ରାଉରକେଲା //ଵେକାରଙ୍କୁ ନିଯୁକ୍ତି ଦେବା ବଦଳରେ ରାଜ୍ୟ ସରକାର ଗୋଟିଏ ପରେ ଗୋଟିଏ କାରଖାନା ସିଲ କରୁଛନ୍ତି।କୁଆଁରମୁଣ୍ଡା ଅଞ୍ଚଳରେ ୫ ଟି କାରଖାନା ସିଲ ପରେ ଭୋକ ଉପାସରେ ୫ ହଜାର ପରିବାର ସଦସ୍ୟ,ସିଲ କରୁଥିବା ସମସ୍ତ କାରଖାନାର ଶ୍ରମିକଙ୍କୁ ତୁରନ୍ତ ସରକାର ଦିଅନ୍ତୁ ମାସିକିଆ ଦରମା।

Spread the love

ଵେକାରଙ୍କୁ ନିଯୁକ୍ତି ଦେବା ବଦଳରେ ରାଜ୍ୟ ସରକାର ଗୋଟିଏ ପରେ ଗୋଟିଏ କାରଖାନା ସିଲ କରୁଛନ୍ତି।

କୁଆଁରମୁଣ୍ଡା ଅଞ୍ଚଳରେ ୫ ଟି କାରଖାନା ସିଲ ପରେ ଭୋକ ଉପାସରେ ୫ ହଜାର ପରିବାର ସଦସ୍ୟ।

ସିଲ କରୁଥିବା ସମସ୍ତ କାରଖାନାର ଶ୍ରମିକଙ୍କୁ ତୁରନ୍ତ ସରକାର ଦିଅନ୍ତୁ ମାସିକିଆ ଦରମା।

ରାଉରକେଲା, ( ସସ୍ମିତା ପ୍ରଧାନ)ଦର୍ଶନ ସମୀକ୍ଷା
ବର୍ଷକୁ ଦୁଇକୋଟି ବେକାର ଙ୍କୁ କର୍ମ ନିଯୁକ୍ତି ଯୋଗାଇ ଦେଵା ପାଇଁ ବିଜେପି ସରକାର ଦେଇଥିବା ପ୍ରତିଶୃତି ପ୍ରତାରଣାରେ ପରିଣତ ହୋଇଛି। ଵେକାରଙ୍କୁ କର୍ମ ନିଯୁକ୍ତି ଯୋଗାଇ ଦେବାରେ ଡବଲ ଇଞ୍ଜିନ ବିଜେପି ସରକାର ବିଫଳ ହୋଇଛନ୍ତି। ବେକାର ଙ୍କୁ ନୁଆ ନିଯୁକ୍ତି ଦେଵା ପାଇଁ ନୁଆ କଳ କାରଖାନା ପ୍ରତିଷ୍ଠା କରିବା ବଦଳରେ ଗୋଟିଏ ପରେ ଗୋଟିଏ କାରଖାନା ଵନ୍ଦ କରୁଛନ୍ତି। ସୁନ୍ଦରଗଡ଼ ଜିଲ୍ଲାର କୁଆଁରମୁଣ୍ଡା ନିକଟରେ ଥିବା 5 ସ୍ପଞ୍ଜ କାରଖାନା କୁ ପ୍ରଦ୍ୟୁଷଣ କରୁଥିବା ଆଳ ଦେଖାଇ ସିଲ କରାଯାଇଛି। ମା ସାକୁମ୍ବାରୀ ସ୍ପଞ୍ଜ ପ୍ରାଇଭେଟ୍ ଲିମିଟେଡ୍, ଠାକୁର ପ୍ରସାଦ ସାଓ ଆଣ୍ଡ୍ ସନ୍ସ ପ୍ରାଇଭେଟ୍ ଲିମିଟେଡ୍ ୟୁନିଟ୍ 1 ଏବଂ ୟୁନିଟ୍ 3, ସ୍ୱସ୍ତିକ ଇସ୍ପାତ ପ୍ରାଇଭେଟ୍ ଲିମିଟେଡ ଓ ଖାଡେରିଆ ଇସ୍ପାତ ପ୍ରାଇଭେଟ୍ ଲିମିଟେଡ୍ କୁ ସିଲ କରାଯାଇଛି। ପ୍ରଦ୍ୟୁଷଣ ନିୟନ୍ତ୍ରଣ ପାଇଁ ଅଧିକ କଣ ଵ୍ୟଵସ୍ଥା କରାଯିଵ ସେନେଇ ରାଜ୍ୟ ସରକାର ପଦକ୍ଷେପ ନେଵା ବଦଳରେ କିଛି ବିଜେପି ନେତାଙ୍କ ଚାପରେ ପଡି କାରଖାନା ପ୍ରଦ୍ୟୁଷଣ କରୁଥିବା ଆଳ ଦେଖାଇ ଗୋଟିଏ ପରେ ଗୋଟିଏ କାରଖାନା ସିଲ କରି ସରକାର ହଜାର ହଜାର ଶ୍ରମିକଙ୍କ ପରିବାର ସଦସ୍ୟଙ୍କୁ ଭୋକ ଉପାସକୁ ଠେଲି ଦେଉଛନ୍ତି। କୁଆଁରମୁଣ୍ଡା ଅଞ୍ଚଳରେ ସିଲ କରାଯାଇଥିବା ୫ ଟି ସ୍ପଞ୍ଜ କାରଖାନା ଉପରେ ନିର୍ଭର କରୁଥିବା ୫ ହଜାର ଶ୍ରମିକ ଓ ସେମାନଙ୍କର ପରିବାର ସଦସ୍ୟ ଭୋକ ଉପାସରେ ରହିବା ପାଇଁ ବାଧ୍ୟ ହେଉଛନ୍ତି। କାରଖାନାରେ ପ୍ରଦ୍ୟୁଷଣ କିପରି ନିୟନ୍ତ୍ରଣ କରାଯିବ ସେନେଇ ରାଜ୍ୟ ସରକାର ପଦକ୍ଷେପ ନନେଇ ଯେଉଁ କାରଖାନା ସିଲ କରୁଛନ୍ତି ସେହି କାରଖାନା ସିଲ ଖୋଲା ନହେଵା ପର୍ଯ୍ୟନ୍ତ ସରକାର ଶ୍ରମିକ ଓ କର୍ମଚାରୀଙ୍କୁ ମାସିକିଆ ଦରମା ପ୍ରଦାନ କରନ୍ତୁ। ସ୍ପଞ୍ଜ କାରଖାନାରେ ପ୍ରଦ୍ୟୁଷଣ ହେଉଛି କି ନାହିଁ ତାହା ଦେଖିବା ପାଇଁ କାରଖାନା ପକ୍ଷରୁ ଆଇ ପି ଲାଇଭ କ୍ୟାମେରା ଲଗାଯିବା ସହ ସରକାରଙ୍କ ନିୟମ ଅନୁଯାୟୀ ସମସ୍ତ ପଦକ୍ଷେପ ନିଆଯାଉଥିବା ବେଳେ ଆଉ କଣ ଅଧିକ ପଦକ୍ଷେପ ନିଆଯିବ ସେ ଉପରେ ସରକାର ପଦକ୍ଷେପ ନିଅନ୍ତୁ। କିଛି ବିଜେପି ନେତାଙ୍କ ଚାପରେ ପଡି ଗୋଟିଏ ପରେ ଗୋଟିଏ କାରଖାନା ସରକାରଙ୍କ ପକ୍ଷରୁ ସିଲ କରାଯାଇଥିବାରୁ ହଜାର ହଜାର ଶ୍ରମିକ ଓ ସେମାନଙ୍କର ପରିବାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ରାଜ୍ୟ ସରକାର ଗୋଟିଏ ପରେ ଗୋଟିଏ କାରଖାନା ସିଲ କରିବା ଵଦଳରେ ସୁନ୍ଦରଗଡ଼ ଜିଲ୍ଲାରେ ନୁଆ ଶିଳ୍ଫ ପ୍ରତିଷ୍ଠା କରି ଜିଲ୍ଲାର ସମସ୍ତ ବେକାରଙ୍କୁ ରାଜ୍ୟ ସରକାର କର୍ମ ନିଯୁକ୍ତି ଯୋଗାଇ ଦେବାକୁ ଦାବି କରାଯାଇଛି।
ରାଜ୍ୟ ସରକାର ଦାବି ପୁରଣ ନକଲେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ସମ୍ମୁଖରେ କାମ ହରାଉଥିବା ଶ୍ରମିକ ଓ ସେମାନଙ୍କର ପରିବାର ସଦସ୍ୟ ଓ ସୁନ୍ଦରଗଡ଼ ଜିଲ୍ଲାର ବେକାର ଯୁବକ ଯୁବତୀ ଆନ୍ଦୋଳନ କରିବା ପାଇଁ ଵାଧ୍ୟ ହେଵେ।

Leave a Reply

Your email address will not be published. Required fields are marked *