କବିତା—-ସମୟ ଯାହାକୁ ଆପଣେଇ ନେଇଛି
ପାରଦ କୁମାର ପାଢୀ ,ଅବସରପ୍ରାପ୍ର ଶିକ୍ଷକ,
ହିଞ୍ଜିଳିକାଟୁ, ଗଞ୍ଜାମ।
ସମୟ ତ ବଡ ବଳବାନ ଆମେ
ଜାଣିବାକୁ ବାକିନାହିଁ ,
ଜାଣି ବି ସାରିଛେ କେବେ ଆଉ ସିଏ
ଫେରିବାର ଆଶା କାହିଁ । 1
ତାର ଫେରିବାର ରାସ୍ତା ପରା ରୁଦ୍ଧ
ସେଇ ଠିକ୍ ମୁହୁର୍ତ୍ତରୁ ,
ଯେଣୁ ତା ଜୀବନ ଆଉ କାହା ମୁଠା
ଅଧିକୃତ ଇଲାକାରୁ ; 2
ଅତି ଅଳ୍ପ ଦୂରେ ତୁମ ଉପସ୍ଥିତି
ବଳବାନ ସମୟର ,
ମୁଠାରୁ କଉଡି ଛଡେଇ ଆଣିବା
ମନେପଡେ ସେ କାଳର । 3
ହେଲେ ଗୋପନରେ ପାଖରେ ସେ ରହି
ଥିଲା ପରି ଲଗାଉଛି ,
ତେବେ କାହିଁ ପାଇଁ ପ୍ରକୃତି ପୁରୁଷ
ର ବନ୍ଧନ ଲଗାଇଛି ; 4
ସେମିତି ଚେହେରା କିନ୍ତୁ ଆତ୍ମୀୟତା-
ହୀନା ଆସୁଛି ଯାଉଛି ,
ସଂସାର ନାମକ ଆଶା ବୈତରଣୀ
ସମୁଦ୍ରର ଲୀନ ହେଉଛି ? 5
ସମୟର ଡାକରାରେ ସବୁ ବଦଳୁଛି
କିନ୍ତୁ ଅତୀତର ଚୁମା ,
ରହି ଦୁଃଖ ବୋଝ କାହିଁକି ଆଣୁଛି
ବୁଝି ହେଉନାହିଁ ଜମା । 6
ସଭିଏଁ କହନ୍ତି କିନ୍ତୁ ସମୟଟା
ପଥରେ ଠିକ୍ କରୁଛି ,
ସାଧାରଣେ ଉକ୍ତି ଖାଣ୍ଟି ମିଥ୍ଯା ଲାଗେ
Leave a Reply