କଲମରୁ କିଛି…✍️
ଯଦି ୧୧୭ଜଣ ଚୁପଚାପ ଡିଲ କରି ଚାକିରି କରିଥାନ୍ତେ, ତା’ହେଲେ ୧୧୭ ଜଣ ମେଧାବୀ ପ୍ରାର୍ଥୀ କଟି ଯାଇଥାନ୍ତେ। ଆଉ ଏହି ୧୧୭ ଜଣ ବା ତା’ଠାରୁ ଅଧିକ ଚାକିରି ପାଇଲା ପରେ ଦୁର୍ନୀତି କରି ଦେଇଥିବା ପଇସା ଉଠାଇଥାନ୍ତେ ଦୁର୍ନୀତିର ସାହାଯ୍ୟ ନେଇ। ଯେଉଁ ୨୦% ବା ୩୦% ପିଲା ଯେଉଁମାନେ ସ୍ୱଚ୍ଛ ଭାବରେ ଚାକିରି ପାଇବେ ସେମାନଙ୍କ ମଧ୍ୟରେ ଗରିବ, ଆର୍ଥିକ ଅନଗ୍ରସର ବା କଷ୍ଟ କରି ପାଠ ପଢିଥିବା ପ୍ରାର୍ଥୀ ମଧ୍ୟ ନିଶ୍ଚିତ ଭାବରେ ରହିଥିବେ। ସେମାନଙ୍କର ପାଇଥିବା ସଫଳତାର ବିଜ୍ଞାପନରେ ବା ଆଡଭରଟାଇଜମେଣ୍ଟରେ ଏମାନଙ୍କ କଳାକାରନାମା ଲୁଚିଯାଏ ସାଧାରଣତଃ। ଯଦି କୌଣସି ମେଧାବୀ ପ୍ରାର୍ଥୀ ଅଳ୍ପ ନମ୍ବରରୁ କଟିଯାଏ ଆଉ ପରେ ଦୁର୍ନୀତି କଥା ଜାଣେ; ଆଉ ସେ କଥା ଲୋକଙ୍କୁ ବା ସମାଜକୁ କୁହେ, ସେତେବେଳ ସେହି ଲୋକ ବା ସମାଜ କୁହନ୍ତି ‘ ହିଁ ଖାଲି ଏମିତି ଦୁର୍ନୀତି ହେଉଛି ! ଗରିବ ପିଲା, ଆର୍ଥିକ ଅନଗ୍ରସର ପିଲା ପୁଣି ପାଉଛନ୍ତି ନା ନାହିଁ ! ନିଜେ ପାଇଲାନି ବୋଲି ଦୁର୍ନୀତିର କଥା କହୁଛି। ପାଠ ପଢି ନ ଥିବ ନ ହେଲେ ପରିଶ୍ରମ କରି ନ ଥିବ ବୋଲି ଅନ୍ୟକୁ ଦୋଷ ଦେଉଛି।’ ଏମିତି ଲୋକଙ୍କର ବି ଟାହି ଟାପରା ଶୁଣିବାକୁ ମିଳେ ଯେଉଁମାନେ ଦିନେ ନା ପାଠ ବିଷୟରେ ନା ଚାକିରି ବିଷୟରେ ନା କ୍ୟାରିଅର ବିଷୟରେ କିଛି ଜାଣନ୍ତି ନା ଅନ୍ୟକୁ ଉପଦେଶ ଦେବାର ଯୋଗ୍ୟତା ରଖନ୍ତି। ଏହାଦ୍ବାରା ଯୋଗ୍ୟତମ ପ୍ରାର୍ଥୀମାନଙ୍କର ମନୋବଳ ଭାଙ୍ଗିଯାଏ ଏବଂ ସମାଜ, ଲୋକତନ୍ତ୍ର ଏବଂ ପ୍ରଶାସନିକ ବ୍ୟବସ୍ଥା ଏହି ଦୁର୍ନୀତିଖୋର କାର୍ଯ୍ୟକଳାପ ଯୋଗୁଁ ଭ୍ରଷ୍ଟ ହିଁ ହୁଏ।
Leave a Reply