ମୋର ପ୍ରତିମା କରି ବେଶ lଦୃଢ଼ ମନ୍ଦିରେ ଦେଇ ବାସ llସୁଗନ୍ଧ ପୁଷ୍ପ ଉପବନ lନାନା ପ୍ରକାରେ କ୍ରୀଡା ସ୍ଥାନ llମୋହର ଉତ୍ସବ ସମସ୍ତ l. କରିବ ଶକ୍ୟ ଅନୁମତି llମୋର ଉତ୍ସବ ପର୍ବା ପର୍ବେ lଭାବେ ପୂଜିବ ନାନା ଦ୍ର6ବ୍ୟ ll.. ଏମନ୍ତ ପୂଜି ବହୁବିଧେ lବଞ୍ଚିବ ଉତ୍ସବ ଆନନ୍ଦେ -ଶ୍ରୀଜଗନ୍ନାଥ ଦାସ ଓଡ଼ିଆ ଭାଗବତ

Spread the love

ଶ୍ରୀଭାଗବତ ସାର


ଓଁ ନମୋ ଭଗବତେ ବାସୁଦେବାୟ ଶ୍ରୀମଦ ଭାଗବତ ରଚନା କାଳରେ ଶ୍ରୀଜଗନ୍ନାଥ ଦାସ ଙ୍କ ଉପରେ ପରମ ବୈଷ୍ଣବ ଶ୍ରୀ ରାମାନୁଜ ଙ୍କ ପ୍ରଭାବ ଥିବା ଅନୁମାନ କରାଯାଇଛି.ଶ୍ରୀ ରାମାନୁଜ ଦକ୍ଷିଣ ଭାରତରେ ଚଉଦ ଟି ବିଷ୍ଣୁ ମନ୍ଦିରର ତତ୍ୱାବଧାରକ ଥିଲେ. ସେଠାରେ ପୂଜା ଅର୍ଚନା ସାହିତ ନିଜ ରଚିତ ଦିବ୍ୟ ପ୍ରବନ୍ଧ ଆବୃତ୍ତି, ଚର୍ଚ୍ଚl, ଗାନ ଇତ୍ୟାଦି ର ବ୍ୟବସ୍ଥା କରାଇଥିଲେ. ଏହାକୁ ଅନୁସରଣ କରି ଶ୍ରୀଜଗନ୍ନାଥ ଦାସ ଓଡ଼ିଆ ଭାଗବତ ରେ ଲେଖିଲେ
ମୋର ପ୍ରତିମା କରି ବେଶ l
ଦୃଢ଼ ମନ୍ଦିରେ ଦେଇ ବାସ ll
ସୁଗନ୍ଧ ପୁଷ୍ପ ଉପବନ l
ନାନା ପ୍ରକାରେ କ୍ରୀଡା ସ୍ଥାନ ll
ମୋହର ଉତ୍ସବ ସମସ୍ତ l
. କରିବ ଶକ୍ୟ ଅନୁମତି ll
ମୋର ଉତ୍ସବ ପର୍ବା ପର୍ବେ l
ଭାବେ ପୂଜିବ ନାନା ଦ୍ର6ବ୍ୟ ll
.. ଏମନ୍ତ ପୂଜି ବହୁବିଧେ l
ବଞ୍ଚିବ ଉତ୍ସବ ଆନନ୍ଦେ ll
ଏଥି ସହିତ ଶ୍ରୀମନ୍ଦିର ରେ ଚାଲୁଥିବା ସମସ୍ତ ଵିଧି ବିଧାନ ରୀତିନୀତି ମଧ୍ୟ ନିଜ ରଚନା ରେ ସ୍ଥାନ ଦେଇଛନ୍ତି, ପୂଜା ଅର୍ଚ୍ଚନା ସହିତ ଶ୍ରୀମନ୍ଦିର ରେ ପ୍ରଚଳିତ ସଂଗୀତ ଚର୍ଚ୍ଚା ଓ ଦେବଦାସୀ ନୃତ୍ୟ ମଧ୍ୟ ଶ୍ରୀମଦ ଭାଗବତ ରେ ସ୍ଥାନ ପାଇଛି
ଅନ୍ନବ୍ୟଞ୍ଜନ ନାନା ପାକ l
ପିଷ୍ଟ ପ୍ରପାନ ଶୂପ ଶାକ ll
କ୍ଷୀର ବିକାର ଯେତେ ମିଳେ l
ସୁଗନ୍ଧ ସୁଶୀତଳ ଜଳେ ll
ବିଭବ କ୍ରମେ ମିଳେ ଯେତେ l
ଥୋଇବ ମୋହର ଅଗ୍ରତେ ll
ଆନନ୍ଦେ ମୋର ପୂଜା ସାରି l
ପ୍ରମୋଦ ନୃତ୍ୟ ଗୀତ କରି ll
ଶ୍ରୀ ଜଗନ୍ନାଥ ଦାସ ଙ୍କ ଓଡ଼ିଆ ଭାଗବତ ସେଥିପାଇଁ ସଂସ୍କୃତ ବା ମୂଳ ଭାଗବତ ଙ୍କର ସମ୍ପୂର୍ଣ ଅକ୍ଷରିକ ଅନୁବାଦ ନୁହେଁ, ଏହା ବିଭିନ୍ନ ତତ୍ୱ ସହିତ ଓଡ଼ିଆ ଜନ ଜୀବନ ଓ ଓଡ଼ିଆ ଙ୍କ ପ୍ରାଣ ଶ୍ରୀଜଗନ୍ନାଥ ଙ୍କ ସେଵା ପୂଜା ପ୍ରତି ଧ୍ୟାନ ଦେଇ ରଚିତ ହୋଇଛି. ସେଥିପାଇଁ ଏହା ଓଡିଶା ର ପୁର ପଲ୍ଲୀ ରେ ଅତ୍ୟନ୍ତ ଆଦର ଲାଭ କରିଛି. ଆସନ୍ତୁ ଆମେ ମଧ୍ୟ ଆଦରରେ ଆରାଧନା କରିବା ଆଉ ପବିତ୍ର ଭାଗବତ ଙ୍କୁ ଧ୍ୟାନ କରିବା
ଜୟ ଜଗନ୍ନାଥ (ଦ. ତ୍ରି. ଉଵାଚ,)

Leave a Reply

Your email address will not be published. Required fields are marked *