ସମ୍ବଲପୁର //କୈବଲ୍ୟ ସାହିତ୍ୟ ସଂସଦ ଆନୁକୁଲ୍ୟରେ ୭୯ ତମ ରାଜ୍ୟସ୍ତରୀୟ ନୂଆଁଖାଇ ଲୋକ ସଂସ୍କୃତି ମହୋତ୍ସବ ଓଡ଼ିଶା ସାଂସ୍କୃତିକ ସମାଜ ପରିସରରେ ପାଳିତ ହୋଇ ଯାଇଛି । ସାରସ୍ଵତ ଅଧିବେଶନର ଉଦ୍ ଘାଟକ ଭାବେ ମାନ୍ୟବର ବିଧାୟକ ସମ୍ବଲପୁର ଜୟନାରାୟଣ ମିଶ୍ର ସାହିତ୍ୟ ଏବଂ ସଂସ୍କୃତି ଅଙ୍ଗାଙ୍ଗୀ ଭାବେ ଜଡ଼ିତ ବୋଲି ଉଦାହରଣ ମାଧ୍ୟମରେ ସ୍ପଷ୍ଟ କରିଥିଲେ

Spread the love

ସଂସ୍କୃତି ସମାଜକୁ ଶୃଙ୍ଖଳିତ କରେ : ଜୟ ନାରାୟଣ ମିଶ୍ର
ସମ୍ବଲପୁର : =(ଦର୍ଶନ ସମୀକ୍ଷା)

କୈବଲ୍ୟ ସାହିତ୍ୟ ସଂସଦ ଆନୁକୁଲ୍ୟରେ ୭୯ ତମ ରାଜ୍ୟସ୍ତରୀୟ ନୂଆଁଖାଇ ଲୋକ ସଂସ୍କୃତି ମହୋତ୍ସବ ଓଡ଼ିଶା ସାଂସ୍କୃତିକ ସମାଜ ପରିସରରେ ପାଳିତ ହୋଇ ଯାଇଛି । ସାରସ୍ଵତ ଅଧିବେଶନର ଉଦ୍ ଘାଟକ ଭାବେ ମାନ୍ୟବର ବିଧାୟକ ସମ୍ବଲପୁର ଜୟନାରାୟଣ ମିଶ୍ର ସାହିତ୍ୟ ଏବଂ ସଂସ୍କୃତି ଅଙ୍ଗାଙ୍ଗୀ ଭାବେ ଜଡ଼ିତ ବୋଲି ଉଦାହରଣ ମାଧ୍ୟମରେ ସ୍ପଷ୍ଟ କରିଥିଲେ । ମୁଖ୍ୟ ଅତିଥି ଭାବେ ଗଙ୍ଗାଧର ମେହେର ବିଶ୍ଵବିଦ୍ୟାଳୟ କୁଳପତି ପ୍ରଫେସର ଡ଼କ୍ଟର ସୁଶାନ୍ତ କୁମାର ଦାସ ଯୋଗଦେଇ ନୂଆଁଖାଇ ପର୍ବର ଗୁରୁତ୍ଵ ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ ବୃଦ୍ଧି ପାଉଛି ବୋଲି ମତବ୍ୟକ୍ତ କରିଥିଲେ । ବିଶିଷ୍ଟ ଅତିଥି ସମ୍ବଲପୁର ବିଶ୍ଵବିଦ୍ୟାଳୟ ଆଇନ ବିଭାଗ ଡିନ ପ୍ରଫେସର ଡ଼କ୍ଟର ବିଜୟାନନ୍ଦ ବେହେରା ଯୋଗଦାନ କରି ନୂଆଁ ଖାଇ ପର୍ବର ପାଳନ ବିଧି ବିଷୟରେ ବର୍ଣ୍ଣନା କରିଥିଲେ । ସମ୍ମାନିତ ଅତିଥି ଅଧ୍ୟାପକ ପ୍ରତାପ କୁମାର ରଥ, ଭବାନୀ ଶଙ୍କର ପଟେଲ , ପ୍ରଦୀପ କୁମାର ପଣ୍ଡା ଏବଂ ଅନୁଷ୍ଠାନର କାର୍ଯ୍ୟକାରୀ ସଭାପତି ନିବେଦିତା ବିଶ୍ଵାଳ ଯୋଗଦାନ କରିଥିଲେ । ଅନୁଷ୍ଠାନର ପ୍ରତିଷ୍ଠାତା ଡ଼କ୍ଟର ସଂଗ୍ରାମ କେଶରୀ ସାମନ୍ତରାୟ ସଭାପତିତ୍ବ କରି କାର୍ଯ୍ୟକ୍ରମର ଆଭିମୁଖ୍ୟ ବର୍ଣ୍ଣନା କରିଥିଲେ ଏବଂ ନୂଆଁଖାଇ ପର୍ବରେ ରେ ଗୁରୁଜନଙ୍କୁ ଜୁହାର ହେବା ବିଶ୍ଵ ସାମାଜିକ ପରମ୍ପରାରେ ଆଦୃତ ହେଲାଣି ବୋଲି ମତବ୍ୟକ୍ତ କରିଥିଲେ ।ବାରୋଟି ସାହିତ୍ୟ ଅନୁଷ୍ଠାନ ଏବଂ ଦଶଟି ସାଂସ୍କୃତିକ ଅନୁଷ୍ଠାନକୁ ସମ୍ବର୍ଦ୍ଧିତ କରାଯାଇଥିଲା । ମାନ୍ୟବର ବିଧାୟକ ଜୟ ନାରାୟଣ ମିଶ୍ରଙ୍କୁ ଜୀବନ ବ୍ୟାପି ସଂସ୍କୃତି ସୁରକ୍ଷା ପାଇଁ “ମାଆ ସମଲେଇ ସାରସ୍ଵତ ସମ୍ମାନ ୨୦୨୫” ପ୍ରଦାନ କରାଯାଇଥିଲା । ଦୁଇ ଶହରୁ ଉର୍ଦ୍ଧ ବରିଷ୍ଠ ସାରସ୍ଵତ ସାଧକ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ପଚାଶ ରୁ ଉର୍ଦ୍ଧ କବି ” ନୂଆଁଖାଇ ମିଳନ ” ଶୀର୍ଷକ କବିତା ପାଠ କରିଥିଲେ । ଦଶ ଜଣ କଣ୍ଠଶିଳ୍ପୀ ଭକ୍ତି ସଙ୍ଗୀତ ଗାନ କରିଥିଲେ । ବରିଷ୍ଠ ସାହିତ୍ୟିକ ଭବାନୀ ଶଙ୍କର ପଟେଲ ଙ୍କ ଦୁଇଟି ପୁସ୍ତକ ” ଉଷାବତୀ ପରିଣୟ ” ଏବଂ “ପ୍ରବନ୍ଧ ପୀୟୂଷ “ର ଶୁଭ ଉନ୍ମୋଚନ କରାଯାଇଥିଲା । ସୁରେନ୍ଦ୍ର ମେହେର ଙ୍କ ପାକ୍ଷିକ ସମ୍ବାଦ ପତ୍ରିକା “ବାଟ କଢ଼ୁଆଲ” ର ଏହି ମାସ ସଂଖ୍ୟା ପ୍ରଦର୍ଶନ କରାଯାଇଥିଲା । କବୟିତ୍ରୀ ମନ୍ଦାକିନୀ ପାଢ଼ୀ, ସ୍ୱର୍ଣକାନ୍ତି ପତି, ଗିତାମୟୀ ମହାପାତ୍ର, ତାନଶ୍ରୀ ପାଣିଗ୍ରାହୀ କବିତା ସଂଯୋଜନା ଏବଂ ମଞ୍ଚ ପରିଚାଳନା କରିଥିଲେ । କବୟିତ୍ରୀ ଅନୁପମା ବିଶ୍ଵାଳ ଏବଂ ମନୋଜ ପଣ୍ଡା ଧନ୍ୟବାଦ୍ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *