ରାଜଗାଙ୍ଗପୁର ବିଶ୍ୱ ମାନବ ଚାଲାଣ ବିରୋଧୀ ଦିବସ //ରେଳ ଯାତ୍ରା ପାଇଁ ଆପେକ୍ଷା କରିଥିବା ଯାତ୍ରୀଙ୍କୁ ମାନବ ତସ୍କରୀଙ୍କ କବଳରୁ ପିଲା ମାନଙ୍କୁ ବଞ୍ଚାଇବା ପାଇଁ କିପରି ଚେଷ୍ଟା କରିବା ଓ  ସଚେତନତା କରିବା ଏହା ଉପରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି

Spread the love

 ବିଶ୍ୱ ମାନବ ଚାଲାଣ ବିରୋଧୀ ଦିବସ 
ରାଜଗାଙ୍ଗପୁର :- 23/7/25 ଦର୍ଶନ ସମୀକ୍ଷା

ଆଜି କାଲି ଦେଶରେ ଅପରାଧିକ ଘଟଣା ବହୁମାତ୍ରା ରେ ଘଟିବା ରେ ଲାଗି ରହିଛି l ନାବାଳିକା ଝିଅ ଏବଂ ନାବାଳକ ପୁଅ ମାନଙ୍କୁ ମାନବ ତସ୍କରୀ ମାନେ ବିଭିନ୍ନ ଉପାୟରେ ଚୋରି କିମ୍ବା ବିଭିନ୍ନ ପ୍ରଲୋଭନ ଦେଖାଇ ସେମାନଙ୍କୁ ନେଇ ଦେହର ବିଭିନ୍ନ ଅଙ୍ଗକୁ କାଟି ବିକ୍ରି କରିବା ସହ ସେମାନଙ୍କୁ ଅକର୍ମଣ୍ୟ  କରି ବଡ଼ ବଡ଼ ସହର ରେ ଭିକ୍ଷା ବୃତ୍ତି କରିବାରେ ନିୟୋଜିତ କରୁଥିବା ଗଣ ମାଧ୍ୟମ ରେ ପ୍ରଚାର ପ୍ରସାର ହେବାର ଦେଖିବାକୁ ମିଳୁଛି l ପ୍ରଶାସନ ଏହି ଘଟଣା ଗୁଡିକୁ ଉପଲବ୍ଧ କରି ଆଇନକୁ କଡାକଡି ପାଳନ କରି ଆସୁଅଛି । ସେମାନଙ୍କ ପ୍ରତି କଠୋର କାର୍ଯ୍ୟାନୁଷ୍ଠାନ କରିବା ପାଇଁ ପଛ ଘୁଞ୍ଚା ଦେଇ ନାହିଁ ବ। କିନ୍ତୁ ଆମର କିଛି ଅବହେଳା ପାଇଁ ତସ୍କରୀ ମାନେ ସକ୍ରିୟ ହୋଇ କୌଣସି ନା। କୌଣସି ସ୍ଥାନ ମାନଙ୍କରେ ଅଘଟଣା ଘଟେଇବା ଜାରି ରଖିଛନ୍ତି । ବିଶେଷ କରି ରେଳ ଦ୍ଵାରା ମାନବ ଚାଲାଣ କରି ତସ୍କରି ମାନେ ସକ୍ରିୟ ରହିଛନ୍ତି l 
ଜନ ସାଧାରଣ ଙ୍କୁ ସଚେତନା କରିବା ପାଇଁ ଜିତ ଏନ ଜି ଓ
ରାଜ୍ୟ ରେ ଲୋକଙ୍କୁ ସଚେତନା କରିବା ପାଇଁ ସୁନ୍ଦରଗଡ଼ ଜିତ ଏନ. ଜି .ଓ ର ଜିଲ୍ଲା ସଂଯୋଜକ ମଧୁସ୍ମିତା ମହାପାତ୍ରଙ୍କ ନେତୃତ୍ୱ ରେ ରାଜଗାଙ୍ଗପୁର ରେଳ ଷ୍ଟେସନଠାରେ ରାଜଗାଙ୍ଗପୁର ଷ୍ଟେସନ ମାଷ୍ଟର ସୁନୀଲ ରଞ୍ଜନ ମହାନ୍ତି ଓ ଆର ପି ଏଫ ଅଫିସର ସୁରେଶ ଚନ୍ଦ୍ର ଭୋଇ ଙ୍କ ଉପସ୍ଥିତି ରେ ରେଳ ଯାତ୍ରା ପାଇଁ ଆପେକ୍ଷା କରିଥିବା ଯାତ୍ରୀଙ୍କୁ ମାନବ ତସ୍କରୀଙ୍କ କବଳରୁ ପିଲା ମାନଙ୍କୁ ବଞ୍ଚାଇବା ପାଇଁ କିପରି ଚେଷ୍ଟା କରିବା ଓ  ସଚେତନତା କରିବା ସହ ଏପରି କିଛି ଘଟଣା ଘଟିଲେ ତୁରନ୍ତ ହେଲ୍ପ ଲାଇନ ନମ୍ବର 18001027222 କୁ ତୁରନ୍ତ କଲ କରିବା ପାଇଁ ଉପସ୍ଥିତ ଯାତ୍ରୀ ମାନଙ୍କୁ ପରାମର୍ଶ ପ୍ରଦାନ କରିଥିଲେ l 

Leave a Reply

Your email address will not be published. Required fields are marked *