ଯେମିତି ପେଟ ପୁରି ଗଲେ ଅମ୍ରୁତ ବି ବିଶ ପରି ଲାଗେ,ସେମିତି ସ୍ବାର୍ଥ ସରିଗଲେ ସମ୍ପର୍କରେ ମଧ୍ଯ ପୂର୍ଣ୍ଣଛେଦ ପଡିଯାଏ।
ଯେଉଁ ମଣିଷ ଅନ୍ୟ ପାଇଁ ଚିନ୍ତା କରିଥାଏ,ତା ଠାରେ ପରମାତ୍ମା ବାସ କରିଥାନ୍ତି,ଆଉ ଯେଉଁ ମଣିଷ ନିଜ ସ୍ବାର୍ଥ ପାଇଁ ଚିନ୍ତା କରିଥାଏ ସେ କେବଳ ମାୟାର ଦାସ ହୋଇଥାଏ।
“ଇଚ୍ଛା” ମନୁଷ୍ୟ କୁ ଶାନ୍ତିରେ ବଞ୍ଚିବାକୁ ଦେଇ ନଥାଏ,କି ମନୁଷ୍ୟ ତା’ର “ଇଚ୍ଛା” କୁ ମରିବାକୁ ଦେଇ ନଥାଏ.ପ୍ରକୃତରେ ଜୀବନର ଏହା କି ପ୍ରକାର ବିଡମ୍ବନା ଯାହାକୁ ବୁଝିବା ଅସମ୍ଭବ।
ଆତ୍ମସନ୍ତୋଷ ଗରିବଙ୍କୁ ଦିନେ ଧନୀ ଆଉ ଅସନ୍ତୋଷ ଧନୀଙ୍କୁ ଦିନେ ଗରିବ କରି ଦେଇଥାଏ,କାହିଁକି ନା ସମୟର ପଶାପାଲି ଦିନେ ନା ଦିନେ ପରିବର୍ତ୍ତନ ହୋଇଥାଏ।

ପୂର୍ବା ପୂର୍ବ କର୍ମ ଫଳ ଅନୁସାରେ
ମିଳିଥାଏ ଯେ ସଂସ୍କାର,
କୁଜନ ସୁଜନ ଜନମ ଲଭନ୍ତି
ଗଢନ୍ତି ନିଜ ସଂସାର ।
ଗୋଟିଏ ଚରିତ୍ର ହୀନ ମଣିଷ ସବୁବେଳେ ଅନ୍ୟର ଚରିତ୍ରକୁ ଆକ୍ଷେପ କରି କଥା କୁହେ କାହିଁକି ନା ସେ ନିଜେ ଯାହା ଅନ୍ୟକୁ ସେୟା ଭାବି ନିଜ କଦର୍ଯ୍ୟ ଭାବନାର ନିକିତିରେ ତୁଲେଇ ଥାଏ ।
ଯେଉଁ କଥା ହୃଦୟରେ ଅଛି ତାକୁ କହିବା ପାଇଁ ସାହସ କରନ୍ତୁ, ତା’ସହ ଯେଉଁ କଥା ଅନ୍ୟର ହୃଦୟରେ ଅଛି ତାକୁ ବୁଝିବା ପାଇଁ ପ୍ରୟାସ କରନ୍ତୁ…..
ତା’ହେଲେ ଯାଇଁ ସବୁକିଛି ଠିକ୍ ହୋଇପାରିବ ।
ମଣିଷର ଭାଗ୍ୟରେ ଯାହା ଥାଏ ତାହା ହିଁ ଘଟିଥାଏ ତାକୁ କେହି Change କରି ପାରିବେ ନାହିଁ , Science ର Develop ଘଟିଲେ ବି ମଣିଷ ଜୀବନକୁ ରକ୍ଷା କରିପାରୁନାହିଁ, ମଣିଷ ଯେତେ ଦିନ ପାଇଁ ଏ ଧରାପୃଷ୍ଠକୁ ଆସିଛି ସେତିକି ଦିନ ତା’ର ଲୀଳା ଖେଳା କରି ପୁଣି ଫେରିଯିବ, ସୃଷ୍ଟି କର୍ତ୍ତା ହେଉଛନ୍ତି Director, ଆମେମାନେ ଜଣେ ଜଣେ Actors ତେଣୁ ପ୍ରତିଦିନ ସକାଳୁ ଭଗବାନଙ୍କୁ ସମର୍ପଣ ଭାବନାରେ ନିଜକୁ ସମର୍ପି ଦିଅ ଯେପରି ଆଜି ଦିନର Acting ସୁନ୍ଦରତାରେ ଭରିଯାଉ ।
Leave a Reply