ଅଳସୁଆ ବ୍ୟକ୍ତି ସଦା ଆଳସ୍ୟରେ ବୁଡି ରହେ I ଦୁର୍ବଳ ଓ ଅଳସୁଆ ମନ ଶକ୍ତିଶାଳୀ ଚିନ୍ତା କରିପାରିବ ନାହିଁ I
ଗତକାଲିର ବ୍ୟର୍ଥ ଚିନ୍ତା, ଅନୁଭବ ଏବଂ କାର୍ଯ୍ୟାବଳୀକୁ ସମ୍ପୂର୍ଣ୍ଣ ସମାପ୍ତ କର , ଯେପରିକି ତା’ର ଚିହ୍ନ ଆଜି ନ ରୁହେ I ଏହି ବ୍ୟର୍ଥ (ବିନା ଅର୍ଥ) ଚିନ୍ତା ହିଁ ଆମର ଶକ୍ତିଶାଳୀ ମାନସିକ ଦଣ୍ଡକୁ ଉଈ ଭଳି ସମ୍ପୂର୍ଣ୍ଣରୂପେ ଖୋଖଲା କରିଦିଏ I
ଶକ୍ତି ହୀନ ବ୍ୟକ୍ତି ସର୍ବଦା ନିର୍ଭରଶୀଳ ହୋଇଥାଏ I ତୁମେ ଯେତେ ବେଶୀ ଅନ୍ୟ ଉପରେ ନିର୍ଭର ହେବ, ସେତେ ବେଶୀ ହତାଶ ହେବାର ସମ୍ଭାବନା I
ଗୋଟିଏ ଟନ୍ କଷ୍ଟ ଉଠାଇବାପାଇଁ ଗୋଟିଏ ଆଉନ୍ସ ସାହସ ଆବଶ୍ୟକ I ସଂକଟ ସମୟରେ ସାହସ ରଖିବା ହିଁ ସବୁଠାରୁ ଭଲ ଉପାୟ I ତେଣୁ ନିଜର ସାହସ ସଂଚୟ କରିବା ଆବଶ୍ୟକ I
ବିଶ୍ବାସ ନ ହେଲେ ବି ସତ ଯିଏ ଯେ କୌଣସି ପରିସ୍ଥିତିରେ ସତ କୁହେ ,ଅନ୍ୟର ଖୁସି ଚାହେଁ, ସର୍ବଦା ଅନ୍ୟର ସୁଖ ଚିନ୍ତା କରେ ଓ ଅନ୍ୟର ସବୁବେଳେ ଯତ୍ନ କରୁଥାଏ ତାକୁ ସର୍ବଦା କଟୁକଥା ଶୁଣିବାକୁ ମିଳେ ଏବଂ ଏକୁଟିଆ ହିଁ ରହିବାକୁ ପଡେ ll
ଆଉ ଗୋଟିଏ କଥା ନିଶ୍ଚୟ ମନେ ରଖିବେ ଜୀବନରେ କେବେ କାହାକୁ କଷ୍ଟ ଦେବାକୁ ଚେଷ୍ଟା ବି କରନ୍ତୁ ନାହିଁ, କାରଣ ସେ ହୁଏ ତ ଆପଣଙ୍କୁ କ୍ଷମା କରିଦେଇ ପାରେ କିନ୍ତୁ ନିଜ ଜୀବନରୁ କେବେହେଲେ ଭୁଲି ପାରିବ ନାହିଁ।।
ତେଣୁକରି ତ କଥାରେ ଅଛି ବିବେକ ହେଉଛି ଏକ ଏପରି ରାସ୍ତା ତାକୁ ଯଦି ଆମେ ଠିକ୍ ଭାବରେ ନ ଚିହ୍ନି ହେୟଜ୍ଞାନ କରିବା ତାହାଲେ ନିଶ୍ଚିତ ଭାବରେ ଆମକୁ ବାଟବଣା ହେବାକୁ ପଡିବ, ଆଉ ଅସାବଧାନତାରେ ଗଲେ ଦୁର୍ଘଟଣାର ଶିକାର ହେବାକୁ ପଡିବ ଆଉ ତାକୁ ଯଦି ଆମେ ଠିକ୍ ଭାବରେ ଚିହ୍ନି, ତା’ର ନିୟମ ମାନି ଚଳିବା ତେବେ ଯାଇ ଆମେ ଆମର ଲକ୍ଷ୍ୟ ସ୍ଥଳରେ ପହଞ୍ଚି ନିଜକୁ ଆନନ୍ଦ ଉପଭୋଗ କରିପାରିବା ।।
Leave a Reply