ଗାନ୍ଧୀ ଥିଲେ ସାରା ପୃଥିବୀର ନେତା
“””””””””””””””””””””””””””””””””””””””””
‘ରୂପାୟନ’ ପକ୍ଷରୁ ୧୫୬ତମ ଜନ୍ମ ଦିବସ ପାଳିତ
“””””””””””””””””””””””””””””””””””””””””””””
ବାଲେଶ୍ବର,୨/୧୦ : =(ଦର୍ଶନ ସମୀକ୍ଷା) ଗାନ୍ଧୀଙ୍କ ଜୀବନ ଓ ଦର୍ଶନ ସମଗ୍ର ବିଶ୍ବମାନବ ସମାଜକୁ ବହୁଭାବରେ ପ୍ରଭାବିତ କରିଛି । ଗାନ୍ଧୀ କେବଳ ଜଣେ ମାନବ ନଥିଲେ, ସେ ଥିଲେ ଜଣେ ମହାମାନବ ସମଗ୍ର ବିଶ୍ବବାସୀଙ୍କୁ ନେତୃତ୍ବ ପ୍ରଦାନ କରିବା ଭଳି ବ୍ୟକ୍ତିତ୍ବ । ତ୍ୟାଗ ଓ ଅହିଂସାର ମହାମନ୍ତ୍ର ବଳରେ ସେ ଭାରତବାସୀଙ୍କୁ ସ୍ବାଧୀନତାର ସ୍ବାଦ ଚାଖିବାର ସୁଯୋଗ ଦେଇଥିଲେ । ତାଙ୍କରି ଡାକରାରେ ଆକୁମାରୀ ହିମାଚଳ ଭାରତର ଆବାଳବୃଦ୍ଧବନିତା ସ୍ବାଧୀନତା ସଂଗ୍ରାମରେ ଝାସ ଦେଉଥିଲେ । ଗାନ୍ଧୀଙ୍କର ବ୍ୟକ୍ତିତ୍ବ ଓ ଆଦର୍ଶର ପଟାନ୍ତର ନାହିଁ । ଗାନ୍ଧୀଙ୍କ ଜୀବନଦର୍ଶକୁ ପାଥେୟ କରି ବହୁ ବିଶ୍ବବିଦ୍ୟାଳୟରେ ପାଠ୍ୟକ୍ରମ ମଧ୍ୟ ପ୍ରଚଳନ ହୋଇଛି । ୨ ତାରିଖ ସନ୍ଧ୍ୟାରେ ସ୍ଥାନୀୟ ଷ୍ଟେସନ୍ କ୍ଲବ୍ ଠାରେ ରାଜ୍ୟ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଓ ସାମାଜିକ-ସାଂସ୍କୃତିକ ଅନୁଷ୍ଠାନ ‘ରୂପାୟନ’ର ମିଳିତ ସହଯୋଗରେ ୧୫୬ତମ ଗାନ୍ଧୀ ଜୟନ୍ତି ଉତ୍ସବ ଅନୁଷ୍ଠାନର ସଂପାଦିକା ଶ୍ରଦ୍ଧାଞ୍ଜଳି ରାୟଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ବାଲେଶ୍ବରର ଅତିରିକ୍ତ ଜିଲ୍ଲାପାଳ ସୁଧାକର ନାୟକ ଯୋଗ ଦେଇଥିବା ବେଳେ କବି ଅଭୟ ଦାସ, ନାଟ୍ୟକାର ବିଜୟ ମହାକୁଡ଼, ଆଡ଼ଭୋକେଟ୍ ବିଜୟ ପାଣିଗ୍ରାହୀ ପ୍ରମୁଖ ଅତିଥି ବକ୍ତା ଭାବରେ ଯୋଗ ଦେଇଥିଲେ । ଅନୁଷ୍ଠାନର ସଭାପତି ତାପସ ସାହୁ ଏଥିରେ ଧନ୍ୟବାଦ ଦେଇଥିଲେ । ଏହି ଅବସରରେ ମଞ୍ଜୁଲତା ବଳ, ଦମୟନ୍ତୀ ପଣ୍ଡା,ଅମରେଶ ପାତ୍ର, ଡ କମଳାକାନ୍ତ ବିଶ୍ବାଳ, ଆଫ୍ରିନ୍ ଖାତୁନ୍, ମାନସ ରଥ, ଡା ରଜନୀକାନ୍ତ ନାୟକ , ପଦ୍ମଭୂଷଣ ରାୟ, ଗୋରାଙ୍ଗ ପାତ୍ର, ଅମର କୁମାର ପାଳ, ସୁଶ୍ରୀ ସୁହାନି ସାଇ ଜେନା, ଅକ୍ଷୟ କୁମାର ଜେନା ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଅନୁଷ୍ଠାନ ପକ୍ଷରୁ ଅନୁଷ୍ଠିତ ନୃତ୍ୟ ଓ ସଂଗୀତ ପ୍ରତିଯୋଗିତାରେ କାମିନୀ କାନ୍ତ ଚୌଧୁରୀ, ଅମରେଶ ପାତ୍ର ଏବଂ ଗୌତମୀ ଦାସ ପ୍ରମୁଖ ବିଚାରକ ଭାବରେ ଯୋଗ ଦେଇଥିଲେ । ସଂଗୀତ ପରିବେଷଣ କରିଥିଲେ ମଞ୍ଜୁଲତା ବଳ, ବେବିରାଣୀ ଦାସ ଏବଂ ଗୀତିକାର ଅଭୟ ଦାସ । କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ଅନୁଷ୍ଠାନର ଉପଦେଷ୍ଟା ସର୍ବେଶ୍ବର ଜେନା, ଯଶୋଦାନନ୍ଦନ ଆଶ, ଜୀତେନ୍ଦ୍ର ଉପାଧ୍ୟାୟ ଏବଂ ସରସ୍ବତୀ ପଣ୍ଡା । ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ସ୍ନେହଲତା ରାୟ, ଗୌରାଙ୍ଗ ପାଣିଗ୍ରାହୀ, ଶରତ ଦଳେଇ, ନିରଞ୍ଜନ ପରିଡ଼ା ଏବଂ ତାରାକାନ୍ତ ନନ୍ଦ ।ଏହି ଅବସରରେ ଡା ଅଶ୍ବିନୀ ଶତପଥୀଙ୍କ ଲିଖିତ ‘ଗାନ୍ଧୀ ଦର୍ଶନ’ ପୁସ୍ତକକୁ ଅତିଥିମାନେ ଉନ୍ମୋଚିତ କରିଥିଲେ

Leave a Reply