ସ୍ବଛ ସାଥୀଙ୍କୁ ପ୍ରଶଂସା କଲେ,ଶପଥ ନେଲେ”ସ୍ୱଚ୍ଛ ଓଡ଼ଗାଁ ସୁସ୍ଥ ଓଡ଼ଗାଁ”
(ଏନ.ଏ.ସି .ପକ୍ଷରୁ ବଡାଖାନା ଆୟୋଜିତ।
ଶହେ ସ୍ୱଚ୍ଛସାଥିଙ୍କ ହେଲା ସ୍ବାସ୍ଥ୍ୟ ପରୀକ୍ଷା)
ଓଡ଼ଗାଁ,୩୦।୭(ଦର୍ଶନ ସମୀକ୍ଷା):ଓଡ଼ଗାଁକୁ ନୂଆସକାଳ ଦେଖାଉଥିବା ସ୍ବଚ୍ଛ ସାଥୀଙ୍କ ଭୂମିକା ଅତୁଳନୀୟ।ଲୋକମାନେ ସକାଳୁ ଘରୁ ଉଠିବା ପୂର୍ବରୁ ସ୍ବଚ୍ଛ ସାଥୀମାନେ ୱାର୍ଡ଼ରୁ ୱାର୍ଡ଼ ବୁଲି ଅଳିଆ ଆବର୍ଜନା ସଫା କରିବା ଓ ବର୍ଜ୍ୟବସ୍ତୁ ସଂଗ୍ରହ କରିବା ଆଦି କାର୍ଯ୍ୟକରି ସମସ୍ତଙ୍କ ମନ ଜିଣିଛନ୍ତି। ସେମାନଙ୍କ ଏଭଳି ସେବାକୁ ଅତିଥିମାନେ ଭୂରି ଭୂରି ପ୍ରଶଂସା କରିଥିଲେ।ଦୀର୍ଘ ୧୫ ଦିନ ଧରି ଚାଲିଥିବା ସ୍ବଚ୍ଛତା କାର୍ଯ୍ୟକ୍ରମ ବୁଧବାର ଦିନ ଉଦ୍ଯାପିତ ହୋଇଯାଇଛି।ପ୍ରଥମେ ଓଡ଼ଗାଁ ଏନ୍.ଏ.ସି. କାର୍ଯ୍ୟାଳୟ ପରିସରରେ ସମସ୍ତ ସ୍ବଚ୍ଛ ସାଥୀଙ୍କ ସ୍ବାସ୍ଥ୍ୟପରୀକ୍ଷା କରାଯାଇଥିଲା।ସ୍ବଚ୍ଛସାଥୀ ଅଳିଆ ସଫା କରିବା ସମୟରେ ଗ୍ଲୋବସ୍,ମାସ୍କ,ଜୋତା ଓ ବର୍ଷାଦିନେ ରେନକୋର୍ଟ ବ୍ୟବହାର କରି କାର୍ଯ୍ୟକରିବା ଉପରେ ଗୁରୁତ୍ବ ଦିଆଯାଇଥିଲା।ଏନ୍.ଏ.ସି.ର ୧୦୦ କର୍ମଚାରୀଙ୍କ ସ୍ବାସ୍ଥ୍ୟ ପରୀକ୍ଷାକରି ମାଗଣାରେ ଔଷଧ ବଣ୍ଟନ କରାଯାଇଛି। ଏହା ସହିତ ଚକ୍ଷୁ ପରୀକ୍ଷାକରି ଆବଶ୍ୟକୀୟ ଔଷଧ ପ୍ରଦାନ କରାଯାଇଥିଲା।ଏହାପରେ ବ୍ଲକ୍ ରୋଡ଼ କଲ୍ୟାଣମଣ୍ତପ ଠାରେ ଏକ ସମ୍ବର୍ଦ୍ଧନା ସଭାର ଆୟୋଜନ ହୋଇଥିଲା।ଏନ୍.ଏ.ସି. କାର୍ଯ୍ୟ ନିର୍ବାହୀ ଅଧିକାରୀ ନିହାର ରଞ୍ଜନ ବେହେରାଙ୍କ ସଭାପତିତ୍ବରେ ବ୍ଲକ୍ ଅଧ୍ୟକ୍ଷ ଲୋକନାଥ ସାହୁ ମୁଖ୍ୟଅତିଥିଭାବେ ଯୋଗଦେଇ ସ୍ବଛସାଥୀଙ୍କ ମହାନ କାର୍ଯ୍ୟ ପାଇଁ ଆଜି ଓଡ଼ଗାଁ ଗର୍ବ ଅନୁଭବ କରୁଛି ବୋଲି ମତପୋଷଣ କରିଥିଲେ।ସୂର୍ଯ୍ୟୋଦୟ ପୂର୍ବରୁ ସେମାନେ ନିଜ ପରିବାର ଓ କର୍ମଜଞ୍ଜାଳ ଛାଡ଼ି ଏହି ମହାନ୍ ସେବାରେ ନିଜକୁ ସାମିଲ୍ କରୁଛନ୍ତି। ତେଣୁ ସେମାନଙ୍କୁ ପ୍ରଶଂସା କରିବା ସହିତ ଓଡ଼ଗାଁ ଏନ୍.ଏ.ସି.ର ରାସ୍ତାଘାଟ ଅନ୍ୟ ବିଜ୍ଞାପିତ ଅଞ୍ଚଳଠାରୁ ନିଆରା ବୋଲି ମତବ୍ୟକ୍ତ କରିଥିଲେ।ଓଡ଼ଗାଁ ତହସିଲଦାର ଡ଼.ମାନସ ରଞ୍ଜନ ଭୋଇ ସ୍ବତନ୍ତ୍ର ଅତିଥିଭାବେ ଯୋଗଦେଇ ଏହା ହେଉଛି ମୋ ଓଡ଼ଗାଁ ବୋଲି ଭାବିବା ଉଚିତ୍।କେବଳ ସ୍ବଚ୍ଛ ସାଥୀ କାମକରିବେ ତାହା ନୁହେଁ ଆମର ମଧ୍ୟ ଦାୟୀତ୍ବବୋଧ ରହିଛି।ସମସ୍ତେ ଅଳିଆ ଆବର୍ଜନାକୁ ଗୋଟିଏ ସ୍ଥାନରେ ରଖି ବାହାରେ ପକାଇବାକୁ ପରାମର୍ଶ ଦେଇଥିଲେ। ସମ୍ମାନୀତ ଅତିଥି ଭାବେ ଆଦର୍ଶ ଥାନା ଅଧିକାରୀ ଅଭୟ ବେହେରା,ଓଡ଼ଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ନିଳାଞ୍ଜନ ଦାଶ,ଏନ୍.ଏ.ସି. ଯନ୍ତ୍ରୀ ସତ୍ୟନାରାୟଣ ସାହୁ ଉପସ୍ଥିତ ରହି ନିଜନିଜର ବକ୍ତବ୍ୟ ପ୍ରଦାନ କରିଥିଲେ।ଏ ଅବସରରେ ସ୍ବଚ୍ଛ ସାଥୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଡ଼ିବେଟ,କୁଇଜ ଓ ଚିତ୍ରାଙ୍କନ ପ୍ରତିଯୋଗିତାରେ କୃତିତ୍ବ ହାସଲ କରିଥିବା ୧୨ ଜଣ ଛାତ୍ରଛାତ୍ରୀମାନଙ୍କୁ ମାନପତ୍ର ସହ ଟ୍ରଫି ପ୍ରଦାନ କରାଯାଇଥିଲା।ଶେଷରେ ସମସ୍ତେ ମିଳିତଭାବେ ସହରକୁ ସ୍ବଚ୍ଛତା ରଖିବାକୁ ଶପଥ ନେଇଥିଲେ।କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ଶିକ୍ଷକ ପଞ୍ଚାନନ ପଣ୍ଡା,ଶିକ୍ଷକ ଭାବଗ୍ରାହୀ ମହାପାତ୍ର, ଶିକ୍ଷକ ରଞ୍ଜନ କୁମାର ଦାଶଙ୍କୁ ସ୍ବଚ୍ଛ ସାରଥୀ ସମ୍ମାନ ପ୍ରଦାନ କରାଯାଇଥିବା ବେଳେ ଯନ୍ତ୍ରୀ ଶ୍ରୀ ସାହୁ ଧନ୍ୟବାଦ ପ୍ରଦାନ କରିଥିଲେ।କାର୍ଯ୍ୟକ୍ରମରେ ସୂର୍ଯ୍ୟକାନ୍ତ ପଟ୍ଟନାୟକ, ନୀଳମାଧବ ମିଶ୍ର,ବରୋଦା ଦାସ ଓ ଶ୍ରୀ ମୋହନ ମହାପାତ୍ର ପ୍ରମୁଖ ସହଯୋଗ କରିଥିବା ଜଣାପଡ଼ିଛି।
Leave a Reply