କୋରୁକୋଣ୍ଡାରେ ବିଜେଡିର ଜନ ସମ୍ପର୍କ ପଦଯାତ୍ରା
ମାଲକାନଗିରି:-=ଦର୍ଶନ ସମୀକ୍ଷା
ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ୧୪୮ତମ ଜୟନ୍ତୀ ଅବସରରେ ସାରା ରାଜ୍ୟରେ ଜନ ସମ୍ପର୍କ ପଦଯାତ୍ରା ଆରମ୍ଭ କରିଛି ବିଜୁ ଜନତା ଦଳ । ଏଥିରେ ଦଳ ପକ୍ଷରୁ ଗୋଟି ଗୋଟି କରି ଭାଜପା ସରକାରଙ୍କ ସରକାରଙ୍କର ତ୍ରୁଟି ଜନ ସାଧାରଙ୍କୁ ଅବଗତ କରାଉଛି ବିଜେଡି। ଏହି କ୍ରମରେ ବିଜେଡିର ଜନ ସମ୍ପର୍କ ପଦଯାତ୍ରାର ତୃତୀୟ ଦିବସରେ ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ସଦର ମହକୁମା ଠାରେ ବିଜେଡି ବ୍ଲକ ସଭାପତି ତ୍ରିଲୋଚନ ଚୌଧୁରୀଙ୍କ ନେତୃତ୍ୟରେ ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଥିଲା। ଏଥିରେ ମାଲକାନଗିରି ଜିଲ୍ଲା ବିଜେଡି ସଭାପତି ତଥା ପୂର୍ବତନ ବିଧାୟକ ମାନସ ମାଡକାମୀଙ୍କ ସହ ବିଜୁ ଜନତା ଦଳର ଶତାଧିକ କର୍ମୀ ଉପସ୍ଥିତ ରହି ନବୀନ ପଟ୍ଟନାୟକଙ୍କ ବିକାଶର ବାର୍ତ୍ତା ଲୋକଙ୍କ ପାଖରେ ପହଞ୍ଚାଇଛନ୍ତି। ପୂର୍ବ ସରକାରଙ୍କ ସଫଳତା ଏବଂ ବର୍ତ୍ତମାନ ସରକାରର ବିଭିନ୍ନ ବିଫଳତା ବିଷୟରେ ଲୋକଙ୍କୁ ଅବଗତ କରାଇଛନ୍ତି । ପୋଲାଭର ରମ ପ୍ରକଳ୍ପକୁ ନେଇ ସରକାରଙ୍କ ଦୋମୁହାନୀତି, ମା ମାନଙ୍କୁ ୫୦ହଜାର ଦେବାକୁ କହି ଭଣ୍ଡାଇବା, ପ୍ରତେକ ପାରିବାରକୁ ୩୦୦ ୟୁନିଟ ବିଜୁଳି ମାଗଣା ଯୋଗାଇ ଦେବାକୁ କହି ଲୋକଙ୍କୁ ମିଛ କହିବା ଏମିତି ବିଭିନ୍ନ ପ୍ରକାର ମିଛ ପ୍ରତିଶୃତି ଦେଇ ଓଡିଶା ବାସୀଙ୍କୁ ବଜେପିର ଡବଲ ଇଞ୍ଜିନ ସରକାର ରାଜ୍ୟ ବାସୀଙ୍କୁ ଠକୁଥିବା ନେଇ ଏହି ପଦଯାତ୍ରାରେ ଉପସ୍ଥିତ ଥିବା ନେତା ମାନେ ଜନସାଧାରଙ୍କୁ ଅବଗତ କରାଇଥିଲେ। ଲୋକଙ୍କ ସୁଖ ଦୁଃଖରେ ଛିଡା ହେବା ସହ ସେମାନଙ୍କ ସମସ୍ୟାର ସମାଧାନ ପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ବିଜୁ ଜନତା ଦଳ ସବୁ ବେଳେ ଆଗେଇ ଆସିବେ ବୋଲି ବିଜେଡି ପକ୍ଷରୁ କୁହାଯାଇଛି। ଏହି ଅବସରରେ ବରିଷ୍ଠ ନେତା ଗୋପାଳ ପଣ୍ଡା,ଘନଶ୍ୟାମ ମାଡକାମୀ, ବିଜେଡି ଜିଲ୍ଲା ମହିଳା ନେତ୍ରୀ ଲଷ୍ମୀପ୍ରିୟା ନାୟକ,ପୂର୍ବତନ ବ୍ଲକ ସଭାପତି ସତ୍ୟ ପାଣିଗ୍ରାହି, ବଂଶୀଧର ମୁଦୁଲି,ଜିତୁ ବୁରୁଡି,ଲମ୍ବୋଦର ତୁରୁକୁ,ସର୍ବ କୁମାର ବିଷଇ,ରାଜେନ୍ଦ୍ର କୂଲଦୀପ,ଉମା ଶଙ୍କର ସାହୁ, ମାଧବ ସାବତଙ୍କ ସହ ଅଞ୍ଚଳର ବହୁ ଜନ ପ୍ରତିନିଧିଙ୍କ ସମେତ ଶତାଧିକ ଦଳୀୟ ନେତୃ ମଣ୍ଡଳୀ ଓ କର୍ମୀ ଏହି ପଦଯାତ୍ରାରେ ଅଂଶ ଗ୍ରହଣ କରିଥିଲେ।
Leave a Reply