ଲେହର ବିଶିଷ୍ଟ ସାମାଜିକ କର୍ମୀ ସୋନମ୍ ୱାଙ୍ଗଚୁକଙ୍କ NGOରେ CBI
ଗତକାଲିର ଲେହ (ଲଦାଖ) ହିଂସାକୁ ସେ ଉସକାଇଥିବା ଗୃହ ମନ୍ତ୍ରଣାଳୟର ଅଭିଯୋଗ
ଓ୍ବାଙ୍ଗଚୁକ୍ ଅନଶନ ବେଳେ ଆରବ ବିପ୍ଲବ (2010-12), ନେପାଳର ଜେନ ଜେଡ୍ ଭଳି ହିଂସାତ୍ମକ ଆନ୍ଦୋଳନ ପାଇଁ ଉସକାଇଥିବା ଅଭିଯୋଗ
ଲଦାଖକୁ ରାଜ୍ୟ ମାନ୍ୟତା ଦାବିରେ ହିଂସାରେ ବୁଧବାର 4 ମୃତ, 60 ଆହତ
ବିଜେପି ଅଫିସ ଜାଳିଦେଲେ ଲେହର ଉତ୍ତ୍ୟକ୍ତ ଯୁବକ
କେନ୍ଦ୍ର ସରକାର ଲଦାଖକୁ କେନ୍ଦ୍ର ଶାସିତ ଅଚଂଳ ମାନ୍ୟତା ଦେଇଛନ୍ତି, ରାଜ୍ୟ ମାନ୍ୟତା ଦେଉନାହାନ୍ତି କି ଆଦିବାସୀବହୁଳ ତ୍ରିପୁରା, ମିଜୋରାମ ଭଳି ସମ୍ବିଧାନର ଷଷ୍ଠ ଅନୁଚ୍ଛେଦରେ ସ୍ବତନ୍ତ୍ର ପ୍ରଶାସନିକ ସ୍ବାଧୀନତା ଦେଉନାହାନ୍ତି- ବିରୋଧୀ ଦଳ
2019ରେ ଜାମ୍ମୁ ଓ କାଶ୍ମୀରରୁ 370 ଧାରା ଉଚ୍ଛେଦ ପରେ ଜମ୍ମୁ ଓ କାଶ୍ମୀର ଓ ଲଦାଖ ଦୁଇଟି କେନ୍ଦ୍ର ଶାସିତ ଅଂଚଳ ହୋଇଛି
ଆମ NGO ବିଦେଶରୁ ଅନୁଦାନ ଆଣେ ନାହିଁ, ଆମେ ଜ୍ଞାନ ବିକି ବିଦେଶରୁ ଟଙ୍କା ପାଉ- ସୋନମ୍ ୱାଙ୍ଗଚୁକ
Leave a Reply