ଇସ୍ପାତ ନଗରୀରେ ଦାଣ୍ଡିଆ ଧୁମ୍ ……
ରାଉରକେଲା:-=(ଦର୍ଶନ ସମୀକ୍ଷା) ଆଗକୁ ଆସୁଛି ପାର୍ବଣ। ପାର୍ବଣର ସମ୍ଭାରରେ ସଜେଇ ହେଉଛି ଗ୍ରାମ ଠୁ ସହର। ନବରାତ୍ର ଉପଲକ୍ଷେ ତଥା ଏହି ପରିପ୍ରେକ୍ଷୀରେ ବିଭିନ୍ନ ଅନୁଷ୍ଠାନ ତରଫରୁ ଦାଣ୍ଡିଆ ନୃତ୍ୟ ଓ ପ୍ରତିଯୋଗିତା ଆୟୋଜନ କରାଯାଇଛି।
ମାଣିକ ଫାଉଣ୍ଡେସନ ସେକ୍ଟର ୭ ମଧୁ ମଣ୍ଡପ ଠାରେ ମାଣିକ ଫାଉଣ୍ଡେସନ ର ସଭାପତି କାମିନୀ ମହନ୍ତ ଓ ସାଧାରଣ ସମ୍ପାଦିକା ଅର୍ଚ୍ଚନା ସାହୁ ଙ୍କ ଆବାହକତ୍ଵ ତଥା ସୁଚିତ୍ରା ବାରିକ ଙ୍କ ସଂଯୋଜନାରେ ଦାଣ୍ଡିଆ ନୃତ୍ୟ ଓ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଦୀପିକା ମହାନ୍ତି, ମୀନାକ୍ଷୀ ପାଢ଼ୀ ଓ ନିନାରାଣୀ ଜେନା ବିଚାରକ ଦାୟିତ୍ଵ ତୁଲାଇଥିଲା ବେଳେ ଅତିଥି ଭାବେ ପ୍ରଫେସର ସିଙ୍ଗମ ଜୟଥୁ,ଟୁଲୁ ସ୍ବାଇଁ,ପିଙ୍କୁ ଜୟସ୍ୱାଲ,ଗୈ।ତମ ବାଡା, ରୋହିତ ରାୟ, କୁଞ୍ଜବିହାରୀ ରାଉତ, ଇନ୍ଦିରା ନାୟକ, ଗାୟତ୍ରୀ ପଣ୍ଡା, ଜ୍ୟୋତିର୍ମୟ ଆଚାର୍ଯ୍ୟ, ଜିତେନ୍ଦ୍ର ପ୍ରସାଦ, ସସ୍ମିତା ପ୍ରଧାନ ପ୍ରମୁଖ ଯୋଗଦେଇଥିଲେ। ଶେଷରେ ଏହି ନୃତ୍ୟ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା।
ଏକତା ଫାଉଣ୍ଡେସନ ଟ୍ରଷ୍ଟ ଝିରପାଣି ସ୍ଥିତ ଏକତା ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ଝିରପାଣି ସ୍ଥିତ ସାଇନିଂ କ୍ଲବ ଠାରେ ଟ୍ରଷ୍ଟ ର ସଭାପତି ବସୁମତୀ ମହାନ୍ତି ଓ ସମ୍ପାଦିକା ସୁଚିସ୍ମିତା ପଣ୍ଡାଙ୍କ ଆବାହକତ୍ଵ ତଥା ବିଜୟ ସୁନ୍ଦରାୟଙ୍କ ସଂଯୋଜନାରେ ଆୟୋଜିତ ଏହି ଦାଣ୍ଡିଆ ନୃତ୍ୟ କାର୍ଯ୍ୟକ୍ରମରେ ଅତିଥି ଭାବେ କାଞ୍ଚନ ରାୟ, ଜ୍ଞାନେନ୍ଦ୍ର ଦାସ, ପ୍ରଜ୍ଞାପରମିତା ଦାସ ଅତିଥି ଭାବେ ଯୋଗଦେଇଥିଲେ। ଏହି ଅବସରରେ ଦାଣ୍ଡିଆ ନୃତ୍ୟ ସହ ଛେନାପୋଡ଼ କଟାଯାଇ ଅତିଥି ଓ ଉପସ୍ଥିତ ସଦସ୍ୟଙ୍କ ମଧ୍ୟରେ ବଣ୍ଟନ କରାଯାଇଥିଲା। ଶେଷରେ ନୃତ୍ୟ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଟ୍ରଷ୍ଟର ସମସ୍ତ ସଦସ୍ୟ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରାଇଥିଲେ।
ଇସ୍ପାତ ନଗରୀରେ ଦାଣ୍ଡିଆ ଧୁମ୍ ……ଏକତା ଫାଉଣ୍ଡେସନ ଟ୍ରଷ୍ଟ ଝିରପାଣି ଓ ମାଣିକ ଫାଉଣ୍ଡେସନ ସେକ୍ଟର ୭ର ତରଫରୁ ଦାଣ୍ଡିଆ ନୃତ୍ୟ ଓ ପ୍ରତିଯୋଗିତା ଆୟୋଜନ କରାଯାଇଛି।

Leave a Reply