସିପାରନ୍ତା।
Leave a Reply